2025-26 ବିପଣନ ଋତୁ ପାଇଁ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

Published: May 28, 2025, 7:41 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି 2025-26  ବିପଣନ ଋତୁ ପାଇଁ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ମଞ୍ଜୁରି ଦେଇଛନ୍ତି।

ବିପଣନ ଋତୁ 2025-26 ପାଇଁ ଖରିଫ ଫସଲର ଏମଏସପିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି, ଯାହାଦ୍ୱାରା କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଉଚିତ ଲାଭକାରୀ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରାଯାଇପାରିବ। ବିଗତ ବର୍ଷ ତୁଳନାରେ ନାଇଜର ସିଡ ବା କଳା ରାଶି ଉପରେ (କ୍ୱିଣ୍ଟାଲ ପିଛା 820 ଟଙ୍କା) ସର୍ବାଧିକ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ଏହା ପଛକୁ ମାଣ୍ଡିଆ (କ୍ୱିଣ୍ଟାଲ ପିଛା 596 ଟଙ୍କା), କପା (କ୍ୱିଣ୍ଟାଲ ପିଛା 589 ଟଙ୍କା) ଏବଂ ରାଶି (କ୍ୱିଣ୍ଟାଲ ପିଛା 579 ଟଙ୍କା) ପାଇଁ ସବୁଠୁ ଅଧିକ ଏମଏସପି ସୁପାରିସ କରାଯାଇଛି।

2025-26 ବିପଣନ ଋତୁ ପାଇଁ ସମସ୍ତ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ:

(କ୍ୱିଣ୍ଟାଲ ପିଛା ଟଙ୍କାରେ)

କ୍ରଂସଂ  ଫସଲ ଏମଏସପି 2025-26 ଖର୍ଚ୍ଚ* କେଏମଏସ 2025-26 ଖର୍ଚ୍ଚ ଉପରେ ଲାଭ (%) ଏମଏସପି 2025-26ରେ ଏମଏସପି ବୃଦ୍ଧି
   ଶସ୍ୟ 2024-25 2013-14 over
2024-25
over 2013-14

 

 
1. ଧାନ ସାଧାରଣ 2369 1579 50 2300 1310 69 1059

(81%)

ଗ୍ରେଡ୍‌ ଏ^ 2389 2320 1345 69 1044

(78%)

2. ଯଅ ହାଇବ୍ରିଡ୍‌ 3699 2466 50 3371 1500 328 2199

(147%)

ମାଲଦାଣ୍ଡି^ 3749 3421 1520 328

 

2299

(147%)

3. ବାଜରା 2775 1703 63 2625 1250 150 1525

(122%)

4. ମାଣ୍ଡିଆ 4886 3257 50 4290 1500 596 3386

(226%)

5. ମକା 2400 1508 59 2225 1310 175 1090

(83%)

  ଡାଲି              
6. ହରଡ଼ 8000 5038 59 7550 4300 450 3700

(86%)

7. ମୁଗ 8768 5845 50 8682 4500 86 4268

(95%)

  ଫସଲ ଏମଏସପି 2025-26 ଖର୍ଚ୍ଚ* କେଏମଏସ 2025-26 ଖର୍ଚ୍ଚ ଉପରେ ଲାଭ (%) ଏମଏସପି 2025-26ରେ ଏମଏସପି ବୃଦ୍ଧି
          2024-25 2013-14 2024-25 ତୁଳନାରେ 2013-14 ତୁଳନାରେ

 

8. ବିରି 7800 5114 53 7400 4300 400

 

3500
(81%)
  ତୈଳବୀଜ  
9. ଚୀନାବାଦାମ 7263 4842 50 6783 4000  

480

3263

(82%)

 

10. ସୂର୍ଯ୍ୟମୁଖୀ ମଞ୍ଜୀ 7721 5147 50 7280 3700 441 4021

(109%)

11. ସୋୟାବିନ (ହଳଦିଆ) 5328 3552 50 4892 2560 436 2768

(108%)

12. ରାଶି 9846 6564 50 9267 4500 579 5346

(119%)

 

13. କଳା ରାଶି ବା ନାଇଜର ସିଡ୍‌ 9537 6358 50 8717 3500 820 6037

(172%)

  ବାଣିଜ୍ୟିକ            
14. କପା (ମଧ୍ୟମ ଷ୍ଟେପଲ) 7710 5140 50 7121 3700  

589

4010

(108%)

