Categories
ଆଜିର ଖବର ରାଜ୍ୟ ଖବର

କଣ୍ଟେନର୍ ପଛପଟୁ ଧକ୍କା ଦେଲା ବରଯାତ୍ରୀ ବସ୍, ୧୫ ଆହତ, ୩ ଗୁରୁତର

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚାରମାଳ ଥାନା ଏନଏଚ୫୫ ରାଜରାସ୍ତାରେ ବଚ୍ଚା ବ୍ରିଜ୍ ନିକଟ ଏକ ହମ୍ପ୍ସ ପାରିହେବା ବେଳେ କଣ୍ଟେନର୍ କୁ ପଛରୁ ଧକ୍କା ଦେଲା ବାହାଘର ବରଯାତ୍ରୀ ବସ୍। ଘଟଣା ସ୍ଥଳରେ ୧୨ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ବୁର୍ଲା ସ୍ଥାନାନ୍ତର ହୋଇଥିବା ଜଣା ପଡିଛି।

ସୂଚନାଯୋଗ୍ୟ ଯେ, ଶିବ୍ ବାବା ନାମକ ଏକ ବସ୍ ଜୁଜୁମୁରାରୁ ବାହାଘର ମଉଳାଭାର ସହ ୪୦ଜଣ ବରଯାତ୍ରୀଙ୍କୁ ଧରି ବୌଦ୍ଧ ସହରକୁ ଯାଉଥିବା ବେଳେ ଚାରମାଳ ଏନ୍ ଏଚ୍ ୫୫ ନଂ ଜାତୀୟ ରାଜପଥର ବଚ୍ଚା ବ୍ରିଜ୍ ନିକଟରେ ହମ୍ପ୍ସ ପାରି ହେଉଥିବା ବେଳେ ଏକ କଣ୍ଟେନର୍ କୁ ପଛପଟୁ ଧକ୍କା ଦେଇଥିଲା। ଯା’ ଫଳରେ କିଛି ଲୋକ ଗୁରୁତର ହୋଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଚାରମାଳ ମେଡିକାଲକୁ ଅଣାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଚାରମାଳ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଏକ ମାମଲା ରୁଜୁ କରିଛି। ଟ୍ରକ୍ ଏଵଂ ବସକୁ ଜବତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା କଡ଼ରୁ ଜିଆର‌ଏସଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଳକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ଧାତୁକିମାଲ ଗ୍ରାମ ନିକଟ ରାସ୍ତା କଡ଼ରୁ ଘୋଷରାମାଲ ପଞ୍ଚାୟତର ଜି‌ଆର‌ଏସଙ୍କ ମୃତ ଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ମୃତ ଜି‌ଆର‌ଏସ ଜଣଙ୍କ ହେଲେ ନାକଟିଦେଉଳ ଗ୍ରାମର ପ୍ରଦ୍ୟୁମ୍ନ ଦାଶ।

ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତରର ଜିଆର୍ ଏସ୍ ପ୍ରଦ୍ୟୁମ୍ନ ଦାସ ସବୁଦିନ ପରି ଗତକାଲି ମଧ୍ୟ ଘୋଷରାମାଳ ଗ୍ରାମକୁ ଯାଇ ନିଜର ଫିଲଡ୍ କାମ କରିଥିଲେ। ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଘର ବୁଲିଦେଖିଥିଲେ। ଫଟୋ ମଧ୍ୟ ଉଠାଇଥିଲେ।

ସଂଧ୍ୟାରେ ପ୍ରଦ୍ୟୁମ୍ନ ଘରକୁ ନ ଫେରିବାରୁ ପରିବାର ତାଙ୍କ ମୋବାଇଲକୁ କଲ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ଲାଗି ନ ଥିଲା। ପରିବାର ଲୋକେ ଘୋଷରାମାଳ ଆସି ବହୁ ସମୟ ଖୋଜା ଖୋଜି କରିବା ପରେ ଝାଟୁକିମାଳ ନିକଟସ୍ଥ ରାସ୍ତା କଡରୁ ମୃତଦେହ ପାଇଥିଲେ।

ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲା। ମୃତକଙ୍କ ମୁଣ୍ଡରେ ଏବଂ ଛାତିରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରଦ୍ୟୁମ୍ନ ବାଇକ୍ ରୁ ପଡି ଛାତିରେ ଆଘାତ ବାଜିଥିବାରୁ ମୃତ୍ୟୁ ହୋଇଥିବା ପୋଲିସ୍ କହିଛି।

ଆଜି ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଅନୁସନ୍ଧାନ କରିଫେରି ଯାଇଛି। ଘଟଣା ସ୍ଥଳରେ ରେଢାଖୋଲ ଏସ୍ ଡି ପି ଓ ପ୍ରଶାନ୍ତ ମେହେର, ରେଢାଖୋଲ ଥାନାଅଧିକାରୀ ସମେତ ପୋଲିସ୍ ର ଅଧିକାରୀମାନେ ଉପସ୍ଥିତ ଥିଲେ।

ପୋଲିସ୍ ଏହାର ତଦନ୍ତ କରୁଥିବା ବେଳେ କିଛି ବ୍ୟକ୍ତିଙ୍କୁ ପଚରା ଉଚୁରା କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ୍ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ଗ୍ୟାସ ଚୋରା ଚାଲାଣ: ୫ ଟି ଗ୍ୟାସ ବୋଝେଇ ଟେଙ୍କର ଜବତ, ୭ ଜଣ ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତ ବୈଷ୍ଣବଝୁଲି ଗ୍ରାମ ୫୫ ନଂ ଜାତୀୟ ରାଜପଥ ରାସ୍ତା କଡ଼ରେ ବେଆଇନ ଗ୍ୟାସ ଚୋରା ଚାଲାଣ ହେଉଥିବା ବେଳେ ରେଢାଖୋଲ ପୋଲିସ୍ ଖଵର ପାଇ ୫ ଟି ଗ୍ୟାସ ବୋଝେଇ ଟେଙ୍କର୍ ସହିତ ୪୦ ରୁ ୪୫ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିବା ବେଳେ ଏଥିରେ ୭ ଜଣ ଅଭିଯୁକ୍ତ କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ରାଉରକେଲା ଅଞ୍ଚଳର ଦୁର୍ଗା ଚରଣ ପୁଲେଇ, ଗଞ୍ଜାମ ଜିଲ୍ଲା ର କବିରାଜ ନାଏକ, ଆଲାଉଦିନ ଖାଁ, ଅନ୍ତର୍ଯ୍ୟାମୀ ପଣ୍ଡା, ବିନୟ ସିଂ, ହନିଫ ଖାଁ, ରାଜ କିଶୋର ବେହେରା।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ୫୫ ନଂ ଜାତୀୟ ରାଜପଥ ରାସ୍ତା କଡ ଓ ରାସ୍ତା କଡ ଢ଼ାବା ଗୁଡି଼କରେ ବେଆଇନ ଭାବରେ ଗ୍ୟାସ ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ ପୋଲିସ ପାଖରେ ବାରମ୍ବାର  ଅଭିଯୋଗ ହେଉ ଆସୁଥିଲା। ଏଥିରେ ବିଳମ୍ବିତ ରାତ୍ରୀରେ ଗ୍ୟାସ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ଖବର ପାଇ ସମ୍ବଲପୁର ଜିଲ୍ଲା ଏସପି ମୁକେଶ କୁମାର ଭାମୁ ଙ୍କ ନିର୍ଦ୍ଦେଶ କ୍ରମେ ରେଢ଼ାଖୋଲ ପୋଲିସ ଏକ ସ୍ବତନ୍ତ ଟିମ ଗଠନ କରି ୫୫ ନଂ ଜାତୀୟ ରାଜପଥ ବୈଷ୍ଣବଝୁଲି ରାସ୍ତା କଡ଼ ଢ଼ାବା ରେ ଅତର୍କିତ ଭାବେ ଚଢ଼ାଉ କରି ୫ ଟି ଗ୍ୟାସ ବୋଝେଇ ବଡ଼ ଟେଙ୍କର ଟିଏସ ୧୨ ସି ୮୧୩୭, ଟିଏସ ୧୨ ୟୁବି ୬୩୫୧, ଏନଏଲ୍ ୦୧ ଏନ ୮୫୯୦, ଓଡି ୧୫ ଏମ ୩୩୦୧, ଏନଏଲ ୦୧ ଏଲ୍ ୫୧୧୧ ବିଶିଷ୍ଟ ଗ୍ୟାସ ବୋଝେଇ ଟେଙ୍କର ସହିତ ୪୦ ରୁ ୪୫ ଗ୍ୟାସ ସିଲିଣ୍ଡର ବୋଝେଇ ପିକଅପ ଭ୍ୟାନ ଜବତ କରିବା ସହିତ ଉକ୍ତ ୭ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପାଣି ଭର୍ତ୍ତି ଡେକଚିରେ ପଡ଼ି ୨ ବର୍ଷର ଶିଶୁ କନ୍ୟା ମୃତ

