ପାରିବାରିକ କଳହରୁ ପୁଅକୁ ହତ୍ୟା!: ମାଆ ସମେତ ୯ ଅଟକ

Published: May 18, 2025, 7:16 pm IST

ରେଢ଼ାଖୋଲ: ପାରିବାରିକ କଳହରୁ ଜନ୍ମ କଲା ମାଆ ଅନ୍ୟ ପୁଅ, ଝିଅ ସହ ମିଶି ବଡ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରେଢ଼ାଖୋଲ ଥାନା ଡ଼ଇଁଚା ଗ୍ରାମର ସୁଦସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଂଚି ଛାନ ଭିନ କରୁଛି।

ପ୍ରକାଶ ଯେ, ରେଢ଼ାଖୋଲ ଥାନା ଡ଼ଇଁଚା ଗ୍ରାମର ଶେଷ ଦେବ ପଧାନଙ୍କ ବଡପୁଅ ବାଦଲ ପଧାନ (୨୩ ) ଙ୍କ ଗଳିତ ଶବ ଘର ପଛ ପଟେ ଏକ ଗାତରେ ପଡ଼ିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଡ଼ଇଁଚା ଗ୍ରାମକୁ ଯାଇ ତଦନ୍ତ କରିଥିଲା। ଘର ପାଖରେ ଏକ ଗାତରୁ ଜେସିବି ଖୋଳି ମୃତ ଦେହ ବାହାର କରିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା।

ପୋଲିସ ମୃତକ ର ମାଆ ସମେତ ଭାଇ ଓ ଭଉଣୀକୁ ପଚରା ଉଚୁରା କରିଥିଲା। ପୋଲିସ ଏହି ହତ୍ୟାକାଣ୍ଡରେ ମାଆ ସମେତ ଦୁଇ ଭଉଣୀ ଏବଂ ଜଣେ ଭାଇଙ୍କ ସମେତ ଅଟକ ରଖି ତଦନ୍ତ ଜାରି ରଖିଛି।

ଘଟଣା ସ୍ଥଳରେ ରେଢ଼ାଖୋଲ ଏସ ଡି ପିଓ ପ୍ରଶାନ୍ତ ମେହେର ସମେତ ରେଢ଼ାଖୋଲ ଥାନାଧିକାରୀ ଓ ପୋଲିସ ଟିମ ପହଂଚି ତଦନ୍ତ ଜାରିରଖି ଛନ୍ତି। ସାଇଣ୍ଟି ଫିକ ଟିମ ଆସିଲା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ କହିଛି।

Related posts