
ଭୁବନେଶ୍ଵର: ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍-୨୦୨୫ର ଦ୍ବିତୀୟ ଦିନରେ ୭ ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ପୋଲିସ ଦଳକୁ ୯-୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା।
ଦ୍ୱିତୀୟ ମ୍ୟାଚ କର୍ଣ୍ଣାଟକ ଓ ଗୁଜରାଟ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ କର୍ଣ୍ଣାଟକ, ଗୁଜରାଟ ପୋଲିସ ଦଳକୁ ୨୦-୧ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା।
ସେହିପରି ତେଲେଙ୍ଗାନା ଓ କେରଳ ପୋଲିସ ମଧ୍ୟରେ ତୃତୀୟ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ତେଲେଙ୍ଗାନା, କେରଳ ପୋଲିସ ଦଳକୁ ୯ -୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।
ଚତୁର୍ଥ ମ୍ୟାଚ ସିଆରପିଏଫ ଓ ପୁଡୁଚେରୀ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ସିଆରପିଏଫ ପୋଲିସ ପଡୁଚେରୀ ପୋଲିସ ଦଳକୁ ୨୧-୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।
ପଞ୍ଚମ ମ୍ୟାଚ ତାମିଲନାଡୁ ଓ ଉତ୍ତରପ୍ରଦେଶ ପ୍ରଦେଶ ମହିଳା ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଉତ୍ତରପ୍ରଦେଶ ପ୍ରଦେଶ ମହିଳା ପୋଲିସ ତାମିଲନାଡୁ ମହିଳା ପୋଲିସ ଦଳକୁ ୬-୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।
ସେହିପରି ପଞ୍ଜାବ ଓ ମଧ୍ୟ ପ୍ରଦେଶ ମଧ୍ୟରେ ଷଷ୍ଠ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ପଞ୍ଜାବ, ମଧ୍ୟପ୍ରଦେଶ ପୋଲିସ ଦଳକୁ ୭ -୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।
ସପ୍ତମ ମ୍ୟାଚ ଏସଏସବି ଓ ହରିୟାଣା ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଏସଏସବି ପୋଲିସ ହରିୟାଣା ପୋଲିସ ଦଳକୁ ୧୮-୦ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।
କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ,ଏସସିଆରବି, ନିର୍ଦ୍ଦେଶକ ଡ଼ଃ. ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗ) ଅରୁଣ ବୋଥ୍ରା, ଆୟୋଜନ କମିଟିର ଉପାଧ୍ୟାକ୍ଷ ଦୟାଲ ଗଙ୍ଗୱାର, ଆଇଜି( ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ, ଆଇଜି (ଅପରେସନ) ଡ଼ଃ. ଦୀପକ କୁମାର, ଆଇଜି (ସଶସ୍ତ୍ର) ଅବିନାଶ କୁମାର ଏବଂ ଖୋର୍ଦ୍ଧା ଏସପି ସାଗରିକା ନାଥ ପ୍ରମୁଖ ବିଭିନ୍ନ ମ୍ୟାଚ ଗୁଡିକରେ ଅତିଥି ଭାବେ ଅଂଶ ଗ୍ରହଣ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।