ରେଢାଖୋଲ (କନ୍ଦର୍ପ ବେହେରା): ଘରେ ଖେଳୁଥିବା ବେଳେ ପାଣି ଭର୍ତ୍ତି ଡେକଚିରେ ପଡି ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣା ପଡିଛି।

ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଦେହୁରୀ ସାହିର ବିବେକାନନ୍ଦ ବେଉରିଆଙ୍କ ୨ ବର୍ଷ ଶିଶୁ କନ୍ୟା ନିବେଦିତା ବେଉରା (୨ ବର୍ଷ ) ସକାଳ ୮ ଟାରେ ଘରେ ଖେଳୁଥିବା ସମୟରେ ଘରେ ଥିବା ଏକ ପାଣି ଭର୍ତ୍ତି ଡେକଚିରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଛୁଆ ଘରେ ନଥିବାରୁ ପରିବାର ଲୋକେ ଖୋଜା ଖାଜି କରିଥିଲେ। ହେଲେ ଶେଷରେ ଘରେ ହିଁ ଏକ ପାଣି ଭର୍ତ୍ତି ଡେକଚିରେ ଛୁଆଟି ପଡ଼ିଥିଲା।

ତାକୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକଙ୍କ ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ଖବର ପାଇ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Categories
ଆଞ୍ଚଳିକ

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କୁକୁଡ଼ା ବାହାଳି ପଞ୍ଚାୟତରେ ଜଣେ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଡାକ୍ତରଖାନାରେ ଚିକିତ୍ସାଧନ ଥିବା ଜଣାପଡ଼ିଛି।

ପ୍ରକାଶ ଯେ, ରେଢ଼ାଖୋଲ ଥାନା କୁକୁଡାବାହାଳି ଗ୍ରାମର ନିତ୍ୟାନନ୍ଦ ସାହୁ (୪୭) ଭୋର ସକାଳୁ ଘର ପଛପଟେ ଥିବା ପାଖ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ହଠାତ୍ ସେଠାରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଭାଲୁ ସହ ସଂଘର୍ଷ କରି ନିଜକୁ ଭାଲୁ କବଳରୁ ବଞ୍ଚାଇ ଘରକୁ ଆସିବାରେ ସକ୍ଷମ ହୋଇଥିଲେ।

ପରିବାର ଲୋକେ ସଂଗେ ସଂଗେ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ଡ଼ାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ନିତ୍ୟାନନ୍ଦ ବର୍ତ୍ତମାନ ଭଲରେ ଥିବା ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୨୨୭ ବଣ୍ଡଲ୍ କେନ୍ଦୁପତ୍ର ବୋଝେଇ ପିକ୍ ଅପ୍ ଜବତ୍, ଚାଲାଣ କାରି ଫେରାର

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ସକାଳେ ରେଢ଼ାଖୋଲ ବନଖଣ୍ଡ ବଡମାଳ ଗ୍ରାମରୁ ଚୋରାରେ ଚାଲାଣ ହେଉଥିବା ୨୨୭ ବଣ୍ଡଲ କେନ୍ଦୁପତ୍ର ଜବତ କରିଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବଡ଼ମାଳ ଗ୍ରାମରୁ ସୋନପୁର ଜିଲ୍ଲାର ଉଲୁଣ୍ଡାକୁ ଏକ ପିକ ଅପ୍ ଭ୍ୟାନ ଯୋଗେ ଆଜି ସକାଳ ୫ଟା ରେ ବେଆଇନ କେନ୍ଦୁପତ୍ର ବୋଝେଇ ହୋଇ ଚୋରାଚାଲାଣ ହେଉଥିଲା। ଏନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ବଡ଼ମାଳ ବନ ବିଭାଗ ଷ୍ଟାଫ୍ ଓ କର୍ମଚାରୀ ଏକ ସ୍ବତନ୍ତ୍ର ଟିମ୍ ଗଠନକରି ଚୋରାଚାଲାଣ ହେଉଥିବା କେନ୍ଦୁପତ୍ର ଓ ପିକଅପ୍ ଭ୍ୟାନ କୁ ଶାଗଝୁରି ସ୍ଥିତ ରଙ୍ଗମାଟିଆ ଛକରେ ଜବତ୍ କରିବାରେ ସଫଳ ହୋଇଛି।

ବନବିଭାଗକୁ ଚକମା ଦେଇ ଚାଲାଣ କାରି ମାନେ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ବାରମ୍ବାର ସେଇ ଅଞ୍ଚଳରୁ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ବନବଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ଚଢଉରେ ରେଞଅଧିକାରୀ ପ୍ରଦୀପ ସେଠୀ ଓ ବନକର୍ମଚାରୀମାନେ ସାମିଲ୍ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ ବ୍ଲକ୍ ରେ ବଜ୍ରପାତରେ ଜଣେ ଯୁବକଙ୍କ ସହ ୪ ଗୋରୁ ମ୍ରୁତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗଦାଧରପୁର ଗ୍ରାମରେ ବଜ୍ରପାତରେ ୪ ଗୋରୁ ମ୍ରୁତ୍ୟୁବରଣ କରିଥିବା ଜଣାପଡ଼ିଛି।

ଆଜି ଦିନ ୨ଟା ବେଳେ ବଜ୍ରପାତରେ ବାଟଗା ଗ୍ରା’ପ ଅନ୍ତର୍ଗତ ଗଦାଧରପୁର ବିଛଣ୍ଡ ଆଠଜଉଆଳୀଙ୍କର ୪ଟି ଗାଈବଳଦ ଙ୍କର ମୃତ୍ୟୁ ହୋଇଛି। ସେହିପରି ଜାମୁଜୋରୀ ପଂଚାୟତ ବାଗବର ନିକଟସ୍ଥ କୁହ୍ଲବସା ନୂତନ ବ୍ରିଜ୍ ନିକଟରେ ଗାଧୋଇବାକୁ ଯାଇ ଜଣେ ଯୁବକର ବଜ୍ରପାତରେ ମ୍ରୁତ୍ୟୁ ହୋଇଥିବା ଜଣାପଡ଼ିଛି।

