ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଆଦିବାସୀ ମେଳା ଅନୁଷ୍ଠିତ

Published: Mar 19, 2025, 8:33 am IST

ରାୟଗଡା: ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଲା ପୁଲିସ ପକ୍ଷରୁ ମୁନିଗୁଡା ଥାନା ଅନ୍ତର୍ଗତ ସକଟା ଗ୍ରାମରେ ଆଦିବାସୀ ଜନସମ୍ପର୍କ ମୈତ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ. କୁମାର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଧାରଣ ଲୋକ ପୁଲିସକୁ ଭୟ ନକରି ଯେକୌଣସି ସମସ୍ୟା ସମ୍ପର୍କରେ ଥାନାରେ ଜଣାଇବା ସହ ସଂପୃକ୍ତ ଅଞ୍ଚଳରେ ଅସାମାଜିକ ତଥା ଅପରାଧିକ କାର୍ଯ୍ୟ ରୋକିବା ପାଇଁ ପୁଲିସକୁ ସହଯୋଗ କରିବାକୁ ନିବେଦନ କରିଥିଲେ।

ଏହି ଅବସରରେ ଏକ ସ୍ବାସ୍ଥ୍ୟ ଶିବିର ଏବଂ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ପିଲାମାନଙ୍କୁ ପାଠ୍ୟ ଉପକରଣ, ମହିଳାଙ୍କୁ ଶାଢୀ ଓ ସାଲ୍‌ ଏବଂ ପୁରୁଷମାନଙ୍କୁ ଛତା ଓ ଟର୍ଚ୍ଚ ପ୍ରଦାନ କରାଯାଇଥିଲା।

Related posts