Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୩ ଚୋରକୁ ଧରିଲା ପୋଲିସ୍, ୨ ବାଇକ୍ ଜବତ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରେଢାଖୋଲ ଥାନା ଡଇଁଚା ନିକଟସ୍ଥ ହିନ୍ତରାଇ ଛକରୁ ଅପରାହ୍ନ ୩ ଟାରେ ଏକ ବାଇକ୍ ଚୋରି ହୋଇ ଯାଇଥିବା ବେଳେ ଚୋରକୁ ପୋଲିସ୍ ଲୁହାପଙ୍କ ନିକଟରୁ ଧରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା ମୁଟୁରୁମୁଣ୍ଡା ଗ୍ରାମର ସୁନୀଲ୍ ତିର୍କି ଡଇଁଚା ନିକଟସ୍ଥ ହିନ୍ତରାଇ ଛକ ଠାରେ ଜନୈକ ନର୍ମାଣଧିନ କୋଠାର ପଥର କାମ କରୁଥିଲେ। ଅପରାହ୍ନ ୩ ଟାରେ କାମ ସାରି ଦେଖିଲା ବେଳକୁ ତାଙ୍କର ବାଇକ୍ ନ ଥିଲା। ସେ ସଙ୍ଗେ ଫୋନ୍ କରି ଜଣାଇବାରୁ ତାଙ୍କ ଗ୍ରାମର କେତେଜଣ ବ୍ୟକ୍ତି ବାଇକ୍‌କୁ ୩ ଜଣ ନେଉଥିବାର ଖବର ପାଇ ଦଉଡାଇଥିଲେ। ଡମିରିକୁଦା ନିକଟରେ ସେମାନଙ୍କୁ ପିଚ୍ଛା କରି ବାଇକକୁ ଅଟକାଇଥିଲେ ଚୋରମାନେ ସେଠାରୁ ବାଇକ୍ ଛାଡି ଫେରାର୍ ହୋଇଯାଇଥିଲେ।

ପୋଲିସ୍ ଖବର ପାଇ ଲୁହାପଙ୍କ ନିକଟରୁ ଚୋରମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ଚୋରମାନେ ହେଲେ ସମ୍ବଲପୁର ଜଗନ୍ନାଥ କଲୋନୀର ଦେବେନ୍ଦ୍ର ନାଏକ , ଗୋବିନ୍ଦ ପୁହାଣ ,ଏବଂ କାହ୍ନା ନାଏକ ସେମାନଙ୍କ ନାମରେ ପୂର୍ବରୁ ବହୁ ଅପରାଧରେ ଅଇଁଠାପାଲି ଥାନାରେ ଏକାଧୀକ ମାମଲା ରହିଥିବା ପୋଲିସ୍ କହିଛି। ପୋଲିସ୍ ବାଇକ୍ ୨ ଟିକୁ ଜବତ ମଧ୍ୟ କରିଛି। ରେଢାଖୋଲ କେସ୍ ନଂ ୧୪୫ ୧୭/୬ ୟୁ/ଏସ୍ ୩୭୯ /୩୪ ଆଇପିସି ରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ୍।

Categories
ଆଜିର ଖବର ରାଜ୍ୟ ଖବର

କୋଇଲା ବୋଝେଇ ଟ୍ରକ ଧକ୍କାରେ ନାବାଳିକାର ମୃତ୍ୟୁ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ଝରଣପଦା ଗ୍ରାମ ନିକଟ ବ୍ରିଜ୍ ଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ଥାନା ଲୁହାପଙ୍କ ପଂଚାୟତ ଝରଣପଦା ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ୮ ବର୍ଷିୟା କନ୍ୟା ତୁଳସୀ ବେହେରା ରାସ୍ତା କଡ଼ରେ ଛିଡା ହୋଇଥିବା ସମୟରେ ଦୃତ ଗତିରେ ଆସି ଏକ କୋଇଲା ବୋଝେଇ ଟ୍ରକ୍ ( ଓଡ଼ି ୦୮ ଓ ୦୩୬୩ ) ନାବାଳିକା ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତୁଳସୀ ବେହେରାଙ୍କ ମୃତ୍ୟୁ ହୋଇଯାଇଥିଲା। ଗ୍ରାମବାସୀ ପହଂଚି ଜାତୀୟ ରାଜପଥରେ ଶବ ରଖି ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ପରେ ରାସ୍ତା ଅବରୋଧ ହଟିଥିଲା। କୋଇଲା ବୋଝେଇ ଟ୍ରକ ଚାଳକ ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ମାରିଥିବା ବେଳେ ରେଢ଼ାଖୋଲ ପୋଲିସ ଟ୍ରକକୁ ଜବତ କରିବା ସହ କେସ ନଂ ୧୦୭/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କୋଇଲା ବୋଝେଇ ଟ୍ରକ ଗୁଡ଼ିକ ଦୃତ ଗତିରେ ଆସୁଥିବାରୁ ରେଢ଼ାଖୋଲ ଅଞ୍ଚଳରେ ବହୁ ଦୁର୍ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ହୋଇଥିବାରୁ ଜନ ଅସନ୍ତୋଷ ବଢ଼ିବାକୁ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଟା ଏସି ଧକ୍କାରେ ଜଣେ ମୃତ, ଚାଳକ ଗିରଫ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳିଗଡ ଗ୍ରାମ ପଞ୍ଚାୟତ ସାହୁପଡା ଛକ ନିକଟରେ ରବିବାର ଦିନ ସକାଳ ସମୟରେ ଏକ ଟାଟାଏସି ଗାଡ଼ି ଧକ୍କାରେ ଜଣକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଲେ କଦଳୀଗଡ ଗ୍ରାମର ହାଡୁ ନାଏକ (୩୫)।

