ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ହିନ୍ତରାଇ ଗ୍ରାମରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ରେଢ଼ାଖୋଲ ପୋଲିସ ଅଭିଯୁକ୍ତ କରୁଣା କର ମାଝୀଙ୍କୁ ଗତକାଲି ରାତିରେ ହିନ୍ତରାଇ ନିକଟସ୍ଥ ଏକ ଫାର୍ମ ହାଉସରୁ ଗିରଫ କରିବାରେ ସଫଳ ହୋଇଛି।
ପୋଲିସ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ, ରେଢ଼ାଖୋଲ ଥାନା ଡଇଁଚା ପଞ୍ଚାୟତ ହିତରାଇ ଗ୍ରାମର କରୁଣାକର ମାଝୀ ବାଇଗଣ ବଗିଚାକୁ କାମ କରିବାକୁ ଖଡିଆ ସାହିର ଭରତ ଦଣ୍ଡସେନା ଯାଇଥିଲେ। ବଗିଚାରେ କାମ କରିବା ସହ ଭୋଜି ଭାତର ଆୟୋଜନ ମଧ୍ୟ କରିଥିଲେ। ସେଠି ମଦ ମଧ୍ୟ ପିଇ ଥିଲେ। ଅପରାହ୍ନ ୨ ଟା ରେ ଜନ୍ତୁ ଶିକାର କରିବାକୁ ଉଭୟ ଜମିହୁଡ଼ା ଦେଇ ଯାଉଥିବା ବେଳେ କୌଣସି କାରଣକୁ ନେଇ କରୁଣାକର ମାଝୀ ନିଜେ ବଗିଚାର କୁଡ଼ିଆ ଘରେ ରଖିଥିବା ଚୋରା ବନ୍ଧୁକରୁ ଭରତର ମୁଣ୍ଡକୁ ଲକ୍ଷ କରି ଗୁଳି କରିଥିଲା। ହେଲେ ଅଭିଯୁକ୍ତ ଭୁଲରେ ବନ୍ଧୁକରୁ ଗୁଳି ଫୁଟି ଭରତର ମୁଣ୍ଡରେ ବାଜିଯାଇଛି ବୋଲି ସିନ ରିକ୍ରେସନରେ ପ୍ରକାଶ କରିଛି।
ଭରତ ଦଣ୍ଡସେନା ସେଇ ବଗିଚା ପାଖରେ ଜମି ହୁଡାରେ ହିଁ ମୃତ୍ୟୁବରଣ କରିଥିଲେ। ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ସହ ସଂଧାନୀ କୁକୁର ଆସି ତଦନ୍ତ କରିଥିଲା। ପୋଲିସ ବହୁ ସମୟ ଖୋଜାଖୋଜି କଲାପରେ ରାତି ପ୍ରାୟ ୧୦ ଟାରେ ହିନ୍ତରାଇ ନିକଟସ୍ଥ ଏକ ଫାର୍ମ ହାଉସରେ ଅଭିଯୁକ୍ତ ଲୁଚି ଥିବା ଜାଣିବା ପରେ ଚଢ଼ାଉ କରି ଧରିବାରେ ସଫଳ ହୋଇଥିଲା।
ଆଜି ପୋଲିସଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରେସନ କରିଥିଲା। ସେ କେମିତି ହତ୍ୟା କଲା ଟିକିନିକି ବର୍ଣ୍ଣନା କରିଥିଲା। ଆଜି କରୁଣା କର ମାଝୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।