(ଲମ୍ବା ଷ୍ଟେପଲ)^ 8110 7521 4000 589 4110

(103%)

*ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି। ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍‌ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଲାଗୁ ମୂଲ୍ୟ ସାମିଲ ରହିଛି।

ଧାନ (ଗ୍ରେଡ୍ ଏ), ଯଅ (ମାଲଦାଣ୍ଡି) ଏବଂ କପା (ଲମ୍ବା ଷ୍ଟେପଲ) ପାଇଁ ମୂଲ୍ୟ ତଥ୍ୟ ପୃଥକ ଭାବରେ ସଂକଳିତ ହୋଇନାହିଁ

କେନ୍ଦ୍ର ବଜେଟ୍ 2018-19 ଘୋଷଣା ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ଦେଢ଼ ଗୁଣ ସ୍ତରରେ ଏମଏସପି ସ୍ଥିର କରିବାର ଅନୁରୂପ 2025-26 ବିପଣନ ଋତୁ ପାଇଁ ଖରିଫ ଫସଲ ପାଇଁ ଏମଏସପି ବୃଦ୍ଧି କରାଯାଇଛି। ବାଜରା (63 ପ୍ରତିଶତ), ମକା (59 ପ୍ରତିଶତ), ହରଡ଼ (59 ପ୍ରତିଶତ) ଏବଂ ବିରି (53 ପ୍ରତିଶତ) ଏମଏସପି କ୍ଷେତ୍ରରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ଆଶା କରାଯାଉଥିବା ଲାଭକାରୀ ମୂଲ୍ୟର ସର୍ବାଧିକ ଲାଭ ପ୍ରଦାନ କରିବ ବୋଲି ଆକଳନ କରାଯାଇଛି। ଅବଶିଷ୍ଟ ଫସଲ ପାଇଁ, କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ 50 ପ୍ରତିଶତ ଲାଭ ମିଳିବ ବୋଲି ଆକଳନ କରାଯାଇଛି।

ନିକଟ ଅତୀତରେ, ସରକାର ଡାଲି ଏବଂ ତୈଳବୀଜ ଏବଂ ପୁଷ୍ଟିକର ଶସ୍ୟ/ଶ୍ରୀ ଅନ୍ନ ଭଳି ଶସ୍ୟଗୁଡ଼ିକ ପାଇଁ ଅଧିକ ଏମଏସପି ପ୍ରଦାନ କରି ଏହି ଶସ୍ୟ ଏବଂ ଅନ୍ୟ ଶସ୍ୟର ଚାଷକୁ ପ୍ରୋତ୍ସାହିତ କରୁଛନ୍ତି।

2014-15 ରୁ 2024-25 ବର୍ଷ ମଧ୍ୟରେ 7608 ଏଲ୍ଏମଟି ଧାନ ସଂଗ୍ରହ ହୋଇଥିବା ବେଳେ 2004-05 ରୁ 2013-14 ବର୍ଷ ମଧ୍ୟରେ 4590 ଏଲ୍ଏମଟି ଧାନ ସଂଗ୍ରହ ହୋଇଥିଲା।

2014-15 ରୁ 2024-25 ଅବଧି ମଧ୍ୟରେ 14ଟି ଖରିଫ ଫସଲର କ୍ରୟ 7608 ଏଲଏମଟିନ୍ ହୋଇଥିବା ବେଳେ 2004-05 ରୁ 2013-14 ଅବଧି ମଧ୍ୟରେ 4679 ଏଲଏମଟିନ୍ କ୍ରୟ ହୋଇଥିଲା।

2014-15 ରୁ 2024-25 ମଧ୍ୟରେ ଧାନ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପରିମାଣ 14.16 ଲକ୍ଷ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ 2004-05 ରୁ 2013-14  ମଧ୍ୟରେ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପରିମାଣ 4.44 ଲକ୍ଷ କୋଟି ଟଙ୍କା ଥିଲା।

2014-15 ରୁ 2024-25 ମଧ୍ୟରେ 14ଠି ଖରିଫ ଫସଲ ପାଇଁ ଚାଷୀଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ 16.35 ​​ଲକ୍ଷ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ 2004-05 ରୁ 2013-14  ମଧ୍ୟରେ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ 4.75 ଲକ୍ଷ କୋଟି ଟଙ୍କା ଥିଲା।

Related posts