ସୂଚନା ଯୋଗ୍ୟ ଯେ, କଦଳିଗଡ ଗ୍ରାମ ସାହୁପଡ଼ା ଛକ ନିକଟରେ ସକାଳୁ ଯୁବକ ହାଡୁ ନାଏକ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗାଁ ନିକଟ ଜଂଗଲକୁ ଯାଉଥିବା ସମୟରେ ବୌଦ୍ଧ ଜିଲ୍ଲ ରୁ ରେଢ଼ାଖୋଲ ଅଭିମୁଖେ ଆସୁଥିବା ଓଡି ୨୩ ଏଫ୍ ୭୮୯୧ ନମ୍ବର ବିଶିଷ୍ଟ ଗାଡି ଚାଳକ ନୟାଗଡ ଜିଲ୍ଲା ବେତଖୋଲ ଗ୍ରାମର ହରିହର ପ୍ରଧାନ ଟାଟାଏସି ଗାଡ଼ିକୁ ଦୃତ ଗତିରେ ଆଣି ହାଡୁ ନାଏକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ହାଡୁ ନାଏକ ଦୂରକୁ ଛିଟିକି ହୋଇ ପଡ଼ିଥିଲେ। ଗାଡ଼ି ମଧ୍ୟ ରାସ୍ତାର ତଳକୁ ଓଲଟି ପଡିଥିଲା।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ପ୍ରାଥମିକ ଚିକିତ୍ସା ପାଇଁ ଆଣି ଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲା।

ରେଢ଼ାଖୋଲ ଥାନାରେ କେଶ ନଂ ୯୭/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଡ୍ରାଇଭର ହରିହରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଗୋଗୁଆ ଗ୍ରାମ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି।  ବୁଧୁବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଛି।  ବାଇକ ଚାଳକ ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି।

ସୂଚନା ଯୋଗ୍ୟ ଯେ, ବାଇକ ଯୋଗେ ଦୁଇଜଣ ବ୍ୟକ୍ତି କିସିଣ୍ଡାରୁ ରେଢ଼ାଖୋଲ ଆସୁଥିବା ବେଳେ ରାସ୍ତାରେ ଗଛର କିଛି ଅଂଶ ସେମାନଙ୍କ ଉପରକୁ ପଡ଼ିଯାଇଥିଲା। ରେଢ଼ାଖୋଲ କଳିନ୍ଦର ପାଖରେ ଏହି ଦର୍ଘଟଣା ଘଟିଥିଲା। ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଥିଲେ। ଡାକ୍ତର ସରଧାପୁର ଗ୍ରାମର ଭାସ୍କର ଚନ୍ଦ୍ର ସାହୁଙ୍କୁ ମୃତ ଘୋଷଣା କରିଥିଲେ। ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲା ବାଲୁଗଞ୍ଜ ଗ୍ରାମର ଅରୁଣ ସାହୁ (୩୫) ଗୁରୁତର ଆହତ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜନୈତିକ ଓ ପାରିବାରିକ କଳହ, ସାନ ଭାଇ ଓ ବୋହୁ ମିଶି ବଡଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ରାଇଲ ଗ୍ରାମରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କଳହ ଓ ପାରିବାରିକ କଳହକୁ କେନ୍ଦ୍ର କରି ୱାର୍ଡ ସଭ୍ୟା ଶୋଭାଗିନୀ ଦେହୁରୀଙ୍କ ସ୍ୱାମୀଙ୍କୁ ତାଙ୍କ ସ୍ୱାମୀଙ୍କ ସାନ ଭାଇ ଓ ବୋହୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିବା ସହ ଏକ ଶାବଳରେ ଭୁସି ମାରିଦେବା ଉଦ୍ୟମ କରିଥିବା ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି।