ମ୍ରୁତକ ଜଣଙ୍କ ହେଲେ ମୁନା ବସାତ୍ ଘର କଇଙ୍ଗ ବୋଲି ଜଣାପଡ଼ିଛି। ସେ ଜେସିବି ଅପରେଟର ଭାବରେ କାମ କରୁଥିବା ବେଳେ ଗାଧୋଉଥିବା ସମୟରେ ହିଁ ବଜ୍ରପାତ ହୋଇଥିଲା। ପାଣି ଭିତରେ ହିଁ ସେ ମ୍ରୁତ୍ୟୁବରଣ ହୋଇଥିବା ଜଣାପଡ଼ିଛି। ମ୍ରୁତକର ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇଁ ଦାବୀ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ନିର୍ମମ ହତ୍ୟା, ଜଣେ ଅଟକ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ପାଣିମୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡିମିରିକୁଦା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ସୋମବାର ରାତିରେ ଗାଁର ଜଣେ ବ୍ୟକ୍ତିଙ୍କୁ ଘରେ ପଶି ଵିଭତ୍ସ ଭାବେ ହତ୍ୟା କରା ଯାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ଡିମିରିକୁଦା ଗ୍ରାମର ଶୁକ୍ରୁ ମାଝୀ (୫୦)। ଖବର ପାଇ କିସିଣ୍ଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବରରୁ ଯାହା ଜଣା ପଡିଛି, ଡିମିରିକୁଦା ଗାଁର ମୃତକ ଶୁକ୍ରୃ ମାଝୀ ଘରେ ଠାକୁର ପୂଜା କରନ୍ତି। ହେଲେ ସେହି ଗାଁର ସଞ୍ଜୁ ମାଝୀଙ୍କ ୪ ବର୍ଷ ପୁଅର ଗତ କିଛି ଦିନ ତଳେ ମୃତ୍ୟୁ ହୋଇଯାଇଥିଲା। ସେଥିପାଇଁ ସଞ୍ଜୁ ମାଝୀର ପରିବାର ଶୁକ୍ରୃ ଗୁଣି ଗାରେଡି କରି ପୁଅକୁ ମାରିଦେଇଥିବା ସନ୍ଦେହ କରି ପୂର୍ବରୁ ବହୁବାର ଗଣ୍ଡଗୋଳ କରି ଆସୁଥିଲେ। ହେଲେ ଗୁଣିଗାରେଡିକୁ ସନ୍ଦେହ କରି ସୋମବାର ବିଳମ୍ବିତ ରାତିରେ ସଞ୍ଜୁ ମାଝୀ କାଠ ଫାଳିଆ ଓ ଟାଙ୍ଗିଆରେ ଘରକୁ ପଶି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାକୁ ଦେଖି ଶୁକ୍ରୃର ସ୍ତ୍ରୀ ରତନୀ ମାଝୀ ସେମାନଙ୍କୁ ଦେଖି ଲୁଚି ପଳାଇ ଯାଇଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି।

ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ଏସଡିପିଓ ପ୍ରଶାନ୍ତ କୁମାର ମେହେର, କିସିଣ୍ଡା ଥାନା ଆଇଆଇସି ଅଞ୍ଜଳି କୁମ୍ଭାର ପ୍ରମୁଖ ସଦଳ ବଳେ ପହଞ୍ଚି ଅଭିଯୁକ୍ତ ସଂଜୁ ମାଝିକୁ ଅଟକ ରଖି ତଦନ୍ତ କରୁଛି। ତଦନ୍ତରୁ ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ହୋଇ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ହତ୍ୟାକାଣ୍ଡ ଘଟଣାର ଅଧିକ ତଦନ୍ତ କରିବା ପାଇଁ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିଥିବା ବେଳେ ଶବ ବ୍ୟବଛେଦ ପାଇଁ ରେଢ଼ାଖୋଲ ପଠାଯାଇଛି

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲାର ଦିବ୍ୟାଙ୍ଗଙ୍କୁ ୫୦ ଟି ଇ-ରିକ୍ସା ଯୋଗାଇବ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍

ଭୁବନେଶ୍ଵର: କୋଲ୍‌ ଇଣ୍ଡିଆ ଲିମିଟେଡର ଏକ ପ୍ରମୁଖ ସହାୟକ କମ୍ପାନୀ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍‌), ଓଡିଶାର ସମ୍ବଲପୁର ଜିଲ୍ଲାର ୫୦ ଦିବ୍ୟାଙ୍ଗ ଲୋକଙ୍କୁ ଇ-ରିକ୍ସା ପ୍ରଦାନ କରିବ।  ସିଏସ୍ଆର୍ ପ୍ରୋଜେକ୍ଟ “ସକ୍ଷମ” ଅନ୍ତର୍ଗତ ଏହା ପ୍ରଦାନ କରାଯିବ।

ଏହି ପରିପ୍ରେକ୍ଷୀରେ ସମ୍ବଲପୁର ପ୍ରଶାସନ ସହିତ ଗତକାଲି ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ଅନୁଯାୟୀ, ଏମସିଏଲ୍ ଜିଲ୍ଲା ସମ୍ବଲପୁରର ‘ଦିବ୍ୟାଙ୍ଗ’ ଲୋକଙ୍କୁ ୫୦ ଟି ଇ-ରିକ୍ସା କ୍ରୟ ପାଇଁ ଜିଲ୍ଲା ପ୍ରଶାସନ, ସମ୍ବଲପୁରକୁ ଆର୍ଥିକ ସହାୟତା ପ୍ରଦାନ କରିବ।

ଆର୍ଥିକ ଦୁର୍ବଳ ଦିବ୍ୟାଙ୍ଗଙ୍କ ପାଇଁ ନିରନ୍ତର ଆତ୍ମ-ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବ୍ୟତୀତ, ଏହି ସିଏସ୍ଆର୍ ପଦକ୍ଷେପ ବୈଦ୍ୟୁତିକ ପରିବହନକୁ ଉତ୍ସାହିତ କରି ସବୁଜ ଏବଂ ସ୍ୱଚ୍ଛ ପରିବେଶକୁ ମଧ୍ୟ ପ୍ରୋତ୍ସାହିତ କରିବ।

ଏହି ଏମଓୟୁକୁ ଏମସିଏଲ ପକ୍ଷରୁ ଜେନେରାଲ ମ୍ୟାନେଜର (ସିଏସଆର) ରଜନୀକାନ୍ତ ପାଣିଗ୍ରାହୀ ସ୍ୱାକ୍ଷର କରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ସ୍ୱାକ୍ଷର କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ହିନ୍ଦୁ ସମାଜ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

କନ୍ଦର୍ପ ବେହେରା

ରେଢ଼ାଖୋଲ: ଗତ ୧୨ତାରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଭକ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରା ଉପରକୁ ଯେଉଁଭଳି ଅମାନୁଷିକ ହିଂସାତ୍ମକ ଆକ୍ରମଣ ଏବଂ ୧୪, ତାରିଖ ରାତ୍ରୀ ସମ୍ବଲପୂର ବନବାସୀ ଯୁବକକୁ ହତ୍ୟା ଘଟଣା ଅତ୍ୟନ୍ତ ନିନ୍ଦନୀୟ ତେଣୁ ଏହାକୁ ନେଇ ରେଢ଼ାଖୋଲ ହିନ୍ଦୁ ସମାଜ ପକ୍ଷରୁ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।

ଶୋଭାଯାତ୍ରା ସମୟରେ ଭକ୍ତମାନଙ୍କ ଉପରେ ହୋଇଥିବା ସୁନିୟୋଜିତ ଆକ୍ରମଣ ପ୍ରଶାସନିକ ଅବ୍ୟବସ୍ଥା , ସୂଚନା ତନ୍ତ୍ରର ଅପାରଗତ ଓ ନିଷ୍ଫଳତା ଦର୍ଶାଉଛି। ଉକ୍ତ ସମୟରେ ଅତିକମ ସଂଖ୍ୟାକ କାର୍ଯ୍ୟରତ ପୋଲିସ ସ୍ଥାଣୁ ପାଲଟି ଥିଲେ ଓ ବର୍ବର ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହୋଇଛନ୍ତି। ପୂର୍ବରୁ ଅବଗତ ଥାଇ ମଧ୍ୟ ପୋଲିସର ନଗଣ୍ୟ ଉପସ୍ଥିତି ପ୍ରଶାସନର କାର୍ଯ୍ୟକଳାପ ପ୍ରତି ସଂଦେହ ସୃଷ୍ଟି କରେ। ଏସବୁ ଘଟଣା ନାଗରିକର ଧାର୍ମିକ ଆସ୍ଥା, ବିଶ୍ଵାସ ଓ ଧାର୍ମିକ ସ୍ବତନ୍ତ୍ରତା ପ୍ରତି କୁଠାରଘାତ ଅଟେ। ସାମ୍ବିଧାନିକ ମର୍ଯ୍ୟାଦାର ପରିପନ୍ଥୀ ଅଟେ। ଏଣୁ ଏହି ଘଟଣା କେବଳ ଆଇନ ଶୃଙ୍ଖଳା ବିଷୟ ନୁହେଁ।

