ବିଜୟର ହ୍ୟାଟ୍ରିକ୍ ଲଗାଇଲା ମୁମ୍ବାଇ ଇଣ୍ଡିଆନ୍ସ: ୟୁପି ୱାରିୟର୍ସ ୮ ୱିକେଟରେ ପରାସ୍ତ

Published: Feb 27, 2025, 8:33 am IST

ନୂଆଦିଲ୍ଲୀ: ୟୁପି ୱାରିୟର୍ସକୁ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟରେ ପରାସ୍ତ କରିଛି। ନେଟ୍ ସ୍କିଭର ବ୍ରଣ୍ଟ ୭୫ ରନର ଅପରାଜିତ ଇନିଂସ ଖେଳିଥିଲେ ଏବଂ ବୋଲିଂରେ ମଧ୍ୟ ଚମତ୍କାର କରି ୟୁପିର ୩ ଟି ଖେଳାଳିଙ୍କୁ ଆଉଟ କରିଥିଲେ। ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ୟୁପି ଦଳ ୧୪୨ ରନ୍ ସ୍କୋର କରିଥିଲା, ଯାହାକି ମୁମ୍ବାଇ ଇଣ୍ଡିଆନ୍ସ ଦଳ ୧୮ ଟି ବଲ ପୂର୍ବରୁ ଲକ୍ଷ୍ୟା ହାସଲ କରିନେଇଥିଲା। ମୁମ୍ବାଇ ପାଇଁ ବ୍ରଣ୍ଟ ୭୫ ରନ୍ ଏବଂ ଓପନର୍ ହେଲି ମାଥ୍ୟୁସ୍ ୫୯ ରନ୍ ସଂଗ୍ରହ କରିଥିଲେ। କ୍ୟାପଟେନ ଦୀପ୍ତି ଶର୍ମା ଏକମାତ୍ର ବୋଲର ଯିଏକି ୟୁପି ପାଇଁ ଗୋଟିଏ ୱିକେଟ୍ ନେଇଥିଲେ।

Related posts