Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପାଉଁଶ ପରିବହନକୁ ନେଇ ରକ୍ତାକ୍ତ ସଂଘର୍ଷ! ଚାନ୍ଦା ବିବାଦରୁ ଗଡ଼ିଲା ମୁଣ୍ଡ, ୩ ରାଉଣ୍ଡ ଗୁଳିରେ ଯୁବକ ମୃତ
ଅପରାଧ

ପାଉଁଶ ପରିବହନକୁ ନେଇ ରକ୍ତାକ୍ତ ସଂଘର୍ଷ! ଚାନ୍ଦା ବିବାଦରୁ ଗଡ଼ିଲା ମୁଣ୍ଡ, ୩ ରାଉଣ୍ଡ ଗୁଳିରେ ଯୁବକ ମୃତ

November 6, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ପାଉଁଶ ପରିବହନରୁ ଟଙ୍କା ଆଦାୟକୁ ନେଇ ତେଜିଲା ବିବାଦ। ବେଆଇନ ଚାନ୍ଦା ଆଦାୟକୁ କେନ୍ଦ୍ର କରି ଦୁଇ ସଂଗଠନ ମଧ୍ୟରେ ଥିବା ବିବାଦ ଶେଷରେ ରକ୍ତାକ୍ତ ସଂଘର୍ଷର ରୂପ ନେଇଛି। ଗୁଳି ଫୁଟିଛି, ଜଣେ ଯୁବକଙ୍କ ଜୀବନ ଯାଇଛି। ଏହି ଘଟଣାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲି ଅଞ୍ଚଳରେ ଏବେ ଅଶାନ୍ତିର ବାତାବରଣ। ପାଉଁଶ ପରିବହନରୁ ମିଳୁଥିବା ଅର୍ଥକୁ ନେଇ ଆରମ୍ଭ ହୋଇଥିବା ଗୋଷ୍ଠୀ ବିବାଦ ଏତେ ଭୟଙ୍କର ହେବ ଯେ ଶେଷରେ ଜଣଙ୍କ ଜୀବନ ନେଇଯିବ, ତାହା କେହି କଳ୍ପନା କରି ନଥିଲେ।

ଭଷ୍ମା ଥାନା ଅନ୍ତର୍ଗତ ଦର୍ଲିପାଲିର ବରୋବଗାରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏହି ଗୁଳିକାଣ୍ଡ। ମୃତକ ହେଉଛନ୍ତି ରାଇଜ୍‌ ସଂଗଠନର ଯୁବକ ସୁନୀଲ ନେଟୀ ଓରଫ ସିଲୁ। ତାଙ୍କ ମୁଣ୍ଡ ଓ ଛାତିକୁ ଲକ୍ଷ୍ୟ କରି ଦୁର୍ବୃତ୍ତମାନେ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁରୁତର ସୁନୀଲଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚିପାରି ନଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଉତ୍ତେଜନା ବ୍ୟାପିଥିଲା।

ଏହି ଘଟଣା ପଛରେ ରହିଛି ଏନ୍‌ଟିପିସି ଦର୍ଲିପାଲିର ପାଉଁଶ ପରିବହନକୁ ନେଇ ଦୀର୍ଘଦିନର ବିବାଦ। ବରୋବଗାସ୍ଥିତ ପାଉଁଶ ପୋଖରୀରୁ ପାଉଁଶ ପରିବହନ କରାଯାଉଥିବା ବେଳେ ଏଥିରୁ ବେଆଇନ ଭାବେ ଚାନ୍ଦା ଆଦାୟ ହେଉଥିବା ଅଭିଯୋଗ ରହିଛି। ଏଥିପାଇଁ ଏକ ଗୋଷ୍ଠୀ ସମନ୍ୱିତ ପାଉଁଶ ପରିବହନ ମାଲିକ ସଂଘ (ୟୁଏଫଟିଓଏ) ନାମରେ ସଂଗଠିତ ହୋଇ ଅର୍ଥ ଆଦାୟ କରୁଥିବା କୁହାଯାଉଛି।