ଏହି ଆକ୍ରମଣରେ ୱାର୍ଡ ସଭ୍ୟାଙ୍କ ସ୍ୱାମୀ ତଥା ଆକ୍ରମଣକାରୀଙ୍କ ଦେଢଶୁର (ବଡଭାଇ) କେଶବ ଦେହୁରୀ (୪୫)ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଗୁରୁତର ଅବସ୍ଥାରେ ଚାଷ ଜମିରୁ କେଶବଙ୍କୁ ପରିବାର ଲୋକେ ଉଦ୍ଧାର କରି ଏକ ବାଇକ ଯୋଗେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ପୋଲିସ ଉପସ୍ଥିତିରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ଏନେଇ ଗୁରୁତର ଆହତ ହୋଇଥିବା କେଶବ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ରେଢାଖୋଲ ଥାନା କେସ ନମ୍ବର ୧୫୪/୨୨ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୋଲିସ ଆକ୍ରମଣ କାରୀ ସାନ ଭାଇ ମୀନ କେତନ ଦେହୁରୀଙ୍କୁ ଅଟକ ରଖିଥିବା ଆଇଆଇସି ସୁରୁବାବୁ ଛତ୍ରିଆ ପ୍ରକାଶ କରିଛନ୍ତି। କେଶବଙ୍କୁ ତାଙ୍କ ସାନ ଭାଇ ମୀନକେତନ ଦେହୁରୀ ଓ ତାଙ୍କ ପତ୍ନୀ ଚଞ୍ଚଳା ଦେହୁରୀ ଚାଷ ଜମିରେ କେଶବଙ୍କ ସହ କଳହ କରିବା ସହ ପ୍ରଚୁର ମାଡ଼ ମାରି ପ୍ରଥମେ ସାନ ଭାଇ ମୀନ କେତନ ଏକ ଶାବଳରେ ପେଟରେ ଭୁସି ମାରି ଦେବାକୁ ଉଦ୍ୟମ କରି ଥିଲେ। ସେଥିରେ ବଡ଼ ଭାଇ କେଶବ ଅଳ୍ପକେ ରକ୍ଷା ପାଇ ଯାଇ ଥିଲେ। ଏହା ପରେ ଘଟଣା ସ୍ଥଳରେ ଥିବା ମୀନ କେତନଙ୍କ ପତ୍ନୀ ଚଞ୍ଚଳା ଦେହୁରୀ ଏକ ଟାଙ୍ଗିଆରେ କେଶବଙ୍କୁ ମରଣାନ୍ତକ ଆକ୍ରମଣ କରି ମୁଣ୍ଡରେ ହାଣି ପକାଇ ଥିଲେ ବୋଲି ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି।

ଲିଖିତ ଅଭିଯୋଗରେ ସେ ଜଣାଇଛନ୍ତି ଯେ ରାଇଲ ଗ୍ରାମର ୱାର୍ଡ ସଭ୍ୟା ଶୋଭାଗିନୀ ଦେହୁରୀଙ୍କ ସ୍ୱାମୀ କେଶବ ଦେହୁରୀ ଗୁରୁବାର ସକାଳ ୯ ଟା ବେଳେ ତାଙ୍କ ଶାଳବଣିଆରେ ଥିବା ଚାଷ ଜମିକୁ ଯାଇ କାମ କରୁଥିଲେ। ଏହି ସମୟରେ କେଶବଙ୍କ ସାନ ଭାଇ ମୀନ କେତନ ଓ ତାଙ୍କ ପତ୍ନୀ ଚଞ୍ଚଳା ଦୌଡ଼ି ଆସି ଏକ ଶାବଳରେ ଭୁସି ଦେଉ ଥିବା ବେଳେ ଗ୍ରାମର ଚକ୍ରଧର ଶାବଳ ଛଡାଇ ନେଇ ଥିଲା। ଏହା ପରେ ଚଞ୍ଚଳା ଦେହୁରୀ ଏକ ଟାଙ୍ଗିଆରେ ତାଙ୍କ ଦେଢଶୁର କେଶବଙ୍କ ପଛ ପଟୁ ମୁଣ୍ଡରେ ଆକ୍ରମଣ ତଥା ହାଣି ଦେଇଥିଲେ। ଏହା ପରେ ଏକ ଢେଙ୍ଗାରେ ପ୍ରଚୁର ମାଡ଼ ମଧ୍ୟ ମାରି ଥିଲେ।

ଗୁରୁତର ଆହତ କେଶବଙ୍କ ପତ୍ନୀ ଶୋଭାଗିନୀ ଦେହୁରୀ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ରାଇଲ ଗ୍ରାମ ୧୦ ନମ୍ବର ୱାର୍ଡର ୱାର୍ଡ ସଭ୍ୟା ହେବା ଦିନଠୁ ମାଛ ଚିହ୍ନ ଭୋଟ ଦେଇ ଥିବା ଲୋକଙ୍କୁ ଗୋଟି ଗୋଟି କରି ମାରିବି ବୋଲି ରାସ୍ତାରେ ପାଟି କରି କହୁଥିଲେ।ଏହା ସହ କେଶବଙ୍କ ପତ୍ନୀଙ୍କୁ ବିଧବା କରିଦେବା ପାଇଁ ଆଗରୁ ସବୁବେଳେ ଧମକ ଦେଇ ଆସୁଥିଲା।

