ଓଡିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Published: Apr 14, 2025, 11:46 am IST

ନୂଆଦିଲ୍ଲୀ: ଆଜି ଓଡିଆ ନୂଆ ବର୍ଷ। ଆଜିଠାରେ ଶ୍ରୀମନ୍ଦିରରେ ଓଡିଆ କ୍ୟାଲେଣ୍ଡରର ପ୍ରଚଳନ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସାରା ରାଜ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ଉପଲକ୍ଷେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ

ସେ ଯାହା କହିଛନ୍ତି ତାହା ହେଲା, “ପବିତ୍ର ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମୁଁ ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ପଣା ସଂକ୍ରାନ୍ତି ଆମ ସମାଜକୁ ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଇଥାଏ । ଆନନ୍ଦ ଉଲ୍ଲାସର ଏହି ପର୍ବ ଆମକୁ ଆମ ଦେଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ମଧ୍ୟ ଦେଇଥାଏ । ଏହି ଅବସରରେ ମୁଁ ସମସ୍ତଙ୍କର ସୁଖସମୃଦ୍ଧି କାମନା କରୁଅଛି ।”

Related posts