Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବିଶ୍ଵକପ ବିବାଦ ଏତିକିରେ ସରୁନାହିଁ – କ୍ରିକେଟ ବିଶ୍ଵକପ ସରି ନାହିଁ କିମ୍ବା ଇଂଲଣ୍ଡ ବିଶ୍ଵକପ ଜିତିନାହିଁ
ଖେଳ

ବିଶ୍ଵକପ ବିବାଦ ଏତିକିରେ ସରୁନାହିଁ – କ୍ରିକେଟ ବିଶ୍ଵକପ ସରି ନାହିଁ କିମ୍ବା ଇଂଲଣ୍ଡ ବିଶ୍ଵକପ ଜିତିନାହିଁ

July 16, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେଦାର ମିଶ୍ର
ଯେଉଁ ଦିନ ଜିମ୍ବାଓ୍ବେ ଖୁବ ଅଳ୍ପ ପରିଚିତ ବୋଲର ହେନେରୀ ଓଲଙ୍ଗା ଭାରତର ବିପର୍ଯ୍ୟୟ ଘଟାଇ କ୍ରିକେଟ ବିଶ୍ଵକପରେ ଭାରତକୁ ସୁପର ଲିଗ ଖେଳିବାର ସୁଯୋଗରୁ ବଞ୍ଚିତ କରିଥିଲେ, ସେଦିନ ମୁଁ ସାରାରାତି ଶୋଇ ପାରିନଥିଲି। ନବେ ଦଶକରେ କ୍ରିକେଟ ଆମ ଲାଗି ଥିଲା ସବୁଠୁ ବଡ ଧର୍ମ। ସେଦିନ ଥିଲା ୧୯ ମେ, ୧୯୯୯। ସ୍ଥାନ ଲିସେଷ୍ଟର। ଭାରତ ଜିମ୍ବାଓ୍ବେ ଠାରୁ ମାତ୍ର ତିନି ରନରେ ହାରିଥିଲା। ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହମ୍ମଦ ଆଝାରୁଦ୍ଦିନ, ଅଜୟ ଜାଦେଜା, ରବିନ ସିଂଙ୍କ ଭଳି ଖେଳାଳି ସେଥିରେ ପ୍ରଚଣ୍ଡ ବିଫଳ ହୋଇଥିଲେ। ଜଣେ କ୍ରିକେଟପ୍ରେମୀ ଭାବରେ ସେ ଖେଳ ସହିତ ଯେଉଁ ଭାବପ୍ରବଣ ସମ୍ପର୍କ ରହିଥିଲା, ତାହା ପରବର୍ତ୍ତୀ ସମୟରେ ଭାଙ୍ଗିଯାଇଥିଲା।
କ୍ରିକେଟ ଯେ ଖେଳ ନୁହଁ, ଏକ ଜୁଆ- ଏକଥା ବୁଝିଲା ପରେ କ୍ରିକେଟ ପ୍ରତି ଆଗ୍ରହ ମରିଯାଇଥିଲା। ବୁକିଙ୍କ ହାତରେ କ୍ରିକେଟ ଖେଳାଳୀମାନେ ବିକ୍ରୀ ହେଉଥିବାର ଖବର ଆମକୁ ଆହତ କରିଥିଲା। ପରେ ପରେ ଆଇପିଏଲ ନାଁରେ ଯେତେବେଳେ ଏହାକୁ ଭାରତର ଧନୀ କର୍ପୋରେଟମାନେ ନିଜର କ୍ୟାରମ ବୋର୍ଡ କରିବା ଆରମ୍ଭ କଲେ, ସେଇଠୁ ଏହା ପ୍ରତି ବିତୃଷ୍ଣା ବଢିଲା। ସତ କହିବାକୁ ଗଲେ, ୨୦୧୯ ବିଶ୍ଵକପ ପ୍ରତି ମୋର ବିଶେଷ କିଛି ଆଗ୍ରହ ନଥିଲା। କେବଳ କେବେ କେମିତି ଖବର ବୁଝିବା ବ୍ୟତୀତ ଗୋଟେ ବି ମ୍ୟାଚ ମୁଁ ପୁରା ଦେଖିନଥିଲି। ଏହା ସହିତ ଭାରତର ଟେଲିଭିଜନ ଚାନେଲ ଗୁଡିକ ଯେମିତି ବିଶ୍ବକପରେ ଭାରତର ଏକମାତ୍ର ବିଜୟୀ ଖେଳାଳୀ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖାଇ ଚାଲିଥଲେ, ତାକୁ ଦେଖିଲା ପରେ ମନରେ ବିତୃଷ୍ଣା ବଦଳରେ ଘୃଣା ସୃଷ୍ଟି ହେଉଥିଲା। “କ୍ୟା ମୋଦୀ ଲାଏଙ୍ଗେ ୱାର୍ଲ୍ଡକପ’ ଭଳି ଖବରକୁ ଦେଖିବାର ବା ଶୁଣିବାର ଦୁର୍ଭାଗ୍ୟରୁ ବଞ୍ଚିବାକୁ ମୁଁ କ୍ରିକେଟକୁ ଦେଖିବାକୁ ବି ଚାହୁଁ ନଥିଲି।