ଏହା ଦେଶଦ୍ରୋହୀ କାର୍ଯ୍ୟକଳାପ ପରିଧିରେ ଆସୁଅଛି ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଥିବା ବେଳେ ଯଥାଶୀଘ୍ର ଦୋଷୀ ମାନଙ୍କ ବିରୁଦ୍ଧରେ ନ୍ୟାୟୋଚିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତଙ୍କୁ ଗିରଫ କରିବାକୁ ଦାବୀ ପ୍ରକାଶ କରିଛନ୍ତି ରେଢ଼ାଖୋଲ ହିନ୍ଦୁ ସମାଜ।

Categories
ଆଜିର ଖବର ରାଜ୍ୟ ଖବର

ଯୁବା ସଙ୍ଗମ ସିକ୍କିମ-ଓଡ଼ିଶା କାର୍ଯ୍ୟକ୍ରମ: ସମ୍ବଲପୁର ଜିଲ୍ଲା ପରିଦର୍ଶନ କଲେ ସିକ୍କିମରୁ ଆସିଥିବା ଯୁବକ

ଭୁବନେଶ୍ଵର: ଏକ ଭାରତ ଶ୍ରେଷ୍ଠ ଭାରତ ଅନ୍ତର୍ଗତ ଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧିନରେ ସିକ୍କିମରୁ ଆସିଥିବା ଯୁବକମାନେ ଏନଆଇଟି ରାଉରକେଲାରେ ରହୁଛନ୍ତି। ସେମାନେ ଆଜି ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମର ଅଂଶ ଭାବେ ସମ୍ବଲପୁର ଜିଲ୍ଲା ପରିଦର୍ଶନ କରିଛନ୍ତି। ସିକ୍କିମର ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୫ ଜଣ ଯୁବକ ଏବଂ ୭ ଏନଆଇଟି ସିକ୍କିମ୍‌ର ୪ କର୍ମଚାରୀ ଏବଂ ଜଣେ ପ୍ରଫେସର ଆଜି ସମ୍ବଲପୁରର ହୀରାକୁଦ ଡ୍ୟାମ୍ ଏବଂ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିଛନ୍ତି। ଡ୍ୟାମର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର (ମେକାନିକାଲ୍‌) ପ୍ରିୟରଞ୍ଜନ ପଣ୍ଡା ସମସ୍ତ ଯୁବକଙ୍କୁ ଡ୍ୟାମର ର୍ନିମାଣ ଢାଞ୍ଚା ଏବଂ କାର୍ଯ୍ୟକାରିତା ବିଷୟରେ ବୁଝାଇଥିଲେ।

ଡ୍ୟାମର ଐତିହ୍ୟ ଏବଂ ଇତିହାସ ବିଷୟରେ ବର୍ଣ୍ଣନା କରି ସେ ଛାତ୍ରମାନଙ୍କୁ ଫାଉଣ୍ଡେସନ୍ ଏବଂ ଅପରେସନ୍ ଗ୍ୟାଲେରୀକୁ ନେଇଥିଲେ। ଏହା ପରେ ପିଲାମାନେ ସମଲେଶ୍ୱରୀ ମନ୍ଦିରରେ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିଥିଲେ। ଏହା ପରେ ଏନଆଇଟି ରାଉରକେଲାର ଟିମ୍ ପିଲାମାନଙ୍କୁ ବିଜାମୁଣ୍ଡା ଗାଁର କାରିଗରମାନଙ୍କ ସହିତ ପରିଚିତ କରାଇଥିଲେ। ସେଠାକୁ ଯାଇ ସେମାନେ ବିଚିତ୍ରାପୁରୀ ଶାଢୀ ତିଆରି କରୁଥିବା କାରିଗରମାନଙ୍କୁ ଭେଟିଥିଲେ। ଗାଁର ପ୍ରତ୍ୟେକ ପରିବାର ଯେଉଁମାନେ କି ଶାଢୀ ବୁଣନ୍ତି ସେମାନେ ପିଲାମାନଙ୍କୁ ଶାଢୀ ବୁଣା ଶିଖାଇବାକୁ ଚେଷ୍ଟା କରିଥିଲେ।

ସିକ୍କିମର ଜଣେ ଯୁବକ ଜାସ୍ତୋ ଶେରପା ତାଙ୍କ ଅନୁଭୂତି ବିଷୟରେ କହିଛନ୍ତି, ଆଜି ଆମେ ଯୁବା ସଙ୍ଗମ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ହୀରାକୁଦ ଡ୍ୟାମ ପରିଦର୍ଶନ କରିଥିଲୁ । ମୋ ଦେଶର ଐତିହ୍ୟ ତଥା ପୃଥିବୀର ଦୀର୍ଘତମ ମାଟି ବନ୍ଧ ପରିଦର୍ଶନ କରି ମୁଁ ଅତ୍ୟନ୍ତ ଗର୍ବିତ ଅନୁଭବ କଲି। ଆମ ସମସ୍ତଙ୍କୁ ଡ୍ୟାମର ବିଭିନ୍ନ ଦିଗ ବିଷୟରେ ବୁଝା ଯାଇଥିଲା। ଆମକୁ ଫାଉଣ୍ଡେସନ ଗ୍ୟାଲେରୀ, ଅପରେସନ୍ ଗ୍ୟାଲେରୀ ଏବଂ ଡ୍ୟାମର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ଏଠାକୁ ଆସି ମୋତେ ବହୁତ ଭଲ ଲାଗୁଛି । ମୁଁ ଏହି ଅଞ୍ଚଳର ସ୍ଥାନୀୟ ଲୋକଙ୍କୁ ମଧ୍ୟ ଭେଟିଛି। ମୁଁ ସେମାନଙ୍କୁ ସିକ୍କିମ ଆସିବାକୁ ନିମନ୍ତ୍ରଣ କରିଛି। ମୁଁ ଏଠାରେ ଅନେକ ସ୍ମୃତି ସଂଗ୍ରହ କରିଛି, ଯାହାକୁ ମୁଁ ସିକ୍କିମକୁ ନେଇ ଯିବି ଏବଂ ଓଡିଶାର ସଂସ୍କୃତି ଏବଂ ପରମ୍ପରା ବିଷୟରେ ସମସ୍ତଙ୍କୁ କହିବି।

ପ୍ରଫେସର ଦିବ୍ୟ କାନ୍ତ ସେଠ ଏବଂ ପ୍ରଫେସର ରମେଶ ମହାପାତ୍ର ଏନଆଇଟି ରାଉରକେଲା ପକ୍ଷରୁ ଆଜି ଗସ୍ତର ସଂଯୋଜକ ଥିଲେ। ମାର୍ଚ୍ଚ ୧ ରେ, ଏନଆଇଟି ରାଉରକେଲାର ପାଞ୍ଚଞ୍ଚଜଣ ସଂଯୋଜକଙ୍କ ସହ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରୁ ମନୋନୀତ ୪୦ ପିଲାଙ୍କୁ ଯୁବା ସଙ୍ଗମ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ସିକ୍କିମକୁ ନିଆଯିବ। ସେମାନଙ୍କର ଆଗାମୀ ୬ ଦିନର ଭ୍ରମଣରେ, ଓଡ଼ିଶାର ଛାତ୍ରମାନେ ସିକ୍କିମର ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଦର୍ଶନୀୟ ସ୍ଥାନ ବୁଲି ଦେଖିବେ।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ଜମିରେ ଘର ନିର୍ମାଣକୁ ନେଇ ତହସିଲ୍‌ଦାର୍ ଓ ଆର୍‌ଆଇକୁ ଘେରିଲେ ଆଦିବାସୀ

