Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା) ବାର୍ଷିକ ସାଧାରଣ ପରିଷଦ ବୈଠକ
ଆଜିର ଖବର

ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା) ବାର୍ଷିକ ସାଧାରଣ ପରିଷଦ ବୈଠକ

March 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା) ର ବାର୍ଷିକ ସାଧାରଣ ପରିଷଦ ବୈଠକ ଇତିମଧ୍ୟରେ ଆୟୋଜିତ ହୋଇଯାଇଅଛି। କ୍ରୀଡ଼ା ଭିତ୍ତିଭୂମି ବିକାଶ, ତୃଣମୂଳ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ କ୍ରୀଡ଼ା ପ୍ରଶାସନରେ ସର୍ବାଙ୍ଗୀନ ଉତ୍କର୍ଷତା ସମୀକ୍ଷା ଉପରେ ଏହି ବାର୍ଷିକ ସାଧାରଣ ପରିଷଦ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକର ଅଧ୍ୟକ୍ଷତା କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ରେଳପଥରେ କ୍ରୀଡାର ବିକାଶ ସହିତ ଏହାର ଭିତ୍ତିଭୂମି ଉନ୍ନତି କ୍ଷେତ୍ରରେ ବିଶେଷ ପଦକ୍ଷେପ ନେବାକୁ କହିଛନ୍ତି। ଇକୋର୍ସା ର ସଭାପତି ତଥା ପ୍ରମୁଖ ମୁଖ୍ୟ ସିଗନାଲ ଏବଂ ଟେଲିକମ ଇଞ୍ଜିନିୟର ଡକ୍ଟର ହେମନ୍ତ କାଗ୍ରା ଏବଂ ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କ ସହିତ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ଯୋଗଦେଇଥିଲେ।

ବୈଠକର ପ୍ରମୁଖ ଆକର୍ଷଣ:

ଲୋକପ୍ରିୟ କ୍ରୀଡା ପାଇଁ ଉତ୍କର୍ଷ କେନ୍ଦ୍ର ସୃଷ୍ଟି: ଉଦୀୟମାନ କ୍ରୀଡାବିତମାନଙ୍କୁ ତାଲିମ ଏବଂ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକୀୟ ମାନଦଣ୍ଡ ଅନୁଯାୟୀ ଭିତ୍ତିଭୂମି ପ୍ରତିଷ୍ଠା କରାଯିବା।

ତୃଣମୂଳ ସ୍ତରରେ କ୍ରୀଡା ପ୍ରୋତ୍ସାହନ: ଇକୋର୍ସା ଯୁବ ପ୍ରତିଭାଙ୍କୁ ଖୋଜିବା ଏବଂ ପ୍ରୋତ୍ସାହିତ କରିବା ପାଇଁ ତୃଣମୂଳ ସ୍ତରରେ କ୍ରୀଡାର ପ୍ରୋତ୍ସାହନ ଉପରେ ଗୁରୁତ୍ୱ।

ମଞ୍ଚେଶ୍ୱରରେ ନୂତନ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ : ବ୍ୟାଡମିଣ୍ଟନ, ଜିମ୍ନାଷ୍ଟିକ୍ସ, କବାଡି, ଭଲିବଲ୍ ଏବଂ ଭାରୋତ୍ତୋଳନ ପାଇଁ ₹8.44 କୋଟି ଖର୍ଚ୍ଚରେ ଆଉ ଏକ ଅତ୍ୟାଧୁନିକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି।

ସାଧାରଣ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇକୋର୍ସା ଦ୍ୱାରା ପରିଚାଳିତ ଏକାଡେମୀ: ଇକୋର୍ସା ଘୋଷଣା କରିଛି ଯେ ରେଳପଥର କ୍ରୀଡା ଭିତ୍ତିଭୂମିକୁ ଏହାର କ୍ରୀଡା ଏକାଡେମୀ ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ, ଯେଉଁଠାରେ କ୍ରିକେଟ୍, ଭଲିବଲ୍, ଟେନିସ୍, ବ୍ୟାଡମିଣ୍ଟନ୍, ଟେବୁଲ ଟେନିସ୍, ବାସ୍କେଟବଲ୍, ପହଁରିବା ଏବଂ ସୁଟିଂରେ ତାଲିମ ଏବଂ ସୁବିଧା ପ୍ରଦାନ କରାଯିବ।

ଇକୋର୍ସାର କ୍ରୀଡ଼ା ସଫଳତାର ସ୍ୱୀକୃତି: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଦେଶ ପାଇଁ ଗୌରବ ଆଣିଥିବା ରେଳପଥର ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ାବିତ ମାନଙ୍କୁ ପ୍ରଶଂସା କରିଥିଲେ। ଇକୋର୍ସା ବିଭିନ୍ନ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଏବଂ ଇଭେଣ୍ଟ ଆୟୋଜନରେ ଏହାର ଭୂମିକା ଉପରେ ମଧ୍ୟ ଆଲୋକପାତ କରିଥିଲା।

ଭବିଷ୍ୟତର ଭିତ୍ତିଭୂମି ଯୋଜନା: ଇକୋର୍ସା କ୍ରୀଡ଼ା ସୁବିଧାକୁ ଆହୁରି ଉନ୍ନତ କରିବା ପାଇଁ ନୂତନ ଭିତ୍ତିଭୂମି ପ୍ରକଳ୍ପ ଯୋଜନା କରୁଛି, ଯାହା ଫଳରେ ଏହି ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ା କର୍ତ୍ତୃପକ୍ଷ ଏବଂ କ୍ରୀଡା ବ୍ୟକ୍ତିବିଶେଷଙ୍କ ସହିତ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରାଇବ।

ରେଳ କର୍ମଚାରୀ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ କ୍ରୀଡା ସଂସ୍କୃତିକୁ ବୃଦ୍ଧି କରିବା, ଯୁବ ପ୍ରତିଭାକୁ ପ୍ରୋତ୍ସାହନ କରାଇବା ଏବଂ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା ସହିତ ଏହି ବୈଠକ ଶେଷ ହୋଇଥିଲା।

ଇକୋର୍ସା ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.