ତେବେ ଏହି ବିଶ୍ଵକପର ଅନ୍ତିମ ମ୍ୟାଚ, କ୍ରିକେଟ ଇତିହାସରେ ସବୁଠୁ ରୋମାଞ୍ଚକର, ଉତ୍ତେଜନାପୂର୍ଣ୍ଣ ଓ ବିବାଦମାନ ହୋଇ ରହିବ। ଯେ କୌଣସି ନୈତିକତାର ନିୟମରେ ଦେଖିଲେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଏହି ବିଶ୍ଵକପର ଯୁଗ୍ମ ବିଜେତା ହେବା ଉଚିତ ଥିଲା। କେବଳ ସୁପର ଓଭରରେ ଅଧିକ ସଂଖ୍ୟକ ଚଉକା ଆଧାରରେ ଇଂଲଣ୍ଡକୁ ବିଜୟୀ ଘୋଷଣା କରିବା ଅନ୍ୟାୟ। ସ୍କୋର ଦୃଷ୍ଟିରୁ ଦେଖିଲେ ନ୍ୟୁଜିଲାଣ୍ଡର ୨୪୧/୮ ଇଂଲଣ୍ଡ ର ୨୪୧/୧୦ ଠାରୁ ଭଲ ପ୍ରଦର୍ଶନ। ସେହିପରି ସୁପର ଓଭରରେ ଉଭୟ ଦଳ ୧୫ ରନ ଲେଖାଏଁ କରିବା ପରେ ଉଭୟଙ୍କୁ ଯୁଗ୍ମ ବିଜେତା ଘୋଷଣା କରିବା ଅଧିକ ସମୀଚୀନ ହୋଇଥାନ୍ତା। ତେବେ ଆଇସିସିର ନିୟମ ଏ କ୍ଷେତ୍ରରେ ଚୂଡାନ୍ତ ହୋଇଥିବାରୁ ଓ ଯୁଗ୍ମ ବିଜେତାର ପ୍ରାବଧାନ ନଥିବାରୁ ଇଂଲଣ୍ଡକୁ ବିଶ୍ଵକପ ଟ୍ରଫି ଅଗତ୍ୟା ମିଳିଛି।
ଏ କ୍ଷେତ୍ରରେ ବିବାଦ ଅଧିକ ଘନୀଭୂତ ହେଉଛି ଯେତେବେଳେ ପୂର୍ବତନ ବିଖ୍ୟାତ ଅମ୍ପାୟାର ସିମନ ଟଫେଲ ଓଭର ଥ୍ରୋ ରୁ ମିଳିଥିବା ୬ରନ କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଟଫେଲଙ୍କ ମତରେ ଏହା ପାଞ୍ଚ ରନ ହେବାର ନିୟମ ରହିଛି। ଏମିତି ନିୟମ ଓ ନୈତିକତାର ପ୍ରଶ୍ନ ଭିତରେ ବିଶ୍ଵକପ କ୍ରିକେଟର ଫାଇନାଲ ଆଜି ମଧ୍ୟ ଚର୍ଚ୍ଚାରେ ରହିଛି। ଇଂଲଣ୍ଡ ଏକାକୀ ବିଶ୍ଵକପ ଜିତିବା ବିଲକୁଲ ଗ୍ରହଣୀୟ ନିୟମ ନୁହେଁ। ଯେହେତୁ ଉଭୟ ଦଳର ପ୍ରଦର୍ଶନ ସମାନ, ଏମିତି ପରିସ୍ଥିତିରେ ଯୌଥ ବିଜେତାର ପରମ୍ପରା ଆରମ୍ଭ ହେବା ଉଚିତ।
Share. Facebook Twitter LinkedIn Email WhatsApp Copy Link

Related Posts

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ: ଆସନ୍ତାକାଲି ଶପଥଗ୍ରହଣ

April 14, 2026

ଆଜି ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଲଢେଇ: ଜାଣନ୍ତୁ କାହାର ପଲ୍ଲା ଭାରି?

April 14, 2026
Latest News

ଉପକୂଳ ସମୁଦ୍ରରେ ମାଛଧରା ନିଷେଧ

April 15, 2026

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.