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ପାଇକମାଳ ଗ୍ରାମ ନିକଟରେ ସରକାରୀ ଜମିରେ ବେଆଇନ୍ ଘର ନିର୍ମାଣ କରି ରହୁଥିବା ୩ ପରିବାରର ଘରକୁ ପ୍ରଶାସନ ଜେସିବି ମାଧ୍ୟମରେ ଭାଙ୍ଗିଦେଇଛି। ଯାହାକୁ ନେଇ ଆଜି ଅଂଚଳର ଆଦିବାସୀମାନେ ଡଇଁଚା ଆର୍ ଆଇ ଅଫିସ୍ ଘେରିବା ସହ ନାକଟିଦେଉଳ ତହସିଲଦାରଙ୍କୁ ଘେରିଥିଲେ। ଏପରିକି ତହସିଲଦାରଙ୍କୁ ୨ କିମି ବାଟ ଚଲାଇ ଚଲାଇ ନେଇଥିବା ଜଣା ପଡିଛି।

ନାକଟିଦେଉଳ ତହସିଲ୍‌ଦାର୍ ସୁକାନ୍ତ ନାଏକଙ୍କ ଠାରୁ ପ୍ରକାଶ ଯେ, ନାକଟିଦେଉଳ ତହସିଲ୍ ଅନ୍ତର୍ଗତ ଡଇଁଚା ଗ୍ରାମପଂଚାୟତର ପାଇକମାଳ ଗ୍ରାମ ନିକଟସ୍ଥ କେନ୍ଦୁଛକ ଠାରେ ଥିବା ପ୍ଲଟ୍ ନମ୍ବର ୪୨୯ (ପି) ଖାତାନଂ ୫୭ ରେ ଗ୍ରାମର ତାରସିଲା କିସ୍ପଟା. ଆମିତ୍ କିସ୍ପଟା ଓ ପ୍ରଦୀପ୍ କିସ୍ପଟା ବେଆଇନ୍ ଭାବରେ ଘର କରି ଏକ ବର୍ଷ ହେଲା ରହିଆସୁଥିଲେ। ସେମାନଙ୍କୁ ମଧ୍ୟ ପୂର୍ବରୁ ସେଠାରୁ ହଟିଯିବା ପାଇଁ ପ୍ରଶାସନ କହିଥିଲା। ଏପରିକି ନୋଟିସ୍ ମଧ୍ୟ ଦେବା ପାଇଁ ତହସିଲ୍ କର୍ମଚାରୀ ଆସିଥିବା ବେଳେ ଜବର ଦଖଲ କରିଥିବା ପରିବାର ନୋଟିସ୍ କୁ ଗ୍ରହଣ କରି ନ ଥିଲେ। ହେଲେ ସେଇ ବ୍ୟକ୍ତି ମାନେ ନ ହଟିବାରୁ ନାକଟିଦେଉଳ ତହସିଲ୍‌ଦାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ପ୍ରଶାସନ, ଅତିରିକ୍ତ ତହସିଲ୍‌ଦାର୍, ତହସିଲ୍ ଅମିନ ଆଦି ସେଇ ଜବର ଦଖଲକାରୀଙ୍କ ଘରକୁ ଗତ ତା ୧୮/୧୧/୨୦୨୨ ରେ ଭାଙ୍ଗିଦେଇଥିଲେ।

ଏ ସଂପର୍କରେ ପୂର୍ବରୁ ଅଂଚଳବାସୀ ତହସିଲ୍‌ଦାର ନାକଟିଦେଉଳଙ୍କ ଠାରେ ମଧ୍ୟ ଅଭିଯୋଗ କରିଥିଲେ। କୌଣସି ପ୍ରକାର ଗଣ୍ଡଗୋଳ ନ ହେବା ପାଇଁ ପୋଲିସ୍ ମଧ୍ୟ ଉପସ୍ଥିତ ଥିଲା। ଯେଉଁମାନଙ୍କର ଘରକୁ ପ୍ରଶାସନ ଭାଙ୍ଗିଲା ସେଇ ଗ୍ରାମରେ ନିଜର ଘର ମଧ୍ୟ ରହିଛି। ପୂର୍ବରୁ ସେଇ ଜମିରେ ବନବିଭାଗ ଗଛ ରୋପଣ ମଧ୍ୟ କରିଥିଲା। ହେଲେ ସେ ଗଛଗୁଡିକ ନଷ୍ଟ କରି ଦିଆଯାଇଥିଲା। ସରକାରୀ ଜମିକୁ ଅକ୍ତିଆର କରିବା ପାଇଁ ସେଇ ବ୍ୟକ୍ତିମାନେ ସେଠାରେ ଅସ୍ଥାୟୀ ଘର କରି ରହୁଥିଲେ। ସେମାନେ ଆମକୁ ସେଇ ଯାଗା ବଦଳରେ ଅନ୍ୟ ଏକ ସ୍ଥାନରେ ଜାଗା ଦେବାକୁ ଅଡି ବସିଥିଲେ। ଆଦିବାସୀମାନେ ନ ବୁଝିବାରୁ ସେମାନଙ୍କୁ କିଛି ଯାଗା ଦିଆଯିବାକୁ ପ୍ରତିଶୃତି ଦେଇଥିଲେ। ଘଟଣା ସ୍ଥଳରେ ରେଢାଖୋଲ ଥାନାଧିକାରୀ, ଏସ୍‌ଡିପିଓ ତଥା ପୋଲିସ୍ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଦୀର୍ଘ ୪ ଘଂଟାକାଳ ପ୍ରଶାସନ ନାକେଦମ୍ ହୋଇ ପଡିଥିଲା। ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କ ଠାରୁ ପ୍ରକାଶ ଯେ, ତଣ୍ଡାବିରା ଛକ ନିକଟରେ ଥିବା ପ୍ରାୟ ଦଶ ଏକର ସରକାରୀ ଜମି ରହିଛି। ସରକାରଙ୍କ ନିୟମ ଅନୁଯାୟୀ ସେଇ ସଂରକ୍ଷିତ ଜମିକୁ ରଖାଯାଇଛି। ସେଇ ଜାଗାରେ କେହି ଘର କରି ରହିପାରିବେ ନାହିଁ ବୋଲି ବିଡିଓ ପ୍ରକାଶ କରିଛନ୍ତି। ପାଚେରୀ ନିର୍ମାଣ ପାଇଁ ମଧ୍ୟ ଟଙ୍କା ମଂଜୁର ହୋଇସାରିଥିବା ଜଣା ପଡିଛି। ସେଇ ଜମିକୁ ଆଦିବାସୀ ପରିବାର ଘର ତିଆରି କରି ରହିଲେ ଆଗକୁ ଏ ଅଂଚଳର ଲୋକମାନେ ଆନ୍ଦୋଳନ କରିବେ ବୋଲି ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗତକାଲି ଅପେକ୍ଷା ଆଜି କରୋନା ଆକ୍ରାନ୍ତ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବରଗଡ ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୫

ଦେବଗଡ ଜିଲ୍ଲାରୁ- ୩

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୬

କନ୍ଧମାଳ ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୧୩

ମୟୂରଭଞ୍ଜ ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୧୫

ସୁନ୍ଦରଗଡ ଜିଲ୍ଲାରୁ- ୧୨

ଷ୍ଟେଟ ପୁଲରୁ- ୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୩୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୪୪୦ ଏବଂ ବର୍ତ୍ତମାନ ୬୨୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଆଉ ୮୪ ଲୋକ ସଂକ୍ରମିତ, ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୮୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୪

ବରଗଡ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୧୦

ଗଞ୍ଜାମ ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୬

କନ୍ଧମାଳ ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୧୩

ମୟୂରଭଞ୍ଜ ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୧୫

ସୁନ୍ଦରଗଡ ଜିଲ୍ଲାରୁ- ୧୨

ଷ୍ଟେଟ ପୁଲରୁ- ୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୩୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୪୪୦ ଏବଂ ବର୍ତ୍ତମାନ ୬୨୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୭୯ ଆକ୍ରାନ୍ତ ଚିହ୍ନଟ, ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୧୦