ଏହି ଗଣ୍ଡଗୋଳରେ ଗ୍ରାମର କେତେକ ଖଳ ପ୍ରକୃତିର ଲୋକେ ପ୍ରବର୍ତ୍ତାଉ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଉଲ୍ଲେଖ ଥାଉକି ଗତ ୨୦୦୮ ମସିହାରେ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତର ନାଏବ ସରପଞ୍ଚ ତଥା ରାଇଲ ଗ୍ରାମର ରବି ସାହୁଙ୍କୁ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ହତ୍ୟା ଘଟଣା ଘଟି ଯାଇଥିଲା। ଯାହାକି ଏବେ ମଧ୍ୟ ଅଞ୍ଚଳବାସୀ ଓ ଗ୍ରାମବାସୀଙ୍କ ମନରୁ ଲିଭି ନ ଥିବା ବେଳେ ବର୍ତ୍ତମାନ ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭବିଷ୍ୟତରେ ଯେମିତି ଏଭଳି ଘଟଣା ନ ଘଟିବ ସେଥିପାଇଁ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ପାଇଁ ଲୋକେ ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାନ ରେଙ୍ଗାଲିରେ ହତ୍ୟାକାଣ୍ଡ: ଜମିବାଡି ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲେ ଦୁଇ ଭାଇ

କନ୍ଦର୍ପ ବେହେରା

ରେଢାଖୋଲ: ଜମି ବାଡି ବିବାଦକୁ ନେଇ ରେଢାଖୋଲ ଥାନା ସାନ ରେଙ୍ଗାଲିରେ ସାନ ଭାଇକୁ ଦୁଇ ଭାଇ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିଥିବା ଖବର ପୋଲିସ୍ କହିଛି। ମୃତକ ଜଣଙ୍କ ସଞ୍ଜୟ ମୁଣ୍ଡା ବୋଲି ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କଦଳିଗଡ ପଂଚାୟତର ସାନ ରେଙ୍ଗାଲି ଗ୍ରାମର ସଞ୍ଜୟ ମୁଣ୍ଡା, ସିଉ ମୁଣ୍ଡା ଏବଂ ଆନନ୍ଦ ମୁଣ୍ଡା ଗାଁ ଠାରୁ କିଛି ଦୂରରେ ଥିବା ଜଙ୍ଗଲ ପାଖରେ ଘର କରି ରୁହନ୍ତି। ତିନି ଭାଇ ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ଗତ କାଲି ରାତିରେ ମଧ୍ୟ ତିନି ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଏହି ଗଣ୍ଡଗୋଳ ଶେଷରେ ଉଗ୍ରରୂପ ନେଇଥିଲା। ସାନ ଭାଇ ସଞ୍ଜୟ ମୁଣ୍ଡାକୁ ତାର ବଡ ଭାଇ ସିଉ ମୁଣ୍ଡା ଏବଂ ଆନନ୍ଦ ମୁଣ୍ଡା ଏକ ଠେଙ୍ଗାରେ ପିଟିବା ସହ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ମୃତକର ୧୫ ବର୍ଷର ପୁଅ ଏବଂ ଦିବ୍ୟାଙ୍ଗ ସ୍ତ୍ରୀକୁ ମଧ୍ୟ ଦୁଇ ଭାଇ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିକଟସ୍ଥ ଜଙ୍ଗଲକୁ ଜୀବନ ରକ୍ଷା କରି ପଳାଇ ଯାଇଥିଲେ। ଯା’ ଫଳରେ ମାଆ ଓ ପୁଅ ଅଳ୍ପକେ ରକ୍ଷା ପାଇ ଯାଇଥିଲେ।

ମୃତକର ଘର ଜଙ୍ଗଲ ଭିତରେ ଥିବାରୁ କେହି ବି ଜାଣି ପାରି ନ ଥିଲେ। ଘଟଣାଟି ରାତି ପାଖା ପାଖି ୧୧ ଟାରେ ଘଟିଥିବା ଅନୁମାନ କରିଛି ପୋଲିସ୍। ଆଜି ସକାଳୁ ସକାଳୁ ପୋଲିସ୍ ଖବର ପାଇ ହତ୍ୟାକାଣ୍ଡ ସ୍ଥଳକୁୁ ଯାଇ ତଦନ୍ତ କରୁଛି। ହତ୍ୟାକାରୀ ଦୁଇ ଭାଇକୁ ପୋଲିସ୍ ଅଟକ ରଖିଛି।

ଘଟଣା ସ୍ଥଳକୁ ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, ଏସ୍‌ଆଇ ଈଶ୍ୱର ନାଏକ ପହଂଚି ଦତନ୍ତ କରୁଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାରଣାସ୍ତ୍ର ଦେଖାଇ ସୁନାଚେନ୍ ଲୁଟ୍ ଘଟଣା: ଭୁଜାଲି ସହ ୨ ଲୁଟେରାକୁ ଧରିଲା ପୋଲିସ୍‌

