
ନୂଆଦିଲ୍ଲୀ: ବରିଷ୍ଠ ଅକାଳୀ ଦଳ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଖଦେବ ସିଂହ ଧିଣ୍ଡସାଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତିନି ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କ୍ରୀଡା ମନ୍ତ୍ରୀ ପଦରେ ରହିଥିଲେ।
ସେ ପଞ୍ଜାବର ସଙ୍ଗରୁର ଆସନରୁ ଲୋକସଭା ନିର୍ବାଚନ ଜିତିଥିଲେ। ମାର୍ଚ୍ଚ ୨୦୨୪ରେ ସେ ତାଙ୍କ ଦଳ ଶିରୋମଣି ଅକାଳୀ ଦଳ (ୟୁନାଇଟେଡ୍) କୁ ସୁଖବୀର ସିଂହ ବାଦଲଙ୍କ ନେତୃତ୍ୱାଧୀନ ଦଳ ସହିତ ମିଶ୍ରଣ କରିଥିଲେ। ୨୦୨୦ ମସିହାରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଧିଣ୍ଡସା ଏବଂ ତାଙ୍କ ପୁଅଙ୍କୁ ଅକାଳୀ ଦଳରୁ ବହିଷ୍କାର କରାଯାଇଥିଲା।
Tags: Punjab News, Sukhdev Singh Dhindsa