ବରଗଡ ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୧

କେନ୍ଦୁଝର ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୧୩

ମୟୂରଭଞ୍ଜ ଜିଲ୍ଲାରୁ- ୨

ନବରଙ୍ଗପୁର ଜିଲ୍ଲାରୁ- ୧

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୪

ସମ୍ବଲପୁର ଜିଲ୍ଲାରୁ- ୧୮

ସୁନ୍ଦରଗଡ ଜିଲ୍ଲାରୁ- ୧୨

ଷ୍ଟେଟ ପୁଲରୁ- ୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୯୫୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୧୧୧ ଏବଂ ବର୍ତ୍ତମାନ ୫୯୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଞ୍ଚଳିକ

ୱେଲଥ ସେଣ୍ଟରରେ ସ୍ୱଚ୍ଛତା ସଚେତନତା ଶିବିର ଅନୁଷ୍ଠିତ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରେଢ଼ାଖୋଲ ପୁରୁଣା ପେଟ୍ରୋଲ ପମ୍ପ ନିକଟ ପରିମଳ ଉପଚାର ସୁବିଧା କେନ୍ଦ୍ରରେ ଏକ ସ୍ୱଚ୍ଛତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱଚ୍ଛତା ସଚେତନତା ଶିବିର କାର୍ଯ୍ୟକ୍ରମ ଭାରତୀୟ ସ୍ୱଚ୍ଛତା ସଂଘର ଆହ୍ବାନ କ୍ରମେ ରେଢ଼ାଖୋଲ ଏନଏସି ପକ୍ଷରୁ  ରାଣୀ ଅନ୍ନପୂର୍ଣ୍ଣା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଦ୍ୟାଳୟର ଛାତ୍ରୀ ମାନେ ୱେଲଥ ସେଣ୍ଟର ପରିଦର୍ଶନ କରି କିପରି ଭାବରେ ଅଦା ଓ ଶୁଖିଲା ମଇଳା ରୁ ଜୈବିକ ସାର ପ୍ରସ୍ତୁତି ହୁଏ ଏହି ବିଷୟରେ ଛାତ୍ରୀ ମାନଙ୍କୁ ଜଣାଇ ସଚେତନତା କରାଯାଇଥିଲା।

ଏହି ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ରେ ରେଢ଼ାଖୋଲ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀ, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଏନଏସି ଉପାଧ୍ୟକ୍ଷା ଅନୁଷୟା ପ୍ରଧାନ, ପରିମଳ ବିଶେଷଜ୍ଞ ଜ୍ୟୋତି ରଞ୍ଜନ ବେହେରା, ସମସ୍ତ ସ୍ୱଚ୍ଛ ସାଥୀ ସହିତ ଏନଏସି କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିନୀକାରୁ ୯୩୧ କାଟୁନ୍ ବିଦେଶୀ ମଦ ଉଦ୍ଧାର, ୩ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ମୋଚିବାହାଳରୁ ଚୋରି ହୋଇଥିବା ୯୩୧ କାଟୁନ୍ ବିଦେଶୀ ମଦ ସହ ଏଥିରେ ସଂପୃକ୍ତି ଥିବା ୩ ଜଣଙ୍କୁ ପୋଲିସ୍ ଗିରଫ କରିଛି। ଏହା ସହ ସେମାନେ ବ୍ୟବହାର କରୁଥିବା ଏକ ଡିଜାୟର ଗାଡିକୁ ଜବତ କରିବାରେ ସଫଳ ହୋଇଛି।

ରେଢାଖୋଲ ଏସ୍‌ଡିପିଓ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ, ଜବତ ବିଦେଶୀ ମଦ, ଏଥିରେ ସଂପୃକ୍ତ ବ୍ୟକ୍ତି, ସେମାନେ ବ୍ୟବହାର କରୁଥିବା ଗାଡିକୁ ବିନିକାରୁ ଜବତ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ତା ୨୮ଜୁଲାଇ ରେ ପୁରୀ ଜିଲ୍ଲା ନିମାପଡା ଠାରେ ଥିବା ୟୁନାଇଟେଡ୍ ସ୍ପିରିଟ କଂପାନୀରୁ ଟ୍ରକ୍‌ (ଓଆର୍ ୦୫ ଡବ୍ଲୁ ୭୭୭୯) ଯୋଗେ ସମ୍ବଲପୁର ଅଭିମୁଖେ ଆସୁଥିଲା। ଗାଡିର ଡ୍ରାଇଭର ରଞ୍ଜନ କୁମାର ବାରିକ ଥିଲେ। ୨୯/୩୦ ଜୁଲାଇ ରାତି ୧ ଟାରେ ମୋଚିବାହାଳ ଠାରେ ଟ୍ରକଟି ପହଂଚିବା କ୍ଷଣି ୫ ଜଣ ଡକାୟତି ଡ୍ରାଇଭରର ମୁହଁରେ ଗାମୁଛା ବାନ୍ଧି ତାକୁ ଡିମିରିକୁଦା ନିକଟରେ ଛାଡି ପଳାଇଥିଲେ। ଡକାୟତି କରିଥିବା ମଦ ସହ ଟ୍ରକକୁ ରେଢାଖୋଲ ସ୍ଥିତ ପୁରୁଣା ପେଟ୍ରୋଲ୍ ପମ୍ପ ନିକଟରେ ରଖିଥିଲେ।

ଅଭିଯୁକ୍ତମାନେ ସୁଇଫଟ୍ ଡିଜାୟରରେ ରେଢାଖୋଲ ସହରରେ ଅତି ଚତୁରତାର ସହ ପରିଦର୍ଶନ କରୁଥିଲେ। ସେଇ ଦିନ ଡକାୟତିମାନେ ସକାଳ ୧୧ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ସେଇ ପୁରୁଣା ପେଟ୍ରୋଲ୍ ପମ୍ପ ନିକଟରେ ଥିଲେ। ତା’ ପରେ ସେମାନେ ବିନୀକା ଅଂଚଳକୁ ମଦ ଗାଡି ଧରିଯିବାରେ ସଫଳ ହୋଇଥିଲେ।

ହରିଆନାର ମୁକେଶ କୁମାର ଚାରମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ସମ୍ବଲପୁର ଏସ୍ ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନକୁ ମଧ୍ୟ ଖବର ପଠାଇଥିଲା ପୋଲିସ୍। ଏପରିକି ସାଇନ୍‌ଟିଫିକ୍ ଟିମ୍, ସନ୍ଧାନୀ କୁକୁର, ବିଭିନ୍ନ ଟେକନିକାଲ୍‌ର ବ୍ୟବସ୍ଥା କରିଥିଲା।

ଗତ ତା ୧୧/୭ ରେ ବିନୀକା ରୁ ଚାରମାଳ ପୋଲିସ୍ ବିଦେଶୀ ମଦ ସହ ଗାଡିକୁ ଜବତ କରିବାରେ ସଫଳ ହେବା ସହ ଏଥିରେ ସଂପୃକ୍ତି ଥିବା ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ଏଥିରେ ସଂପୃକ୍ତି ଥିବା ଡକାୟତି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଉଦୟପୁର ଗ୍ରାମର ଅଶ୍ୱିନୀ ବଗର୍ତି (୩୦), କିଆକଟା ଥାନା ସିଆନ୍ ବେରୁନି ଗ୍ରାମର ବିଭୂରେନ୍ଦ୍ର ମଲ୍ଲିକ (୨୬), ସୋନପୁର ଜିଲ୍ଲା ବିନିକା ଥାନା ବିଶାଲ୍ ପାଲି ଗ୍ରାମର ଡୋଲାମଣି ସଲ୍‌ମା (୩୦)କୁ ପୋଲିସ୍ ଗିରଫ କରି କୋର୍ଟଚାଲାଣ କରିଥିବା ପୋଲିସ୍ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛି। ଡକାୟତି ହୋଇଥିବା ମୋଟ୍ ୯୩୧ କାଟୁନ୍ ବିଦେଶୀମଦକୁ ପୋଲିସ୍ ଜବତ କରିବା ସହ ସୁଇଫଟ୍ ଡିଜାର ଓଡି ୦୨ ବିଏନ୍ ୯୧୬୪ ଏବଂ ଟ୍ରକ୍ ନଂ ଓଆର୍ ୦୫ ଡବ୍ଲୁ ୭୭୭୯ କୁ ଜବତ କରିଛି। ଜବତ ବିଦେଶୀ ମଦର ମୂଲ୍ୟ ୪୩ ଲକ୍ଷ ୮୫ ହଜାର ଟଙ୍କା ହେବ ବୋଲି ଜଣା ପଡିଛି।

