Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀର୍ଘସ୍ଥାୟିତ୍ୱ ମଡେଲ ବର୍ଗରେ ଓଡ଼ିଶାର ରେଡିଓ ନମସ୍କାରକୁ ମିଳିଲା ଦ୍ୱିତୀୟ ପୁରସ୍କାର
ଆଜିର ଖବର

ଦୀର୍ଘସ୍ଥାୟିତ୍ୱ ମଡେଲ ବର୍ଗରେ ଓଡ଼ିଶାର ରେଡିଓ ନମସ୍କାରକୁ ମିଳିଲା ଦ୍ୱିତୀୟ ପୁରସ୍କାର

May 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ଦ୍ୱାରା ମୁମ୍ବାଇରେ ବିଶ୍ୱ ଦୃଶ୍ୟ-ଶ୍ରାବ୍ୟ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) ଅବସରରେ ଅଷ୍ଟମ ଜାତୀୟ ଗୋଷ୍ଠୀ ରେଡିଓ ସମ୍ମିଳନୀ ଆୟୋଜନ କରାଯାଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ. ମୁରୁଗନ ଏହି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୨ଟି  କମ୍ୟୁନିଟି ରେଡିଓ ଷ୍ଟେସନକୁ ଦଶମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାରରେ ସମ୍ମାନିତ କରିଥିଲେ। ଚାରିଟି ବର୍ଗରେ ଏହି ପୁରସ୍କାର ଦିଆଯାଇଥିବା ବେଳେ ଦୀର୍ଘସ୍ଥାୟିତ୍ୱ ମଡେଲ ବର୍ଗରେ ଓଡ଼ିଶାର ୟଙ୍ଗ ଇଣ୍ଡିଆ ସଂସ୍ଥା ଦ୍ୱାରା ପରିଚାଳିତ ରେଡିଓ ନମସ୍କାର ପୁରସ୍କୃତ ହୋଇଛି। ରେଡିଓ ନମସ୍କାରକୁ ଏହି ବର୍ଗରେ ଦ୍ୱିତୀୟ ପୁରସ୍କାର ମିଳିଛି।

ଏହି ଅବସରରେ ଉଦବୋଧନ ଦେଇ ଡ. ଏଲ. ମୁରୁଗନ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ଏହି ଜାତୀୟ ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ନବସୃଜନ, ସମାବେଶୀତା ଏବଂ ପ୍ରଭାବ ମାଧ୍ୟମରେ ଭାରତରେ ଗୋଷ୍ଠୀ ଗଣମାଧ୍ୟମ ପରିଦୃଶ୍ୟକୁ ସୁଦୃଢ଼ କରିବା। କେନ୍ଦ୍ର ମନ୍ତ୍ରୀ କହିଥିଲେ, ସାରା ଦେଶରେ ଗୋଷ୍ଠୀ ରେଡିଓ କିଛି ନା କିଛି କଲ୍ୟାଣମୂଳକ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି ଏବଂ ଭାରତୀୟ ପରମ୍ପରା ଏବଂ ସଂସ୍କୃତିର ପ୍ରଚାର ସମେତ ଭଲ କାର୍ଯ୍ୟକୁ ସମର୍ଥନ କରୁଛି। କମ୍ୟୁନିଟି ରେଡିଓ ଷ୍ଟେସନଗୁଡ଼ିକ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଏବଂ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପଦକ୍ଷେପଗୁଡ଼ିକୁ ଦେଶର ସମସ୍ତ ଭାଗରେ ପହଞ୍ଚାଉଛନ୍ତି।

ୱେଭସ୍ ୨୦୨୫ର ପ୍ରଥମ ସଂସ୍କରଣ ବିଷୟରେ ଡକ୍ଟର ଏଲ୍. ମୁରୁଗନ କହିଥିଲେ ଯେ ଏଥିରୁ ନୂତନ ଚିନ୍ତାଧାରା ବିକଶିତ ହେବ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥା ହେଉଛି ଏକ ଉଦୀୟମାନ କ୍ଷେତ୍ର ଯାହା ଆଗାମୀ ଦିନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଏହି ଅବସରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ, ଯୁଗ୍ମ ସଚିବ (ପ୍ରସାରଣ) ତଥା ଏନ୍.ଏଫ୍.ଡି.ସି.ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପୃଥୁଲ୍ କୁମାର ଏବଂ ଆଇ.ଆଇ.ଏମ୍.ସି. ର କୁଳପତି ଡ. ଅନୁପମା ଭଟନାଗର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମ୍ମିଳନୀ ସାରା ଦେଶର ୪୦୦ରୁ ଅଧିକ ଗୋଷ୍ଠୀ ରେଡିଓ ଷ୍ଟେସନର ପ୍ରତିନିଧିମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଆଲୋଚନା ଏବଂ ସହଯୋଗର ସୁଯୋଗ ପ୍ରଦାନ କରିଥିଲା। ବର୍ତ୍ତମାନ ସାରା ଦେଶରେ ୫୩୧ଟି ଗୋଷ୍ଠୀ ରେଡିଓ ଷ୍ଟେସନ ରହିଛି। ଏହି ସମ୍ମିଳନୀରେ ଜନସମ୍ପର୍କ ଏବଂ ସଚେତନତା ସୃଷ୍ଟି ତଥା ସାମାଜିକ ବିକାଶରେ ସେଗୁଡ଼ିକର ସାମର୍ଥ୍ୟ କ୍ଷେତ୍ରରେ କମ୍ୟୁନିଟି ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.