କନ୍ଦର୍ପ ବେହେରା

ରେଢାଖୋଲ:  ଗତ ୨୬ ତାରିଖରେ ରେଢାଖୋଲ ଥାନା କଦଳିଗଡ ଶିବ ମନ୍ଦିର ପ୍ରାଙ୍ଗଣରୁ ନବଦମ୍ପତିଙ୍କ ଠାରୁ ସୁନା ଚେନ୍ ଲୁଟ ମାମଲାରେ ସୁନା ଚେନ୍ ସହ ମାରଣାସ୍ତ୍ର, ବାଇକ୍ ଆଦି ଜବତ କରିବା ସହ  ୨ ଲୁଟେରାକୁ ରେଢାଖୋଲ ପୋଲିସ୍ ଅନୁଗୋଳ ଜିଲ୍ଲା ବୁଦୁଲିମୁଣ୍ଡା ଗ୍ରାମରୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ତା ୨୬/୧ ରେ ରେଢାଖୋଲ ଥାନା ମହୁଲମୁଣ୍ଡା ଗ୍ରାମର ନବଦମ୍ପତି ଦିଲ୍ଲୀପ ପ୍ରଧାନ(୨୯) ଏବଂ ତାଙ୍କ ପତ୍ନୀ ବିଜୟିନୀ ପ୍ରଧାନ(୨୫) କଦଳୀଗଡ ଶିବମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ସାରି ନବଦମ୍ପତି ବାହାରକୁ ଆସୁଥିବା ବେଳେ ଦୁଇଜଣ ଡକାୟତି ଏକଧଳା ରଙ୍ଗର ଆପାଚିରେ ଆସି ଦିଲ୍ଲୀପ ପ୍ରଧାନଙ୍କ ପତ୍ନୀକୁ  ମାରଣାତ୍ସ ଦେଖାଇ ବେକରୁ ସୁନା ଚେନ୍ ଲୁଟ୍ କରି ଫେରାର୍ ହୋଇଯାଇଥିଲେ।

ନବଦମ୍ପତି ରେଢାଖୋଲ ଥାନାକୁ ଫୋନ୍ କରି ସୂଚନା ଦେବା ପରେ ପୋଲିସ୍ ଲୁଟେରା ଦ୍ୱୟଙ୍କୁ ଧରିବାକୁ ତଦନ୍ତ ଚଳାଇଥିଲା।

ଆଜି ରେଢାଖୋଲ ପୋଲିସ୍ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା  ବୁଦୁଲିମୁଣ୍ଡା ଗ୍ରାମର ରବୀନ୍ଦ୍ର ବେହେରା(୨୮) ଏବଂ ପ୍ରଦୀପ ବେହେରା(୨୫)କୁ  ଅପରାହ୍ନ ୪ ଟାରେ ନିଜ ଗ୍ରାମରୁ ଧରିବାରେ ସଫଳ ହୋଇଥିଲା। ରେଢାଖୋଲ ପୋଲିସ୍ କେସ୍ ନଂ ୨୧ ତା ୨୬/୧/୨୦୦୨ ୟୁ/ଏସ୍ ୩୯୨  ଆଇପିସି/୨୫/୨୭ ଧାରାରେ ମାମଲା ରୁଜୁ କରି ବୁଧବାର ଦିନ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟଙ୍କ ପାଖରୁ ଏକ ଧଳା ରଙ୍ଗ ଟିଭିଏସ୍ ଆପାଚି ମୋଟର ସାଇକେଲ , ମୋବାଇଲ , ଗୋଟିଏ ସୁନା ହାର (ମଙ୍ଗଳ ସୂତ୍ର,୨.୬୧ ଗ୍ରାମ୍‌), ୩୫୦ ଟଙ୍କା, ଗୋଟିଏ ନୋକିଆ ମୋବାଇଲ୍ ଫୋନ୍ ଜବତ କରିବା ସହ ଲୁଟେରା ପ୍ରଦୀପ ବେହେରା ଠାରୁ ଗୋଟିଏ ଭୂଜାଲି  ଜବତ କରିଛି।

