Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ହିନ୍ତରାଇ ଗ୍ରାମରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା: ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ
ଅପରାଧ

ହିନ୍ତରାଇ ଗ୍ରାମରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା: ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

July 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ହିନ୍ତରାଇ ଗ୍ରାମରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା: ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ
ହିନ୍ତରାଇ ଗ୍ରାମରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା: ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ହିନ୍ତରାଇ ଗ୍ରାମରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ରେଢ଼ାଖୋଲ ପୋଲିସ ଅଭିଯୁକ୍ତ କରୁଣା କର ମାଝୀଙ୍କୁ ଗତକାଲି ରାତିରେ ହିନ୍ତରାଇ ନିକଟସ୍ଥ ଏକ ଫାର୍ମ ହାଉସରୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ, ରେଢ଼ାଖୋଲ ଥାନା ଡଇଁଚା ପଞ୍ଚାୟତ ହିତରାଇ ଗ୍ରାମର କରୁଣାକର ମାଝୀ ବାଇଗଣ ବଗିଚାକୁ କାମ କରିବାକୁ ଖଡିଆ ସାହିର ଭରତ ଦଣ୍ଡସେନା ଯାଇଥିଲେ। ବଗିଚାରେ କାମ କରିବା ସହ ଭୋଜି ଭାତର ଆୟୋଜନ ମଧ୍ୟ କରିଥିଲେ। ସେଠି ମଦ ମଧ୍ୟ ପିଇ ଥିଲେ। ଅପରାହ୍ନ ୨ ଟା ରେ ଜନ୍ତୁ ଶିକାର କରିବାକୁ ଉଭୟ ଜମିହୁଡ଼ା ଦେଇ ଯାଉଥିବା ବେଳେ କୌଣସି କାରଣକୁ ନେଇ କରୁଣାକର ମାଝୀ ନିଜେ ବଗିଚାର କୁଡ଼ିଆ ଘରେ ରଖିଥିବା ଚୋରା ବନ୍ଧୁକରୁ ଭରତର ମୁଣ୍ଡକୁ ଲକ୍ଷ କରି ଗୁଳି କରିଥିଲା। ହେଲେ ଅଭିଯୁକ୍ତ ଭୁଲରେ ବନ୍ଧୁକରୁ ଗୁଳି ଫୁଟି ଭରତର ମୁଣ୍ଡରେ ବାଜିଯାଇଛି ବୋଲି ସିନ ରିକ୍ରେସନରେ ପ୍ରକାଶ କରିଛି।

ଭରତ ଦଣ୍ଡସେନା ସେଇ ବଗିଚା ପାଖରେ ଜମି ହୁଡାରେ ହିଁ ମୃତ୍ୟୁବରଣ କରିଥିଲେ। ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ସହ ସଂଧାନୀ କୁକୁର ଆସି ତଦନ୍ତ କରିଥିଲା। ପୋଲିସ ବହୁ ସମୟ ଖୋଜାଖୋଜି କଲାପରେ ରାତି ପ୍ରାୟ ୧୦ ଟାରେ ହିନ୍ତରାଇ ନିକଟସ୍ଥ ଏକ ଫାର୍ମ ହାଉସରେ ଅଭିଯୁକ୍ତ ଲୁଚି ଥିବା ଜାଣିବା ପରେ ଚଢ଼ାଉ କରି ଧରିବାରେ ସଫଳ ହୋଇଥିଲା।

ଆଜି ପୋଲିସଅଭିଯୁକ୍ତଙ୍କୁ  ନେଇ ସିନ ରିକ୍ରେସନ କରିଥିଲା। ସେ କେମିତି ହତ୍ୟା କଲା ଟିକିନିକି ବର୍ଣ୍ଣନା କରିଥିଲା।  ଆଜି କରୁଣା କର ମାଝୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ରେଢାଖୋଲ ଥାନା ସମ୍ବଲପୁର ଜିଲ୍ଲା ହିନ୍ତରାଇ ଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ଝାନ୍ସୀସ୍ଥିତ CMLR ୱାର୍କସପ୍‌ ପକ୍ଷରୁ ମଡ୍ୟୁଲାର ବାୟୋ-ଟଏଲେଟ୍

August 20, 2026

ମାନସିକ ରୋଗ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ରେ ଅତ୍ୟାଧୁନିକ ମୋଡିଫାଏଡ୍ ଇସିଟି ସେବା

August 20, 2026

“ସେମାନେ ଆମର ମାଲିକ ନୁହଁନ୍ତି”: ସର୍ଜିଓ ଗୋରଙ୍କ ବୟାନ ଉପରେ ମେହବୁବା ମୁଫତି

August 20, 2026

ବାଂଲାଦେଶର ରାଷ୍ଟ୍ରପତି ହେବେ ମିର୍ଜା ଫଖରୁଲ ଆଲମଗିର: ଏତେ ଭୋଟରେ ଜିତିଲେ ନିର୍ବାଚନ

August 20, 2026
Latest News

ଝାନ୍ସୀସ୍ଥିତ CMLR ୱାର୍କସପ୍‌ ପକ୍ଷରୁ ମଡ୍ୟୁଲାର ବାୟୋ-ଟଏଲେଟ୍

August 20, 2026

ମାନସିକ ରୋଗ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ରେ ଅତ୍ୟାଧୁନିକ ମୋଡିଫାଏଡ୍ ଇସିଟି ସେବା

August 20, 2026

“ସେମାନେ ଆମର ମାଲିକ ନୁହଁନ୍ତି”: ସର୍ଜିଓ ଗୋରଙ୍କ ବୟାନ ଉପରେ ମେହବୁବା ମୁଫତି

August 20, 2026

ବାଂଲାଦେଶର ରାଷ୍ଟ୍ରପତି ହେବେ ମିର୍ଜା ଫଖରୁଲ ଆଲମଗିର: ଏତେ ଭୋଟରେ ଜିତିଲେ ନିର୍ବାଚନ

August 20, 2026

ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.