Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ମାର୍ଟ ମିଟର ନେଇ ତାତିଲେ ଉପଭୋକ୍ତା, ରାସ୍ତା ଉପରେ ଭାଙ୍ଗିଲେ, ଶକ୍ତି ବିଭାଗ ଦେଲା ସ୍ପଷ୍ଟୀକରଣ
ବିଶେଷ ଖବର

ସ୍ମାର୍ଟ ମିଟର ନେଇ ତାତିଲେ ଉପଭୋକ୍ତା, ରାସ୍ତା ଉପରେ ଭାଙ୍ଗିଲେ, ଶକ୍ତି ବିଭାଗ ଦେଲା ସ୍ପଷ୍ଟୀକରଣ

May 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
smartmeter
ସ୍ମାର୍ଟ ମିଟର ନେଇ ତାତିଲେ ଉପଭୋକ୍ତା, ରାସ୍ତା ଉପରେ ଭାଙ୍ଗିଲେ, ଶକ୍ତି ବିଭାଗ ଦେଲା ସ୍ପଷ୍ଟୀକରଣ

ଭୁବନେଶ୍ବର: ସ୍ମାର୍ଟ ମିଟରକୁ ନେଇ ବିଦ୍ୟୁତ ଉପଭୋକ୍ତା ଅସନ୍ତୁଷ୍ଠ। ଏ ନେଇ ବରଗଡରେ ଚାଷି ଉତେକ୍ତ ହୋଇ ରାସ୍ତାକୁ ଓହ୍ଲାଇଲେ। ଶହଶହ ସ୍ମାଟ ମିଟର ରାସ୍ତା ଉପରେ ଫିଙ୍ଗି ଭାଙ୍ଗିଲେ। ଏହାପରେ ଶକ୍ତି ବିଭାଗ ତାହାର ସ୍ପଷ୍ଟୀକରଣ ଦେଇଛି। ବିଭାଗୀୟ ସ୍ପଷ୍ଟୀକରଣ କୁହାଯାଇଛି ଯେ, ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଡିସକମ୍ ଦ୍ୱାରା ପ୍ରି-ପେଡ୍ ସ୍ମାର୍ଟ ମିଟର୍ ବାଧ୍ୟତାମୂଳକ ସ୍ଥାପନ ଏବଂ ଏହା ଦ୍ଵାରା ଅଧିକ ବିଦ୍ୟୁତ ବିଲ୍ ବୃଦ୍ଧି ସମ୍ବନ୍ଧୀୟ ଖବର ଭାଇରାଲ୍ ହେଉଛି। ଏହା ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

ଏତଦ୍ୱାରା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ ପ୍ରି-ପେଡ୍ ସ୍ମାର୍ଟ ମିଟର୍ ଲଗେଇବା ଗ୍ରାହକମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ଏବଂ ସେମାନେ ନିଜ ସୁବିଧା ଅନୁଯାୟୀ ପ୍ରିପେଡ୍ କିମ୍ବା ପୋଷ୍ଟପେଡ୍ ମିଟର୍ ନିଜ ଘରେ ଲଗେଇପାରିବେ। ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନଙ୍କ ଘରେ ସ୍ମାର୍ଟ ମିଟର୍ ସୁବିଧାଜନକ ଭାବେ ସ୍ଥାପନ କରିବା ପାଇଁ ଡିସକମ୍ କର୍ମଚାରୀଙ୍କୁ ସହଯୋଗ କରନ୍ତୁ। ଯଦି ଗୋଟିଏ ଷ୍ଟ୍ୟାଟିକ୍ ମିଟର୍ ଗ୍ରାହକଙ୍କ ଘରେ ସ୍ଥାପିତ ହୋଇଛି ଏବଂ ଏହି ମିଟର୍ ସଠିକ୍ ଭାବେ କାର୍ଯ୍ୟ କରୁଛି, ତେବେ ସେହି ମିଟର୍ ସ୍ଥାପନ ଦିନଠାରୁ ୫ ବର୍ଷ ମଧ୍ୟରେ ବଦଳାଯିବ ନାହିଁ।

ଘରେ ସ୍ମାର୍ଟ ମିଟର ଲଗେଇବା ଦ୍ଵାରା ଖାଲି ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସାମଗ୍ରିକ ଦକ୍ଷତା ଏବଂ କାର୍ଯ୍ୟକାରିତା ବୃଦ୍ଧି ହୁଏ ନାହିଁ, ବରଂ ଗ୍ରାହକମାନଙ୍କୁ ମଧ୍ୟ ପ୍ରକୃତରେ କେତେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି ତାହାର ରିଅଲ-ଟାଇମ୍ ଶକ୍ତି ସଞ୍ଚୟ ମୂଲ୍ୟାଙ୍କନ କରିବାକୁ ସୁବିଧା ହୁଏ। ଯାହାଦ୍ବାରା ସେମାନେ ବିଦ୍ୟୁତ୍ ବ୍ୟବହାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରନ୍ତି।

ଏଠାରେ ପୁନଶ୍ଚ ସ୍ପଷ୍ଟ କରାଯାଉଛି ଯେ ଡିସକମ୍ ଦ୍ୱାରା ଲଗାହେଉଥିବା ସ୍ମାର୍ଟ ମିଟରଗୁଡ଼ିକର ଗୁଣବତ୍ତା ଯାଞ୍ଚ ସମ୍ପୂର୍ଣ୍ଣ ଭାବରେ କରାଯାଏ ଏବଂ NABL (ନ୍ୟାସନାଲ୍ ଆକ୍ରିଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ୍ ଲାବୋରେଟୋରୀ) ଦ୍ୱାରା ପ୍ରମାଣିତ ମଧ୍ୟ ହୋଇଥାଏ। ତେଣୁ ସ୍ମାର୍ଟ ମିଟର ସ୍ଥାପନ ଯୋଗୁଁ ଅଧିକ ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଇବାର ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ।

ବିଦ୍ୟୁତ ଉପଭୋକ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026
Latest News

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.