Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗତି କୁଆଡେ? କାହିଁକି ସରକାରୀ କାର୍ଯ୍ୟକ୍ରମରୁ ନିଜକୁ ରଖୁଛନ୍ତି ଦୂରେଇ
ଜାତୀୟ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗତି କୁଆଡେ? କାହିଁକି ସରକାରୀ କାର୍ଯ୍ୟକ୍ରମରୁ ନିଜକୁ ରଖୁଛନ୍ତି ଦୂରେଇ

April 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
aparajita
ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗତି କୁଆଡେ? କାହିଁକି ସରକାରୀ କାର୍ଯ୍ୟକ୍ରମରୁ ନିଜକୁ ରଖୁଛନ୍ତି ଦୂରେଇ

ଶରତ ପାଇକରାୟ

ଶାସକ ବିଜେପି ଦଳ ଭିତରେ କିଛି ଗୋଟିଏ ଚାଲିଛି, ତାହା ଧିରେ ଧିରେ ଅନୁଭବ ହେବାରେ ଲାଗିଛି। କାରଣ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହେଉ କିମ୍ବା ଦଳୀୟ କାର୍ଯ୍ୟକ୍ରମ ଏଥିରେ ଫାଟ ରହିଥିବାର ସ୍ପଷ୍ଟ ଅନୁମାନ କରାଯାଉଛି।

ବିଶେଷ କରି ଭୁବନେଶ୍ବରରେ ଏହି ଫାଟ ବେଶ ଜଳଜଳ ହୋଇ ଦେଖାଯାଉଛି। ଭୁବନେଶ୍ବର ସାଂସଦ ଅପରଜିତା ଷଡଙ୍ଗୀଙ୍କ କଥାକୁ ବିଚାରକୁ ନିଆଯାଉ। ସେ ବର୍ତ୍ତମାନ ସରକାରୀ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିବାରେ ଲାଗିଛନ୍ତି। ଏହାର କାରଣ କଣ କାହାକୁ ଜଣା ନାହିଁ।

ନିକଟରେ ଜୟଦେବ ଭବନରେ ଓଡିଶା ଦିବସ ପାଳନ ହେଉ କିମ୍ବା ଖଡିଛୁଆଁ ପର୍ବ। ଏଥିରେ ଭୁବନେଶ୍ବର ସାଂସଦଙ୍କ ନାମ ରହିଥିଲେ ମଧ୍ୟ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉ ନାହାଁନ୍ତି। ଏପରିକି ଖୋଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ମଧ୍ୟ ଅପରାଜିତାଙ୍କୁ ଦେଖିବାକୁ ମିଳୁ ନାହିଁ।

ନିକଟରେ ଭୁବନେଶ୍ବରର ଜୟଦେବ ଭବନରେ ଆୟୋଜିତ ହୋଇଥିଲା ଓଡିଶା ଦିବସ। ଏଥିରେ ବାଚସ୍ପତି ସୂରମା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସଭା କରାଯାଇଥିଲା। ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କ ସହିତ ତିନି ବିଧାୟକ ଏବଂ ମେୟରଙ୍କ ନାମ ନିମନ୍ତ୍ରଣ ପତ୍ରରେ ଥିଲା। ହେଲେ ସେଠାକୁ ଅପରାଜିତା ଆସିଲେ ନାହିଁ କି ଦୁଇ ବିଜେଡି ବିଧାୟକ ମଧ୍ୟ ଯୋଗଦେଲେ ନାହିଁ।

ସେହିପରି ବୁଧବାର ଦିନ ଭୁବନେଶ୍ବରର ବରଗଡ ସ୍କୁଲରେ ଆୟୋଜିତ ହୋଇଥିଲା ଖଡିଛୁଆଁ ଉତ୍ସବ। ଏଥିରେ ଖୋଦ ମୁଖ୍ୟମନ୍ତ୍ରୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜ ସଂସଦୀୟ କ୍ଷେତ୍ର ହୋଇଥିବାରୁ ଅପରାଜିତା ଆସିବା କଥା। ହେଲେ ସେଠାକୁ ସେ ଆସିଲେ ନାହିଁ। ତେବେ ତାଙ୍କ ସମର୍ଥକଙ୍କ ସହିବା କଥା ଯେ ବର୍ତ୍ତମାନ ଲୋକସଭା ଚାଲିଥିବାରୁ ସେ ଆସିପାରୁ ନାହାଁନ୍ତି।

