ବସକୁ ପଛରୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ , ୨୫ ଆହତ

Published: May 31, 2025, 7:13 am IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ଲୁହାପଙ୍କ ଛକ ନିକଟରେ ଏକ ଘରୋଇ ବସ୍ କୁ ପଛରେ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ଯାହା ଫଳରେ ବସରେ ବସିଥିବା ୨୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ୫ଗୁରୁତର ହୋଇ ରେଢାଖୋଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ପ୍ରକାଶ ଯେ, ଅନୁଗୋଳ ପାତ୍ରପଡାରୁ ସମ୍ବଲପୁର ଆସୁଥିବା ଗଜଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ ରେଢ଼ାଖୋଲ ଥାନା ଲୁହା ପଙ୍କ ଗ୍ରାମ ଛକ ନିକଟରେ ପାସେଞ୍ଜର ବସୁଥିବା ସମୟରେ ବସ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ବସରେ ଥିବା ୩୫ ଜଣରୁ ଉର୍ଦ୍ଧ୍ଵ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ସଂଗେ ସଂଗେ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା।

ଖବର ପାଇ ରେଢ଼ାଖୋଲ ପୋଲିସ ପହଁଞ୍ଚି ତଦନ୍ତ କରି ଫେରି ଯାଇଥିଲା। ସେପଟେ ଟ୍ରକ ଚାଳକକୁ ପୋଲିସ ଗିରଫ କରିଥିବା ଜଣା ପଡିଛି।

Related posts