ପରବର୍ତ୍ତୀ ସମୟରେ ଦର୍ଲିପାଲି ଓ ବରୋବଗା ଅଞ୍ଚଳର କିଛି ଯୁବକ ଏକାଠି ହୋଇ ରାଇଜ୍‌ ନାମରେ ଆଉ ଏକ ସଂଗଠନ ଗଢ଼ିଥିଲେ। ପାଉଁଶ ପରିବହନରୁ ଚାନ୍ଦା ଆଦାୟକୁ ନେଇ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ମତଭେଦ ଓ ବିବାଦ ରହିଥିବା ଜଣାପଡ଼ିଛି। ଏହି ବିବାଦ ହିଁ ହତ୍ୟାକାଣ୍ଡର କାରଣ ବୋଲି ପ୍ରାଥମିକ ଭାବେ ଚର୍ଚ୍ଚା ହେଉଛି।

ଗୁରୁବାର ବରୋବଗାଠାରେ ରାଇଜ୍‌ ସଂଗଠନର ଏକ ବୈଠକ ବସିଥିଲା। ପାଉଁଶ ପରିବହନ ଓ ସେଥିରୁ ଚାନ୍ଦା ଆଦାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଏଥିରେ ଆଲୋଚନା ହୋଇଥିଲା। ବୈଠକ ଶେଷ ହେବା ପରେ ଅଧିକାଂଶ ସଦସ୍ୟ ଘରକୁ ଫେରିଯାଇଥିଲେ। ତେବେ ସୁନୀଲଙ୍କ ସମେତ କିଛି ଯୁବକ ସେଠାରେ ରହିଥିଲେ।

ଏହି ସମୟରେ ହଠାତ୍ କିଛି ଯୁବକ ସଂଘବଦ୍ଧ ଭାବେ ସେଠାରେ ପହଞ୍ଚି ମାରପିଟ୍ ଆରମ୍ଭ କରିଥିଲେ। ଏହାପରେ ସୁନୀଲଙ୍କ ଉପରକୁ ଲକ୍ଷ୍ୟ କରି ୩ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଗୁଳି ତାଙ୍କ ମୁଣ୍ଡ ଓ ଛାତିରେ ବାଜିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ସାଙ୍ଗରେ ଥିବା ଯୁବକମାନେ ତାଙ୍କୁ ପ୍ରଥମେ ଦର୍ଲିପାଲି ଡାକ୍ତରଖାନା ଓ ପରେ ପୁଲିସ ଗାଡ଼ିରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସୁନୀଲଙ୍କୁ ମୃତ ଘୋଷଣା କରିଥିଲେ।

ସୁନୀଲଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଦର୍ଲିପାଲିରେ ଉତ୍ତେଜନା ତୀବ୍ର ହୋଇଥିଲା। ହତ୍ୟାକାଣ୍ଡ ପଛରେ ୟୁଏଫଟିଓଏର ହାତ ଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ରାତିରେ ସଂଘର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ଏହାସହ ସଂଘର ଜଣେ କର୍ମକର୍ତ୍ତା ସୂରଜ ପଟେଲଙ୍କ କ୍ରେଟା ଗାଡ଼ିକୁ ନିଆଁ ଲଗାଇ ଦେଇଥିଲେ।

କେବଳ ସେତିକି ନୁହେଁ, ସଂଘର ସଭାପତି ତଥା ଦର୍ଲିପାଲି ସରପଞ୍ଚଙ୍କ ସ୍ୱାମୀ ଗୋବିନ୍ଦ କୁମୁରା ଓ ଅନ୍ୟ ଜଣେ ସଦସ୍ୟଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ମାରଣାସ୍ତ୍ର ଥିବା ସନ୍ଦେହରେ ଏକ ଥର୍‌ ଗାଡ଼ିକୁ ଭଙ୍ଗାରୁଜା କରିବାକୁ ଉତ୍ତ୍ୟକ୍ତ ଲୋକେ ଉଦ୍ୟମ କରିଥିଲେ। ତେବେ ପୁଲିସ ତୁରନ୍ତ ଗାଡ଼ିଟିକୁ ନିଜ ହେପାଜତକୁ ନେଇ ସୁରକ୍ଷିତ ରଖିଥିଲା।

