Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବିଶ୍ଵକପ ବିବାଦ ଏତିକିରେ ସରୁନାହିଁ – କ୍ରିକେଟ ବିଶ୍ଵକପ ସରି ନାହିଁ କିମ୍ବା ଇଂଲଣ୍ଡ ବିଶ୍ଵକପ ଜିତିନାହିଁ
ଖେଳ

ବିଶ୍ଵକପ ବିବାଦ ଏତିକିରେ ସରୁନାହିଁ – କ୍ରିକେଟ ବିଶ୍ଵକପ ସରି ନାହିଁ କିମ୍ବା ଇଂଲଣ୍ଡ ବିଶ୍ଵକପ ଜିତିନାହିଁ

July 16, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେଦାର ମିଶ୍ର
ଯେଉଁ ଦିନ ଜିମ୍ବାଓ୍ବେ ଖୁବ ଅଳ୍ପ ପରିଚିତ ବୋଲର ହେନେରୀ ଓଲଙ୍ଗା ଭାରତର ବିପର୍ଯ୍ୟୟ ଘଟାଇ କ୍ରିକେଟ ବିଶ୍ଵକପରେ ଭାରତକୁ ସୁପର ଲିଗ ଖେଳିବାର ସୁଯୋଗରୁ ବଞ୍ଚିତ କରିଥିଲେ, ସେଦିନ ମୁଁ ସାରାରାତି ଶୋଇ ପାରିନଥିଲି। ନବେ ଦଶକରେ କ୍ରିକେଟ ଆମ ଲାଗି ଥିଲା ସବୁଠୁ ବଡ ଧର୍ମ। ସେଦିନ ଥିଲା ୧୯ ମେ, ୧୯୯୯। ସ୍ଥାନ ଲିସେଷ୍ଟର। ଭାରତ ଜିମ୍ବାଓ୍ବେ ଠାରୁ ମାତ୍ର ତିନି ରନରେ ହାରିଥିଲା। ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହମ୍ମଦ ଆଝାରୁଦ୍ଦିନ, ଅଜୟ ଜାଦେଜା, ରବିନ ସିଂଙ୍କ ଭଳି ଖେଳାଳି ସେଥିରେ ପ୍ରଚଣ୍ଡ ବିଫଳ ହୋଇଥିଲେ। ଜଣେ କ୍ରିକେଟପ୍ରେମୀ ଭାବରେ ସେ ଖେଳ ସହିତ ଯେଉଁ ଭାବପ୍ରବଣ ସମ୍ପର୍କ ରହିଥିଲା, ତାହା ପରବର୍ତ୍ତୀ ସମୟରେ ଭାଙ୍ଗିଯାଇଥିଲା।
କ୍ରିକେଟ ଯେ ଖେଳ ନୁହଁ, ଏକ ଜୁଆ- ଏକଥା ବୁଝିଲା ପରେ କ୍ରିକେଟ ପ୍ରତି ଆଗ୍ରହ ମରିଯାଇଥିଲା। ବୁକିଙ୍କ ହାତରେ କ୍ରିକେଟ ଖେଳାଳୀମାନେ ବିକ୍ରୀ ହେଉଥିବାର ଖବର ଆମକୁ ଆହତ କରିଥିଲା। ପରେ ପରେ ଆଇପିଏଲ ନାଁରେ ଯେତେବେଳେ ଏହାକୁ ଭାରତର ଧନୀ କର୍ପୋରେଟମାନେ ନିଜର କ୍ୟାରମ ବୋର୍ଡ କରିବା ଆରମ୍ଭ କଲେ, ସେଇଠୁ ଏହା ପ୍ରତି ବିତୃଷ୍ଣା ବଢିଲା। ସତ କହିବାକୁ ଗଲେ, ୨୦୧୯ ବିଶ୍ଵକପ ପ୍ରତି ମୋର ବିଶେଷ କିଛି ଆଗ୍ରହ ନଥିଲା। କେବଳ କେବେ କେମିତି ଖବର ବୁଝିବା ବ୍ୟତୀତ ଗୋଟେ ବି ମ୍ୟାଚ ମୁଁ ପୁରା ଦେଖିନଥିଲି। ଏହା ସହିତ ଭାରତର ଟେଲିଭିଜନ ଚାନେଲ ଗୁଡିକ ଯେମିତି ବିଶ୍ବକପରେ ଭାରତର ଏକମାତ୍ର ବିଜୟୀ ଖେଳାଳୀ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖାଇ ଚାଲିଥଲେ, ତାକୁ ଦେଖିଲା ପରେ ମନରେ ବିତୃଷ୍ଣା ବଦଳରେ ଘୃଣା ସୃଷ୍ଟି ହେଉଥିଲା। “କ୍ୟା ମୋଦୀ ଲାଏଙ୍ଗେ ୱାର୍ଲ୍ଡକପ’ ଭଳି ଖବରକୁ ଦେଖିବାର ବା ଶୁଣିବାର ଦୁର୍ଭାଗ୍ୟରୁ ବଞ୍ଚିବାକୁ ମୁଁ କ୍ରିକେଟକୁ ଦେଖିବାକୁ ବି ଚାହୁଁ ନଥିଲି।
ତେବେ ଏହି ବିଶ୍ଵକପର ଅନ୍ତିମ ମ୍ୟାଚ, କ୍ରିକେଟ ଇତିହାସରେ ସବୁଠୁ ରୋମାଞ୍ଚକର, ଉତ୍ତେଜନାପୂର୍ଣ୍ଣ ଓ ବିବାଦମାନ ହୋଇ ରହିବ। ଯେ କୌଣସି ନୈତିକତାର ନିୟମରେ ଦେଖିଲେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଏହି ବିଶ୍ଵକପର ଯୁଗ୍ମ ବିଜେତା ହେବା ଉଚିତ ଥିଲା। କେବଳ ସୁପର ଓଭରରେ ଅଧିକ ସଂଖ୍ୟକ ଚଉକା ଆଧାରରେ ଇଂଲଣ୍ଡକୁ ବିଜୟୀ ଘୋଷଣା କରିବା ଅନ୍ୟାୟ। ସ୍କୋର ଦୃଷ୍ଟିରୁ ଦେଖିଲେ ନ୍ୟୁଜିଲାଣ୍ଡର ୨୪୧/୮ ଇଂଲଣ୍ଡ ର ୨୪୧/୧୦ ଠାରୁ ଭଲ ପ୍ରଦର୍ଶନ। ସେହିପରି ସୁପର ଓଭରରେ ଉଭୟ ଦଳ ୧୫ ରନ ଲେଖାଏଁ କରିବା ପରେ ଉଭୟଙ୍କୁ ଯୁଗ୍ମ ବିଜେତା ଘୋଷଣା କରିବା ଅଧିକ ସମୀଚୀନ ହୋଇଥାନ୍ତା। ତେବେ ଆଇସିସିର ନିୟମ ଏ କ୍ଷେତ୍ରରେ ଚୂଡାନ୍ତ ହୋଇଥିବାରୁ ଓ ଯୁଗ୍ମ ବିଜେତାର ପ୍ରାବଧାନ ନଥିବାରୁ ଇଂଲଣ୍ଡକୁ ବିଶ୍ଵକପ ଟ୍ରଫି ଅଗତ୍ୟା ମିଳିଛି।
ଏ କ୍ଷେତ୍ରରେ ବିବାଦ ଅଧିକ ଘନୀଭୂତ ହେଉଛି ଯେତେବେଳେ ପୂର୍ବତନ ବିଖ୍ୟାତ ଅମ୍ପାୟାର ସିମନ ଟଫେଲ ଓଭର ଥ୍ରୋ ରୁ ମିଳିଥିବା ୬ରନ କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଟଫେଲଙ୍କ ମତରେ ଏହା ପାଞ୍ଚ ରନ ହେବାର ନିୟମ ରହିଛି। ଏମିତି ନିୟମ ଓ ନୈତିକତାର ପ୍ରଶ୍ନ ଭିତରେ ବିଶ୍ଵକପ କ୍ରିକେଟର ଫାଇନାଲ ଆଜି ମଧ୍ୟ ଚର୍ଚ୍ଚାରେ ରହିଛି। ଇଂଲଣ୍ଡ ଏକାକୀ ବିଶ୍ଵକପ ଜିତିବା ବିଲକୁଲ ଗ୍ରହଣୀୟ ନିୟମ ନୁହେଁ। ଯେହେତୁ ଉଭୟ ଦଳର ପ୍ରଦର୍ଶନ ସମାନ, ଏମିତି ପରିସ୍ଥିତିରେ ଯୌଥ ବିଜେତାର ପରମ୍ପରା ଆରମ୍ଭ ହେବା ଉଚିତ।
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପ୍ ପୂର୍ବରୁ ଭାରତ ସରକାରଙ୍କ ନୂଆ ନୀତି: ଭାରତ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ…

