Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପାରିବାରିକ ଶତ୍ରୁତାରୁ ହତ୍ୟାକାଣ୍ଡ: ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ସମୁଦୀ ଅଟକ
ଅପରାଧ

ପାରିବାରିକ ଶତ୍ରୁତାରୁ ହତ୍ୟାକାଣ୍ଡ: ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ସମୁଦୀ ଅଟକ

March 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା ): ପାରିବାରିକ ଶତ୍ରୁତାରୁ ସମୁଦୀ ସମୁଦୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗଞ୍ଜାବାହାଲ ଗ୍ରାମରେ ଆଜି ସ୍ପଷ୍ଟ ଦିବା ଲୋକରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ ଗତ ପ୍ରାୟ ଚାରି ବର୍ଷ ତଳେ ଗଞ୍ଜାବାହାଲ ଗ୍ରାମର ମୁରଲୀଧର ଧଳଙ୍କ ପୁଅ କେଲୋ ଗ୍ରାମର ଗିରିଧାରୀ ସାହୁଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ଗିରିଧାରୀ ସେହି ସମୟରେ ବିରୋଧ କରିଥିଲେ। ଏପରିକି ବିବାହ ପରେ ଗିରିଧାରୀ ସମୁଦୀ ମୁରଲୀଧରଙ୍କୁ ବିଭିନ୍ନ ସମୟରେ ଜୀବନରେ ମାରିଦେବାକୁ ଧମକ ଚମକ ଦେଇ ଆସୁଥିଲେ।

ଆଜି ମଧ୍ୟାହ୍ନ ପ୍ରାୟ ବାରଟା ସମୟରେ ମୁରଲୀଧର ଧଳ ନିଜ ବାଇକରେ ଏକାକୀ କଞ୍ଚନପୁର ପଟରୁ ଘରକୁ ଫେରୁଥିବା ବେଳେ ନୂତନ ଗଞ୍ଜାବାହାଲ ପ୍ରାଥମିକ ସ୍କୁଲ ସମ୍ମୁଖରେ ପୂର୍ବରୁ ଛକି ରହିଥିବା ଗିରିଧାରୀ ଟାଙ୍ଗିଆରେ ମୁରଲୀଧର ଧଳଙ୍କ ଉପରେ ଚୋଟ ପରେ ଚୋଟ ପକାଇ ହତ୍ୟା କରିଥିଲେ। ଫଳରେ ମୁରଲୀଧରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଖବର ପାଇ କିସିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ହତ୍ୟାକାରୀ ଗିରିଧାରୀ ସାହୁକୁ ତାଙ୍କ ଘରୁ ଆଣି ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି।  କିଛି ବର୍ଷ ହେଲା ଉଭୟ ପରିବାର ମଧ୍ୟରେ ତିକ୍ତତା ରହିଥିଲା ବୋଲି ଅନୁସନ୍ଧାନ ରୁ ଜଣାପଡିଛି।

ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ୨୦/୨୦୨୫ ରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ଶବକୁ ରେଢ଼ାଖୋଲ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ପ୍ରକାଶ କରିଛି।

କିସିଣ୍ଡା ଥାନା ଟାଙ୍ଗିଆରେ ହାଣି ହତ୍ୟା ନାକଟିଦେଉଳ ବ୍ଲକ ପାରିବାରିକ ଶତ୍ରୁତା ସମୁଦୀ ଅଟକ
Share. Facebook Twitter LinkedIn Email WhatsApp Copy Link

Related Posts

UPIର ନୂତନ ରେକର୍ଡ: ଗୋଟିଏ ଦିନରେ କାରବାର କଲା ୭୦ କୋଟି, ଆମେରିକା ଜନସଂଖ୍ୟାର ଦୁଇଗୁଣ

August 6, 2025

ବଢିଲା ମୃଣାଳ ଠାକୁରଙ୍କ ଧନୁଷଙ୍କ ସହ ଡେଟିଂ ଗୁଜବ: କାରଣ ପାଲଟିଛନ୍ତି ଅଭିନେତାଙ୍କ ଭଉଣୀ 

August 6, 2025

ରୋହିତ ଶର୍ମାଙ୍କ ସ୍ଥାନ ନେବେ ଗିଲ୍, ହେବେ ନୂତନ ODI ଅଧିନାୟକ: ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଦାବି

August 6, 2025

ମୋହାଲିରେ ଅକ୍ସିଜେନ ପ୍ଲାଣ୍ଟରେ ସିଲିଣ୍ଡର ବିସ୍ଫୋରଣ, ୨ ମୃତ, ୩ ଆହତ

August 6, 2025
Latest News

UPIର ନୂତନ ରେକର୍ଡ: ଗୋଟିଏ ଦିନରେ କାରବାର କଲା ୭୦ କୋଟି, ଆମେରିକା ଜନସଂଖ୍ୟାର ଦୁଇଗୁଣ

August 6, 2025

ବଢିଲା ମୃଣାଳ ଠାକୁରଙ୍କ ଧନୁଷଙ୍କ ସହ ଡେଟିଂ ଗୁଜବ: କାରଣ ପାଲଟିଛନ୍ତି ଅଭିନେତାଙ୍କ ଭଉଣୀ 

August 6, 2025

ରୋହିତ ଶର୍ମାଙ୍କ ସ୍ଥାନ ନେବେ ଗିଲ୍, ହେବେ ନୂତନ ODI ଅଧିନାୟକ: ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଦାବି

August 6, 2025

ପାକିସ୍ତାନର ପ୍ରତ୍ୟେକ ହିଂସାତ୍ମକ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନାକୁ ପ୍ରସ୍ତୁତ ରହିବାକୁ ପଡିବ: ସିଡିଏସ୍

August 6, 2025

ମୋହାଲିରେ ଅକ୍ସିଜେନ ପ୍ଲାଣ୍ଟରେ ସିଲିଣ୍ଡର ବିସ୍ଫୋରଣ, ୨ ମୃତ, ୩ ଆହତ

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.