Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ କ୍ରିକେଟ୍ ଅଫର୍: ମାଗଣାରେ ଆଇପିଏଲ, ନୂତନ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର
ଆଜିର ଖବର

ଜିଓ କ୍ରିକେଟ୍ ଅଫର୍: ମାଗଣାରେ ଆଇପିଏଲ, ନୂତନ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର

March 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jio_Free-Cricket_A4-Poster_Final_RGB

ମୁମ୍ବାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଜିଓ ଏହାର ବର୍ତ୍ତମାନର ଏବଂ ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍ ରିଚାର୍ଜ କରି ଜିଓ ଗ୍ରାହକମାନେ ଜିଓହଟଷ୍ଟାରରେ ମାଗଣାରେ ଆଇପିଏଲ କ୍ରିକେଟ୍ ସିଜିନ୍ ଉପଭୋଗ କରିପାରିବେ।

ଏହି ଅସୀମିତ କ୍ରିକେଟ୍ ଅଫରରେ, ଗ୍ରାହକମାନେ ଟିଭି କିମ୍ବା ମୋବାଇଲରେ ୯୦ ଦିନର ମାଗଣା ଜିଓହଟଷ୍ଟାର ସବସ୍କ୍ରିପସନ୍ ପାଇବେ ଏବଂ ତାହା ମଧ୍ୟ ୪କେ ଗୁଣବତ୍ତାରେ। ଏହାର ଅର୍ଥ ହେଉଛି ଗ୍ରାହକମାନେ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲ କ୍ରିକେଟ ସିଜିନ ମାଗଣାରେ ଉପଭୋଗ କରିପାରିବେ। ଜିଓ ହଟଷ୍ଟାର ପ୍ୟାକ୍ ୨୨ ମାର୍ଚ୍ଚ, ୨୦୨୫ ଠାରୁ ଅର୍ଥାତ୍ ଆଇପିଏଲ କ୍ରିକେଟ ସିଜିନର ଉଦଘାଟନୀ ମ୍ୟାଚ୍ ଦିନରୁ ୯୦ ଦିନ ପାଇଁ ବୈଧ ରହିବ।

ଏହା ସହିତ, ଜିଓ ଘର ପାଇଁ ଜିଓଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ମଧ୍ୟ ପ୍ରଦାନ କରିବ। ଅଲ୍ଟ୍ରା-ଫାଷ୍ଟ ଇଣ୍ଟରନେଟର ମାଗଣା ଟ୍ରାଏଲ୍ ସଂଯୋଗ ୫୦ ଦିନ ପାଇଁ ମାଗଣା ରହିବ। ଗ୍ରାହକମାନେ ୪କେ ଗୁଣବତ୍ତାରେ ଇମର୍ସିଭ୍ କ୍ରିକେଟ୍ ଦେଖିବାର ଅନୁଭୂତି ସହିତ ଶ୍ରେଷ୍ଠ ହୋମ ଏଣ୍ଟେରଟେନମେଣ୍ଟ ବା ଘରୋଇ ମନୋରଞ୍ଜନର ମଧ୍ୟ ମଜା ନେଇପାରିବେ। ଜିଓଫାଇବର କିମ୍ବା ଜିଓଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ସହିତ ୮୦୦+ ଟିଭି ଚ୍ୟାନେଲ୍‌, ୧୧+ ଓଟିଟି ଆପ୍‌, ଅସୀମିତ ୱାଇଫାଇ ମଧ୍ୟ ମିଳିବ।

ଗ୍ରାହକମାନେ ଏହି ଅଫରର ଲାଭ ୧୭ ମାର୍ଚ୍ଚରୁ ୩୧ ମାର୍ଚ୍ଚ, ୨୦୨୫ ମଧ୍ୟରେ ଉପଲବ୍ଧ କରିପାରିବେ। ଏହି ଅଫରର ଲାଭ ପାଇବା ପାଇଁ, ବର୍ତ୍ତମାନର ଜିଓ ସିମ୍ ବ୍ୟବହାରକାରୀଙ୍କୁ ଅତି କମରେ ୨୯୯ ଟଙ୍କା କିମ୍ବା ଅଧିକ ମୂଲ୍ୟର ପ୍ଲାନ ରିଚାର୍ଜ କରିବାକୁ ପଡିବ। ଅନ୍ୟ ପକ୍ଷରେ ନୂତନ ଜିଓ ସିମ୍ ଗ୍ରାହକମାନଙ୍କୁ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ନେବାକୁ ପଡିବ। ୧୭ ମାର୍ଚ୍ଚ ପୂର୍ବରୁ ରିଚାର୍ଜ କରିଥିବା ଗ୍ରାହକମାନେ ମଧ୍ୟ ୧୦୦ ଟଙ୍କାର ଆଡ-ଅନ୍ ପ୍ୟାକ୍ ନେଇ ଏହି ଅଫରର ଲାଭ ଉଠାଇପାରିବେ।

ipl jio Jio Offer JioHotstar
Share. Facebook Twitter LinkedIn Email WhatsApp Copy Link

Related Posts

ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବୈଠକ

December 11, 2025

T20 ବିଶ୍ୱକପ୍ ପୂର୍ବରୁ ବଡ଼ ଝଟକା, 3 ବିଲିୟନ ଡଲାରର ଚୁକ୍ତି ଛାଡିଲା Jio Hotstar

December 11, 2025

ଆସନ୍ତାକାଲିଠାରୁ ୧୯ ବର୍ଷରୁ କମ୍ ଏସିଆ କପ୍: ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ୍, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

December 11, 2025

ଅକ୍ଷୟ ଶକ୍ତି ଗବେଷଣା ପାଇଁ ଆଇଆଇଟି ଭୁବନେଶ୍ୱର ସହ ଚୁକ୍ତିନାମା କଲେ ଗ୍ରୀଡ଼କୋ ଏବଂ ଏନଟିୟୁ ସିଙ୍ଗାପୁର

December 11, 2025
Latest News

ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବୈଠକ

December 11, 2025

T20 ବିଶ୍ୱକପ୍ ପୂର୍ବରୁ ବଡ଼ ଝଟକା, 3 ବିଲିୟନ ଡଲାରର ଚୁକ୍ତି ଛାଡିଲା Jio Hotstar

December 11, 2025

ଆସନ୍ତାକାଲିଠାରୁ ୧୯ ବର୍ଷରୁ କମ୍ ଏସିଆ କପ୍: ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ୍, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

December 11, 2025

ଅକ୍ଷୟ ଶକ୍ତି ଗବେଷଣା ପାଇଁ ଆଇଆଇଟି ଭୁବନେଶ୍ୱର ସହ ଚୁକ୍ତିନାମା କଲେ ଗ୍ରୀଡ଼କୋ ଏବଂ ଏନଟିୟୁ ସିଙ୍ଗାପୁର

December 11, 2025

ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ 199 କୋଟିରୁ ଅଧିକ ମଞ୍ଜୁର କଲେ କେନ୍ଦ୍ର ସରକାର

December 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.