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025

ଟିମ୍ ଇଣ୍ଡିଆର ଅଧିନାୟକ ହେବେ ଶ୍ରେୟସ ଆୟର?: ଆଶ୍ଚର୍ଯ୍ୟ କରିଛିବିସିସିଆଇର ନୂତନ ଯୋଜନା

August 21, 2025

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଇଚଇ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଭେଟିଲେ ରାଜ ଠାକରେ

August 21, 2025
Latest News

AIIMS ରେ ଆପଣ କିପରି କର୍କଟ ଚିକିତ୍ସା କରିପାରିବେ?, ଜାଣନ୍ତୁ ସମ୍ପୂର୍ଣ୍ଣ ଖର୍ଚ୍ଚ

August 21, 2025

ଜର୍ମାନ ଚାନ୍ସେଲର ଭାବରେ ଦାୟିତ୍ୱ ଗ୍ରହଣ ପରେ ଫ୍ରେଡ୍ରିଚ୍ ମର୍ଜଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 21, 2025

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ପ୍ରଭାଭିତ ହେବ ଟ୍ରେନ ସେବା

August 21, 2025

ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ପ୍ରତ୍ୟେହ ଅଖଣ୍ଡ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ

August 21, 2025

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବିଶାଳ ଚକ୍ଷୁ ଚିକିତ୍ସା ଶିବିର

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.