ପୋଲିସ୍ ସିସିିଟିଭି ଫୁଟେଜ୍ ଏବଂ ସେମାନଙ୍କ ଯିବା ଆସିବା ସମୟର ଟ୍ରାକିଙ୍ଗ କରି ପୋଲିସ୍ ଏହାର ତଦନ୍ତ କରୁଥିବାର ସୂଚନା ଦେଇଛି। ପୂର୍ବରୁ ରବି ବେହେରା ନାମରେ ରେଢାଖୋଲ ଥାନାରେ ୨ ଟି କେସ୍ ଥିବା ବେଳେ ପ୍ରଦୀପ ବେହେରା ନାମରେ ଅନୁଗୋଳ ଜିଲ୍ଲାରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ୨ ଟି ମାମଲା ଥିବା ସହ ରେଢାଖୋଲ ଥାନାରେ ଗୋଟିଏ ମାମଲା ଥିବା ଜଣା ପଡିଛି।  ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଏକ ପ୍ରେସ୍ ବିଜ୍ଞପ୍ତିରେ ଲୁଟେରାକୁ ଗିରଫ କରିଥିବା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲରେ ଅଘଟଣ: କୂଅରେ ପଡି ଯୁବକ ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା ଗଡାଖୋଲ ଗ୍ରାମରେ ଜନୈକ ଯୁବକ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତର ଗଡାଖୋଲ ଗ୍ରାମର ଦେବେନ୍ଦ୍ର ଦେହୁରୀ (୩୦)ନିଜ କୂଅ ଚାରିପାଖ ବୁଦା ସଫା କରୁଥିଲେ। କୂଅ ଉପରେ ଥିବା କାଠ ଉପରେ ଗୋଡ ଦେଇ ଏହି ସଫା କାମ କରୁଥିବା ସମୟରେ ଅଜାଣତରେ ତାଙ୍କର ଗୋଡ ଖସିଯାଇ କୂଅରେ ପଡିଯାଇଥିଲେ। ଅପରାହ୍ନ ୪ ଟାରେ ସେ କୂଅରେ ପଡିଥିବାର ପରିବାର ଲୋକେ ଜାଣି ସଙ୍ଗେ ସଙ୍ଗେ ଦମକଳ ବାହିନୀ ଓ ପୋଲିସ୍ କୁ ଖବର ଦେଇଥିଲେ।

ଦମକଳ ବାହିନୀ ଓ ପୋଲିସ ବାହିନୀ ସହାୟତାରେ ଶବକୁ କୂଅରୁ ବାହାର କରି ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ସଂଧ୍ୟା ହୋଇ ଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡିଛି। ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ବ୍ୟକ୍ତିର ତିନିଜଣ ଛୋଟ ଛୋଟ ଝିଅ ଥିବା ଜଣା ପଡିଛି।

Categories
ଅପରାଧ ଆଜିର ଖବର

ଯୁବକଙ୍କୁ ହତ୍ୟା ଘଟଣା: ୬ଜଣକୁ କୋର୍ଟ ଚାଲାଣ, ୪ ଟାଙ୍ଗିଆ ସହ ୨ ଲାଠି ଜବତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା ତଣ୍ଡାବିରା ଗାଁରେ ଜମି ବାଡି କଳହକୁ ନେଇ ଗତ ୪ ଜୁଲାଇ ରେ ଜଣେ ଯୁବକକୁ ସଂଘବଦ୍ଧ ଭାବରେ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ଆଜି ଅଟକ ୬ ଜଣଙ୍କ ନାମରେ ହତ୍ୟାମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ରେଢାଖୋଲ ପୋଲିସ୍।

ସୂଚନା ଯୋଗ୍ୟ ଯେ- ଗତ ୪ ଜୁଲାଇରେ ରେଢାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମର ନିଲୁ ସାହୁ (୨୮) ରାତି ପ୍ରାୟ ୮ ଟାରେ ତାଙ୍କ ବଂଶର ଭାଇ ମାନେ ଆସି ତାଙ୍କୁ ସଂଘବଦ୍ଧ ଭାବରେ ଠେଙ୍ଗାରେ ମାଡ ମାରିବା ସହ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର୍ ହୋଇ ଯାଇଥିଲେ। ପୋଲିସ୍ ଖବର ପାଇ ତଣ୍ଡାବିରା ଗ୍ରାମକୁ ଯାଇ ୬ ଜଣକୁ ଆଣି ଅଟକ ରଖିଥିଲା। ଏପରିକି ମୃତ୍ୟୁ ବରଣ କରିଥିବା ନିଲୁ ସାହୁର ବାପା ଫକିର ମୋହନ ସାହୁଙ୍କୁ ମଧ୍ୟ ଠେଙ୍ଗାରେ ମାଡ ମାରି ଥିଲେ। ସେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ମଧ୍ୟ ହୋଇଥିଲେ। ତାଙ୍କର ଡାହାଣ ହାତ ମଧ୍ୟ ଜଖମ ହୋଇଥିଲା। ତିନୋଟି ପରିବାର ମଧ୍ୟରେ ବହୁଦିନ ହେଲା ଜମିବାଡି କୁ ନେଇ ବିବାଦ ଲାଗି ରହିଥିଲା।