ଏହି ଡକାୟତି ମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧୀକ ମାମଲାରେ କେସ୍ ଥିବା ପୋଲିସ୍ କହିଛି। ଅଶ୍ୱିନୀ ବଗର୍ତି ନାମରେ ହଣ୍ଡପା ଥାନା କେସ୍ ନଂ ୮୦ ତା ୮/୧୦/୨୦୧୫ ୟୁ/ଏସ୍ ୩୬୩/୩୯୫/୩୯୭ ଆଇପିସି, ବିଭୁରେନ୍ଦ୍ର ମଲ୍ଲିକ ନାମରେ ରେଢାଖୋଲ ଥାନାରେ କେସ୍ ନଂ ୧୪୫ ତା୨୯/୮/୨୦୧୭ ୟୁଏସ୍ -୪୫୭/୩୮୦ ଆଇପିସି, ଖଣ୍ଡଗିରି ଥାନା କେସ୍ ନଂ ୨୩/୫/୨୦୧୭ ୟୁଏସ୍ ୨୫/୨୭ ଆର୍ମ ଆକ୍ଟ . ଆଠମଲ୍ଲୀକ ଥାନା କେସ୍ ନଂ ୪୨ ତା୨୦/୫୨୦୧୬, ୟୁଏସ୍ ୪୫୭/୩୮୦ ଆଇପିସି, ଏବଂ ଆଠମଲ୍ଲୀକ ଥାନା କେସ୍ ନଂ ୬୧ ତା ୧୬/୮/୨୦୧୬ ୟୁଏସ୍ ୪୫୭/୩୮୦/୩୪୧ ଆଇପିସି, ଆଠମଲ୍ଲୀକ ଥାନା କେସ୍ ନଂ ୬୭ ତା ୧୬/୮/୨୦୧୬ ୟୁଏସ୍ ୪୫୭/୩୮୦ ଆଇପିସି ମାମଲା ଥିବା ପୋଲିସ୍ ପ୍ରକାଶ କରିଛି।

ଚାରମାଳ ଥାନା କେସ୍ ନଂ ୯୦ ତା ୧/୭/୨୦୨୨ ୟୁଏସ୍ ୩୯୫ ଆପିସିରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ପୋଲିସ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡାକ୍ତରଖାନାରୁ ମିଳିଲାନି ଶବବାହକ ଗାଡ଼ି: ରାତିସାରା ବର୍ଷା, ପବନରେ ୧୦ ଘଣ୍ଟା ପଡି ରହିଲା ମୃତ ଦେହ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଦୀର୍ଘ ୧୦ ଘଣ୍ଟା ଧରି ଏକ ମୃତ ଦେହ ପଡି ରହିଥିବା ଦେଖିବାକୁ ମିଳିଛି। ରେଢାଖୋଲ ଡାକ୍ତରଖାନାରେ ଶବବାହକ ଗାଡ଼ି ଅଛି। କିନ୍ତୁ ଡ୍ରାଇଭର ଛୁଟିରେ ଥିବାରୁ ମୃତ ଶବଟି ଉଠି ପାରି ନ ଥିଲା।

ଖବର ମୁତାବକ ବରଗଡ ଜିଲ୍ଲା ଅତାବିରା ଥାନା କ୍ଷୀରାପାଲି ଗ୍ରାମର ହେମନ୍ତ ସେଠ ରକ୍ତ କର୍କଟ ରୋଗରେ ପିଡ଼ିତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ। ରବିବାର ରାତି ୯ ଟାରେ ବୁର୍ଲା ମେଡିକାଲରୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର ହେଉଥିବା ବେଳେ ଅବସ୍ଥା ଅତି ଗୁରୁତର ହେବାରୁ ପରିବାର ଲୋକେ ରେଢାଖୋଲ ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ରୋଗୀ ଜଣଙ୍କୁ ରାତି ୯ଟାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ରୋଗୀର ମୃତ୍ୟୁ ପରେ ପରିବାର ଲୋକ ମୃତଦେହକୁ ଘରକୁ ନେବାକୁ ଚାହିଁଥିଲେ। କିନ୍ତୁ ମେଡିକାଲରେ ଥିବା ଗୋଟିଏ ଶବ ବାହକ ଗାଡି ରହିଥିବା ବେଳେ ଏକମାତ୍ର ଡ୍ରାଇଭର ଦୁଇଦିନ ପାଇଁ ଛୁଟିରେ ଯାଇଥିବାରୁ ରାତିସାରା ବର୍ଷା, ପବନରେ ଏକ ବାରଣ୍ଡାରେ ଶବକୁ ଜଗି ରହିଥିଲେ ପରିବାର ଲୋକେ।

ପରିବାର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଅନ୍ୟ ଗାଡ଼ି ଠିକ୍ କରି ଶବକୁ ଘରକୁ ନେଇ ପାରିଲୁ ନାହିଁ ବୋଲି ମୃତକର ବଡ ଭାଇ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି। ସେପଟେ ଗଣ ମାଧ୍ୟମର ପ୍ରତିନିଧିମାନେ ଫଟୋ ଉଠାଉଥିବାବେଳେ କେହି ଜଣେ ବ୍ୟକ୍ତି ଫଟୋ ଉଠାନ୍ତୁ ନାହିଁ କି ଖବର ପ୍ରସାରଣ କରନ୍ତୁ ନାହିଁ ଏବେ ଶବ ଉଠିବ ବୋଲି ଗଣ ମାଧ୍ୟମର ପ୍ରତିନିଧିମାନଙ୍କୁ କହିଥିଲେ।

ହେଲେ ଦୀର୍ଘ ୧୦ ଘଣ୍ଟା ଧରି ଶବଟି ବାରଣ୍ଡାରେ ପଡି ରହି ଥିଲେ ହେଁ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରା ଯାଇ ନ ଥିଲା। ପରେ ଡ୍ରାଇଭରକୁ ଡାକ୍ତରଖାନା କତ୍ତୃପକ୍ଷ ଫୋନ କରିବା ପରେ ଛୁଟିରେ ଥିବା ଡ୍ରାଇଭର ଜଣକ ଡାକ୍ତରଖାନା ଆସିବା ପରେ ୧୨ ଘଣ୍ଟା ପରେ ଶବ ଉଠିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାରମାଳରୁ ୯୪୫ ବିଡା କେନ୍ଦୁପତ୍ର ସହ ଗାଡ଼ିଜବତ, ଚୋରା ବେପାରି ଫେରାର୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଅଂଚଳରୁ ଚୋରାରେ କେନ୍ଦୁପତ୍ର ଚାଲାଣ ବେଳେ ବନବିଭାଗ ପିଛା କରି ଟ୍ରକ୍ ସହ କେନ୍ଦୁପତ୍ର ଜବତ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ୫ଟାରେ ଚାରମାଳ ଅଂଚଳରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବାର ବନବିଭାଗ ଖବର ପାଇଥିଲା। ବନବିଭାଗର ପଦାଧିକାରୀମାନେ ଟ୍ରକକୁ ପିଛା କରିଥିଲେ। ଏହା ଜାଣିପାରି ଗାଡ଼ି ତଥା ବେପାରୀମାନେ ଚାରମାଳ ନିକଟସ୍ଥ ମା’ ଢ଼ାବା ନିକଟରେ ଗାଡ଼ି (ଟାଟା ୧୧୦୯ ଓଆର୍ ୦୫ ଏବି ୭୪୪୯) ଛାଡ଼ି ଫେରାର୍ ହେବାରେ ସଫଳ ହୋଇଥିଲେ। ବନବିଭାଗ ଗାଡ଼ଟିକୁ ଜବତ କରି ୯୪୫ ବିଡା କେନ୍ଦୁ ପତ୍ର ଜବତ କରିଥିଲା।