କିନ୍ତୁ ଯେତେବେଳେ ଲୋକସଭା ଚାଲୁ ନାହିଁ ଏବଂ ସାସଂଦ ଖୋଦ ଭୁବନେଶ୍ବରରେ ରହୁଛନ୍ତି ତଥାପି ସେ କେବେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉ ନାହାଁନ୍ତି। ତାହାର କାରଣ କଣ ବୋଲି ପଚାରିବାରୁ ସେମାନେ ଚୁପ। ଏପରିକି କେତେକ କ୍ଷେତ୍ରରେ ଦେଖାଦେଇଛି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ କାର୍ଯ୍ୟକ୍ରମ କରୁଥିବା ବେଳେ ସାଂସଦ ଅପରାଜିତା ଖୋର୍ଦ୍ଧାରେ ଅନୁରୂପ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ବିଜେପି ଭିତରେ ଏସବୁ କଣ ଚାଲିଛି।

ଅନ୍ୟପକ୍ଷରେ ବିଧାୟକଙ୍କ କଥା ଦେଖାଯାଉ। ଭୁବନେଶ୍ବରର ତିନି ବିଧାୟକଙ୍କ ମଧ୍ୟରୁ ଏକାମ୍ର ଭୁବନେଶ୍ବରର କେବଳ ବିଜେପି ବିଧାୟକ ବାବୁ ସିଂ ଅଛନ୍ତି। ଅନ୍ୟ ଦୁଇ ନିର୍ବାଚନ ମଣ୍ଡଳିରେ ବିଜେଡି ବିଧାୟକ ପ୍ରତିନିଧିତ୍ବ କରୁଛନ୍ତି। ହେଲେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ବିଜେପି ବିଧାୟକ ବାବୁ ସିଂ ଏବଂ ପରାଜିତ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଜଗନ୍ନାଥ ପ୍ରଧାନ ଯୋଗ ଦେଉଛନ୍ତି। ହେଲେ ବିଜେଡି ବିଧାୟକ ଦ୍ବୟଙ୍କୁ ଡକାଯାଉ ନାହିଁ।

ଏହାକୁ ନେଇ ମଧ୍ୟ ଭୁବନେଶ୍ବରର ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ବିଧାନସଭାରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ତିନି ବିଧାୟକଙ୍କୁ ଡାକିବା କଥା। ହେଲେ ସରକାର ବିଜେଡି ବିଧାୟକଙ୍କୁ ଡାକୁ ନାହିଁନ୍ତି। ଅନ୍ୟପକ୍ଷରେ ଦୁଇ ପରାଜିତ ପ୍ରାର୍ଥୀଙ୍କୁ ଡକାଯାଉଛି। ଯଦି ସେମାନଙ୍କୁ ଡାକିବାର ସରକାର ବ୍ୟବସ୍ଥା କରିଛନ୍ତି, ତେବେ ଅନ୍ୟ ପରାଜିତଙ୍କୁ ମଧ୍ୟ ଡକାଯାଉ ବୋଲି ସେ ଦାବୀ କରିଛନ୍ତି।

ପୂର୍ବର ବିଜେଡି ସରକାର ଅମଳରେ ମଧ୍ୟ ସେହି ଅଭିଯୋଗ କରାଯାଉଥିଲା। ସେତେବେଳେ ବିଜେଡି ସରକାରରେ ଥିଲେ, ଭୁବନେଶ୍ବରର ତିନି ବିଧାୟକ ବିଜେଡି ଥିଲେ। ହେଲେ ସାଂସଦ ବିଜେପିର ଥିଲେ। ସରକାରୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଡକାଯାଉଥିବା ବେଳେ ବିଜେପି ସାଂସଦ ଅପରାଜିତାଙ୍କୁ ଡକାଯାଉ ନ ଥିଲା। ଫଳରେ ସେତେବେଳେ ଅପରାଜିତା ଅଭିଯୋଗ କରିବା ସହିତ ସାମ୍ବାଦିକ ସମ୍ମିଳନୀରେ ସେତେେବେଳର ସରକାରଙ୍କୁ ଗାଳି କରୁଥିଲେ।

ତେବେ ବର୍ତ୍ତମାନ ବିଜେପି ରାଜ୍ୟ ଓ କେନ୍ଦ୍ରରେ ସରକାରରେ ଅଛି, ଖୋଦ ସାଂସଦ ମଧ୍ୟ ପୁଣି ଜିତି କରି ଆସିଛନ୍ତି, ତଥାପି ସେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉ ନାହାଁନ୍ତି। ସେତେବେଳେ ତାଙ୍କୁ ଡାକୁ ନ ଥିବାରୁ ଅଭିଯୋଗ କରୁଥିଲେ, ଏବେ ଡକାଯାଉଥିଲେ ମଧ୍ୟ ସେ କାହିଁକି ଆସୁ ନାହାଁନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ପ୍ରକୃତରେ ଅପରାଜିତାଙ୍କ ଗତି କୁଆଡେ ଏବଂ ସେ ଏମିତି କାହିଁକି କରୁଛନ୍ତି ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

aparajita ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.