ଘଟଣା ପରେ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତଥାପି ଉତ୍ତେଜନା ଶାନ୍ତ ହୋଇନାହିଁ। ଶୁକ୍ରବାର ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ସୁନୀଲଙ୍କ ଶବ ବ୍ୟବଚ୍ଛେଦ କରାଯିବ। ଏହାପରେ ମୃତଦେହ ଗାଁକୁ ଫେରିବା ସମୟରେ ପୁଣି ଉତ୍ତେଜନା ବଢ଼ିବା ଆଶଙ୍କା ରହିଛି।

ପାଉଁଶ ପରିବହନରୁ ଚାନ୍ଦା ଆଦାୟକୁ ନେଇ ଏଭଳି ଗୁଳିକାଣ୍ଡ ଓ ହତ୍ୟାକାଣ୍ଡ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଏକ ଶିଳ୍ପାଞ୍ଚଳରେ ପାଉଁଶ ପରିବହନକୁ କେନ୍ଦ୍ର କରି କିପରି ଗୋଷ୍ଠୀ ବିବାଦ ହତ୍ୟାକାଣ୍ଡର ରୂପ ନେଲା, ତାହା ଏବେ ବଡ଼ ପ୍ରଶ୍ନ। ଘଟଣାର ପ୍ରକୃତ କାରଣ, ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ଓ ଚାନ୍ଦା ଆଦାୟ ପଛରେ ଥିବା ନେଟୱର୍କର ଖୁଲାସା ହେବା ଏବେ ତଦନ୍ତର ମୁଖ୍ୟ ଦିଗ ହେବ।

#CrimeInOdisha
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀକୁ ମିଳିବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍! ବିଦେଶରୁ ସିଧା ଆସିବେ ପର୍ଯ୍ୟଟକ, ଖୋଲିବ ନିଯୁକ୍ତିର ନୂଆ ଦ୍ୱାର

November 6, 2026

ମୃତ୍ୟୁର ମୋଡ଼ ପାଲଟିଲା ଜୋନ୍ ଲୁଡ୍ରୁ ବୁଲାଣି! ସ୍କୁଟି ଦୁର୍ଘଟଣା ପରେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୭ ମୃତ

November 6, 2026

୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଶହୀଦ ସ୍ମାରକୀକୁ ଉଦଘାଟନ କଲେ ଅମିତ ଶାହ

November 6, 2026

ଟ୍ରମ୍ପ ପ୍ରଶାସନରୁ ପଦତ୍ୟାଗ ଚର୍ଚ୍ଚା କେବଳ ଗୁଜବ: ମାର୍କୋ ରୁବିଓ

November 6, 2026
Latest News

ପୁରୀକୁ ମିଳିବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍! ବିଦେଶରୁ ସିଧା ଆସିବେ ପର୍ଯ୍ୟଟକ, ଖୋଲିବ ନିଯୁକ୍ତିର ନୂଆ ଦ୍ୱାର

November 6, 2026

ମୃତ୍ୟୁର ମୋଡ଼ ପାଲଟିଲା ଜୋନ୍ ଲୁଡ୍ରୁ ବୁଲାଣି! ସ୍କୁଟି ଦୁର୍ଘଟଣା ପରେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୭ ମୃତ

November 6, 2026

ଆଜମ୍ ଖାନଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

November 6, 2026

ପାଉଁଶ ପରିବହନକୁ ନେଇ ରକ୍ତାକ୍ତ ସଂଘର୍ଷ! ଚାନ୍ଦା ବିବାଦରୁ ଗଡ଼ିଲା ମୁଣ୍ଡ, ୩ ରାଉଣ୍ଡ ଗୁଳିରେ ଯୁବକ ମୃତ

November 6, 2026

୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଶହୀଦ ସ୍ମାରକୀକୁ ଉଦଘାଟନ କଲେ ଅମିତ ଶାହ

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.