
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରଠାରୁ ଡୋନାଲ୍ଡ ଟ୍ରମ୍ପ ଇମିଗ୍ରେସନ ନିୟମକୁ ନେଇ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହା ମଧ୍ୟରେ ତୁର୍କମେନିସ୍ତାନରେ ପାକିସ୍ତାନର ରାଷ୍ଟ୍ରଦୂତଙ୍କୁ ଆମେରିକାରେ ପ୍ରବେଶ ଅନୁମତି ମିଳିନାହିଁ ଏବଂ ତାଙ୍କୁ ବିମାନବନ୍ଦରରୁ ହିଁ ଫେରାଇ ଦିଆଯାଇଛି।
ଗଣମାଧ୍ୟମ ସୂଚନା ଅନୁଯାୟୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ତୁର୍କମେନିସ୍ତାନରେ ପାକିସ୍ତାନର ରାଷ୍ଟ୍ରଦୂତ କେ କେ ଅହସାନ ୱାଗନଙ୍କୁ ଆମେରିକାରୁ ବାହାର କରିଦିଆଯାଇଛି। ଇମିଗ୍ରେସନ ଆପତ୍ତି କାରଣରୁ ଆମେରିକାର ଅଧିକାରୀମାନେ ତାଙ୍କୁ ଦେଶ ଛାଡିବାକୁ କହିଥିଲେ, ଯାହା ପରେ ତାଙ୍କୁ ସ୍ଵଦେଶ ପଠାଯାଇଛି।
ରାଷ୍ଟ୍ରଦୂତ କେ କେ ଅହସାନ ୱାଗନଙ୍କର ଏକ ବୈଧ ଆମେରିକୀୟ ଭିସା ଏବଂ ସମସ୍ତ ଆବଶ୍ୟକୀୟ ଦଲିଲ ଥିଲା ଏବଂ ବ୍ୟକ୍ତିଗତ ଗସ୍ତରେ ସେ ଲସ ଏଞ୍ଜେଲସକୁ ଯାଉଥିୟଲେ। କିନ୍ତୁ ଆମେରିକୀୟ ଇମିଗ୍ରେସନ ଅଧିକାରୀମାନେ ତାଙ୍କୁ ବିମାନବନ୍ଦରରେ ଅଟକାଇଥିଲେ ଏବଂ ଏହା ପରେ ତାଙ୍କୁ ଦେଶରୁ ବାହାର କରିଦିଆଯାଇଥିଲା।
ତେବେ ଆମେରିକୀୟ ପ୍ରଶାସନର ଏହି ପଦକ୍ଷେପ ପରେ କୂଟନୈତିକ ପ୍ରୋଟୋକଲ ଉପରେ ପ୍ରଶ୍ନ ଉଠିଛି। ଏହି ଘଟଣାକୁ ଗୁରୁତର ସହ ନେଇ ପାକିସ୍ତାନ ସରକାର ଶୀଘ୍ର ରାଷ୍ଟ୍ରଦୂତ ୱାଗନଙ୍କୁ ଇସଲାମାବାଦକୁ ଫେରାଇ ଆଣିପାରନ୍ତି ବୋଲି ଆଶା କରାଯାଉଛି।