ମୃତ ନିଲୁ ସାହୁର ବାପାଙ୍କର ଅଭିଯୋଗ କ୍ରମେ ପୋଲିସ୍ ଗ୍ରାମର ବଳରାମ ସାହୁ(୫୦), ମୁଖ୍ୟ ଅଭିଯୁକ୍ତ ସୁନୀଲ୍ ସାହୁ(୨୬), ଅନିଲ୍ ସାହୁ(୨୦), ଶାନ୍ତି ସାହୁ(୪୫), ବସୁଦେବ ସାହୁ(୭୪), ରାଧା ସାହୁ(୬୫) କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ୪ଟି ଟାଙ୍ଗିଆ ସହ ୨ ଟି ଲାଠି ପୋଲିସ୍ ଜବତ କରିଛି । ସେମାନଙ୍କ ନାମରେ ରେଢାଖୋଲ କେସ୍ ନଂ ୧୨୧/ ତା୫/୭/୨୦୨୧ ୟୁ/ଏସ୍ ୧୪୭/୧୪୮/୪୪୮/୩୦୨/୩୦୭/୧୪୯ ଆଇପିସି ରେ ଗିରଫ କରାଯାଇ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ପୋଲିସ୍ କହିଛି।

ସେମାନଙ୍କ ଜାମିନ୍ ନାମଞୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ତଦନ୍ତକାରୀ ଅଧିକାରୀ ଭାବରେ ଥିବା ବେଳେ ସବ୍ ଇନସ୍‌ପେକଟର ବୈଭବମାଳା ସ୍ୱାଇଁ, ଏସ୍ ଆଇ ସୋମ୍ୟ ରଞନ ମାହାଲିକ୍‌, ଏସ୍‌ଆଇ ତ୍ରିବେଣୀ ପ୍ରଧାନ ହାବିଲ୍‌ଦାର ଗୋକୁଳ ପ୍ରଧାନ, କନେଷ୍ଟବଲ୍ ବିନେଶ୍ ନାୟକ , ଯୁଧିଷ୍ଠିର ବେହେରା, କନେଷ୍ଟବଲ୍ ରଶ୍ମିତା ଜଗତ ପ୍ରମୁଖ ତଦନ୍ତରେ ସାମିଲ୍ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦିନରେ କଳାକନା ବୁଲାଇଲେ ଡକାୟତି: ଜନସେବା କେନ୍ଦ୍ର କର୍ମଚାରୀଙ୍କ ଠାରୁ ୮୦ ହଜାର ଲୁଟ୍‌

କନ୍ଦର୍ପ ବେହେରା

ରେଢାଖୋଲ: ଆଜି ଦିନ ବେଳେ ଜନସେବା କେନ୍ଦ୍ର କର୍ମଚାରୀଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳ ପ୍ରାୟ ୧୦ ଟାରେ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୂଜାଲୀ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଚୁପକା-ତ୍ରିବଣପୁର ରାସ୍ତାରେ ଏଭଳି ଏକ ଅଭାବନୀୟ ଘଟନା ଘାଟିଯାଇଛି।

ପ୍ରକାଶ ଯେ, ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତ ଅନ୍ତର୍ଗତ ଚୁପକା ଗ୍ରାମର ଜିତେନ୍ଦ୍ର କୁମାର ସାମଲ ନାମକ ବ୍ୟକ୍ତି ତ୍ରିବଣପୁର ଗ୍ରାମ ଠାରେ ଥିବା ସେଂଟ୍ରାଲ୍ ବ୍ୟାଙ୍କର ଏକ ସହଜ ଜନ ସେବା କେନ୍ଦ୍ରରେ କାମ କରୁଛନ୍ତି। ସବୁ ଦିନ ପରି ସେ ଦିନ ମଧ୍ୟ ଜିତେନ୍ଦ୍ର ନିଜ ଗ୍ରାମ ଚୁପକା ଗ୍ରାମରୁ ବୁଧବାର ସକାଳ ପ୍ରାୟ ୧୦ ଟା ୩୦ ରେ  ବାହାରି  ବାଇକରେ  ତ୍ରିବଣପୁର ଯାଉଥିଲେ। ବାଇକରେ ଯାଉଥିବା ବେଳେ ରାସ୍ତାର କୁମ୍ଭାରମୁଣ୍ଡା ନିକଟରେ ଏକ କଳା ରଙ୍ଗର ପଲସର ଓ ଏକ ଆପାଚି ଗାଡିରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ  ପ୍ରଥମେ ବନ୍ଧୁକ ଓ ଭୁ୍‌ଜାଲି ଦେଖାଇ ଭୟଭୀତ କରାଇଥିଲେ।

ପରେ ତାଙ୍କ ପାଖରେ ଥିବା ଗୋଟିଏ ଲାପଟପ, ୨ ଟି ମୋବାଇଲ, ସ୍ୱାଇପ୍ ମେସିନ୍, ପାନ କାର୍ଡ, ଏଟିଏମ୍ କାର୍ଡ, ୮୦ ହଜାର ଟଙ୍କା ଆଦି ଲୁଟି ନେଇଥିଲେ। ଖବର ପାଇ ରେଢାଖୋଲ ପୋଲିସ୍ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ, ଏଏସ୍‌ଆଇ ତ୍ରିବେଣୀ ପ୍ରଧାନ ପ୍ରମୁଖ ସଦଳ ବଳେ ଯାଇ ତଦନ୍ତ ଜାରି ରଖିଛନ୍ତି।

