ଷ୍ଟାଲିନଙ୍କ ସୀମା ନିର୍ଦ୍ଧାରଣ ବୈଠକରେ ଯୋଗଦେବାକୁ ଚେନ୍ନାଇରେ ବିଜେଡି ଓ କଂଗ୍ରେସ ନେତା

Published: Mar 22, 2025, 7:56 am IST
Delimitation

ଭୁବନେଶ୍ବର:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଡାକିଥିବା ବିଭିନ୍ନ ବିରୋଧୀ ଦଳଙ୍କ ବୈଠକରେ ଓଡିଶାରୁ ଯୋଗ ଦେବେ ବିଜେଡି ଓ କଂଗ୍ରେସ। ଏଥିପାଇଁ ଉଭୟ ଦଳର ସଦସ୍ୟ ଶୁକ୍ରବାରରେ ଚେନ୍ନାଇ ଗସ୍ତ କରିଛନ୍ତି। ଏଥିରେ ବିଜେଡିରୁ ଅମର ପଟ୍ଟନାୟକ ଏବଂ ସଂଜୟ ଦାସବର୍ମା ଯାଇଥିବା ବେଳେ କଂଗ୍ରେସରୁ ସଭାପତି ଭକ୍ତ ଦାସ ଯାଇଛନ୍ତି। ସମସ୍ତଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ଷ୍ଟାଲିନ ସରକାରଙ୍କ ତରଫରୁ ସ୍ବାଗତ କରି ନିଆଯାଇଛି।

ଏହି ବୈଠକ ଆଜି ବସୁଥିବାର ଜଣାପଡିଛି। ଏଥିରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ନିର୍ବାଚନ ମଣ୍ଡଳୀରେ ସୀମା ପୁନଃନିର୍ଦ୍ଧାରଣ କରିବାର ଯୋଜନା କରିଛନ୍ତି। ଯାହାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ବିରୋଧ କରୁଛନ୍ତି। ସେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବିରୋଧରେ ଏକ ଆନ୍ଦୋଳନ କରିବେ ବୋଲି ଅନୁମାନ କରାଯାଇଛି।

ଏହି ବୈଠକରେ ଯୋଗଦେବା ପାଇଁ ଷ୍ଟାଲିନ ସରକାର ବିଭିନ୍ନ ବିରୋଧୀ ଦଳକୁ ଏକଜୁଟ କରିଛନ୍ତି। ଏଥିରେ ଯୋଗଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷ୍ଟାଲିନ ସରକାରଙ୍କ ମନ୍ତ୍ରୀ ଆସି ନିମନ୍ତ୍ରଣ ଦେଇଥିଲେ। ସେହିପରି ସେମାନେ କଂଗ୍ରେସ ଭବନ ଯାଇ ସେଠାରେ ସଭାପତି ଭକ୍ତ ଦାସଙ୍କୁ ନିମନ୍ତ୍ରଣ ଦେଇଥିଲେ। ଏହାପରେ ଉଭୟ ଦଳର ନେତା ଚେନ୍ନାଇରେ ପହଞ୍ଚିଛନ୍ତି।

 

Related posts