ଦିନକୁ ଦିନ ରେଢାଖୋଲ ଅଂଚଳରେ ଚୋରି ଡକାୟତି ଭଳି ଘଟଣା ଘଟିବାରେ ଲାଗିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ପୋଲିସ୍ ପାଖରୁ ଲୋକମାନଙ୍କର ଆସ୍ଥା ତୁଟିଯାଉଥିବା ଲୋକମାନେ ପ୍ରକାଶ କରିଛନ୍ତି। ରାତ୍ରକାଳିନ ପେଟ୍ରୋଲିଙ୍ଗକୁ କଡାକଡି କରିବାକୁ ଅଂଚଳବାସୀ ଦୃଢ ଦାବୀ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ବିଦ୍ୟୁତ ବିଲ୍ ଦେଇ ଟଙ୍କା ଅସୁଲି ଅଭିଯୋଗ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା ଅଂଚଳରେ ମିଥ୍ୟା ଇଲେକ୍ଟ୍ରିବିଲ୍ ଦେଇ ଟଙ୍କା ଅସୁଲି କରୁଥିବା ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ ଯେ, ରେଢାଖୋଲ ଥାନା ବୁର୍ଡା ପଂଚାୟତ କାଣ୍ଡତଏଲା ଗ୍ରାମରେ କେତେଜଣ ଅଜଣା ଲୋକ ଘରକୁ ଘର ବୁଲି ନକଲି ଇଲେକ୍ଟ୍ରବିଲ୍ ଦେଇ ଟଙ୍କା ଅସୁଲି କରୁଥିବା ଜଣା ପଡିଛି। ଗ୍ରାମର ଉର୍ମିଳା ପୁଷ୍ପା ଖାଡିଆ, ତେରନୁସ୍ କାଣ୍ଡୁଲିନା ପ୍ରମୁଖ ବିଦ୍ୟୁତ୍ ବିଭାଗର ଏସ୍‌ଡିଓ ଙ୍କ ପାଖରେ ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ବିଭାଗ ରେଢାଖୋଲ ଥାନାରେ ଜଣାଇବା ପରେ ପୋଲିସ୍ ଏହାର ତଦନ୍ତ କରୁଥିବା ଜଣା ପଡିଛି। ଗ୍ରାମାଂଚଳର ଜନସାଧାରଣ ଏ ଦିଗରେ ସଚେତନ ରହିବାକୁ ପୋଲିସ୍ ପରାମର୍ଶ ଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକର ଠେଙ୍ଗା ମାଡରେ ୩ ଆହତ, ୨ ଜଣ ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା କାଦୋବାହାଳି ଗ୍ରାମରେ ଜଣେ ଯୁବକର ଠେଙ୍ଗା ମାଡରେ ୩ ଜଣ ଆହତ ହେବା ସହ ବୁର୍ଲା ଡାକ୍ତରଖାନାରେ ଚିକିସ୍ତ୍ରାଧିନ ଥିବା ବେଳେ ଅଭିଯୁକ୍ତକୁ ରେଢାଖୋଲ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କାଦୋବାହାଳି ଗ୍ରାମରେ ଗତ ୨୬ ତାରିଖ ସଂଧ୍ୟାରେ ଗ୍ରାମର ଅମିତ୍ ମିଦ୍ଧା ନାମକ ଯୁବକ କୌଣସି କାରଣରୁ ପଡୋସୀ ଉପାସୀ ନାଏକକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା। ଠିକ୍ ସେଇ ସମୟରେ ଉପାସୀ ନାଏକର ଶାଶୂ କୁନି ନାଏକ ଓ ଶ୍ୱଶୁର କାର୍ତ୍ତିକ ନାଏକ ନିଜର ବୋହୁର ଜୀବନ ରକ୍ଷା ପାଇଁ ଉଦ୍ୟମ କରି ନିଜେ ମଧ୍ୟ ଠେଙ୍ଗା ମାଡରୁ ବର୍ତ୍ତି ପାରି ନ ଥିଲେ। ସେମାନଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଉପାସୀ ନାଏକଙ୍କ ହାତ ଭାଙ୍ଗି ଯାଇଛି। ସେମାନଙ୍କୁ ଆମ୍ବୁଲାନସ୍‌ରେ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇ ପ୍ରଥମେ ପ୍ରାଥମିକ ଚିକିିତ୍ସା କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କାର୍ତ୍ତିକ ନାଏକ ଓ କୁନି ନାଏକକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ରେଢାଖୋଲ ଥାନା କେସ୍ ନଂ ୨୨୮/୨୬/୧୨/୨୦୨୦ ୟୁ/ଏସ୍ ୩୪୧/୨୯୪/୩୨୩/୩୨୫/୩୦୭/୫୦୬ ଆଇପିସିରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଅମିତ୍ ନାଏକକୁ ରେଢାଖୋଲ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଣିଗାରେଡି ସନ୍ଦେହରେ ଏପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।