ଏହି ଚଢ଼ଉରେ ରେଢ଼ାଖୋଲ ଏସିଏଫ୍ ଦେବିପ୍ରସାଦ୍ ରାଉତ୍, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ସାହୁ, ବଂଶାଜାଲ୍ ଫରେଷ୍ଟର ବିଜୟ କୁମାର ବିଶ୍ବାଳ, ରାମପୁର ଫରେଷ୍ଟର ସୁରେନ୍ଦ୍ର ସାହୁ, ଫରେଷ୍ଟଗାର୍ଡ ଅଜିତ୍ ସାହୁ, ଟିକେଶ୍ବର ନାଏକ, ଅରୁଣ କୁମାର ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ। ବନବିଭାଗ ପାଇଁ ଏହା ବଡ ସଫଳତା ବୋଲି କୁହାଯାଇପାରେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲା ପାଇଁ ୧୫୫୩ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ଏଥିରୁ ୩୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଉଛନ୍ତି । ସେଥିପାଇଁ ସମ୍ବଲପୁରରେ ପିଇବା ପାଣି ପାଇଁ ୧୦୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଗାଁ ଓ ସହର ସବୁ ପରିବାର ପାଖରେ ପିଇବା ପାଣି ପହଞ୍ଚିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୁଚିଣ୍ଡା ଓ ରେଢାଖୋଲ ଏନ୍‌.ଏ.ସି.ର ସବୁ ଘରକୁ ପାଇପ ପାଣି ଯୋଗାଇ ଦିଆଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ରେ ସମ୍ବଲପୁର ଜିଲ୍ଲାର ପ୍ରତି ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବଡବାହାଳ ଯୁବକ ସଂଘର ଦୁର୍ଗା ମଣ୍ଡପ ବିବାଦ: ଏସଏଚଜି ମହିଳା ଓ କ୍ଲବ୍ ସଦସ୍ୟ ମଧ୍ୟରେ ଟଣାଓଟରା

କନ୍ଦର୍ପ ବେହରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ବଡବହାଳ ଗ୍ରାମରେ ଥିବା ଯୁବକ ସଂଘର ଏକ ଗୃହକୁ ବ୍ଲକ୍ ପ୍ରଶାସନ ଗ୍ରାମର ଏସ୍.ଏଚଜି ର ମହିଳା ସଦସ୍ୟ ମାନଙ୍କୁ ନେଇ ଯୁବକ ସଂଘ ଓ ମହିଳା ଗ୍ରୁପ୍ ମଧ୍ୟରେ ବିବାଦ ଥମିବାରେ ନାଁ ଧରୁନି।

ପ୍ରକାଶ ଯେ, ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେଲା ଉକ୍ତ ଗ୍ରାମର ଯୁବକ ସଂଘ ସଦସ୍ୟ ମାନେ ଦୁର୍ଗାପୂଜା କରିଆସୁଥିବା ବେଳେ ବିଭିନ୍ନ ସମୟରେ ସରକାରୀ ସ୍ତରରୁ ଅନୁଦାନ ଆଣି କାମ କରିଥିଲେ। ଏହି ଗୃହକୁ ପରବର୍ତ୍ତୀ ସମୟରେ ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ଫଳକ ଲଗାଇ ଏସ‌ଏଚଜି ଗୃପର ମହିଳା ସଦସ୍ୟ ମାନଙ୍କୁ ହସ୍ତାନ୍ତର କରାଯାଇଥିବା ଯୁବକ ସଂଘର ସଦସ୍ୟମାନେ ଅଭିଯୋଗ କରିଛନ୍ତି।

ଫଳରେ ବଡବାହାଳ ଗ୍ରାମରେ ଯୁବକ ସଂଘର ସଦସ୍ୟ ଓ ଏସ‌ଏଚଜି ମହିଳା ସଦସ୍ୟା ମାନଙ୍କ ମଧ୍ୟରେ ଟଣା ଓଟରା ଦେଖାଦେଇଛି। ଏନେଇ ଗ୍ରାମରେ ଅସନ୍ତୋଷ ଦେଖାଦେବା ସହ ଯୁବକ ସଂଘର ସଦସ୍ୟ ମାନେ ବ୍ଳକ କର୍ତ୍ତୁପକ୍ଷ ମିଶନ ଶକ୍ତି ଗୃହ ନାମରେ ଅର୍ଥ ହରିଲୁଟ କରିଥିବା ସଙ୍ଘର ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ମିଶନ ଶକ୍ତି ଗୃହ ନାମରେ କ୍ଲବ୍ ଘରଟିକୁ ସୂଚନା ଫଳକ ଦେଇ ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭଯୋଗ ହେୀଇଛି।

ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ବ୍ଳକ ବଡବାହାଲ ଗ୍ରାମର ଯୁବକ ସଂଘର ସଦସ୍ୟ ମାନେ ଦୁର୍ଗାପୂଜା ପାଇଁ ବେସରକାରୀ ଜାଗାକୁ ନିରୂପଣ କରି ଗତ ୨୦୦୫ ମସିହାରେ ଦୁର୍ଗା ମଣ୍ଡପ ନିଜସ୍ଵ ପାଣ୍ଠିରୁ ନିର୍ମାଣ କରି ପୂଜାବିଧି କରିଆସୁଛନ୍ତି। ସଂଘ ସଦସ୍ୟ ମାନେ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଦୁର୍ଗା ମଣ୍ଡପର ଫାଉଣ୍ଡେସନ ପକାଇ ଛ‌ଅ ଫୁଟ ଉଚ୍ଚତା ବିଶିଷ୍ଟ ଘର କାନ୍ଥ ନିର୍ମାଣ କରିଥିଲେ। ଅସଂପୂର୍ଣ୍ଣ ଘରକୁ ପୂଜା ବିଧି କରିବାରେ ଅସୁବିଧା ହେବାରୁ ପୁନର୍ବାର ସଂଘର ସଦସ୍ୟ ମାନେ ବଡବାହାଲ ପଞ୍ଚାୟତ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇ କିଛି ସରକାରୀ ଅନୁଦାନ ମାଗିଥିଲେ।

ଏହାପରେ ପଞ୍ଚାୟତ କର୍ତ୍ତୁପକ୍ଷ ଦୁର୍ଗା ମଣ୍ଡପର ଉନ୍ନତି କରଣ ପାଇଁ ବ୍ଳକ ଅନୁଦାନରୁ ୫୦ ହଜାର ଟଙ୍କା ଅର୍ଥ ଅନୁଦାନ ମଞ୍ଜୁର ହୋଇ ଦୁର୍ଗାପୂଜା ମଣ୍ଡପର ଉନ୍ନତିକରଣ କରାଯାଇଥିଲା। ଯାହାର ସୂଚନା ଫଳକ ବର୍ତ୍ତମାନ ଦେଖିବାକୁ ମିଳୁଛି। ବ୍ଳକ ପ୍ରଶାସନ ପକ୍ଷରୁ ଅନୁଦାନପରେ ମଧ୍ୟ ସଂପୂର୍ଣ୍ଣ ହାଇପାରିଲା ନାହିଁ। ପୁଣି ସଂଘର ସଦସ୍ୟ ମାନେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଦ୍ବାରସ୍ଥ ହୋଇ ଅସଂପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ କରିବା ପାଇଁ ଜଣାଇଥିଲେ।‌ ଏହା ପରେ ବିଧାୟକ ପାଣ୍ଠିରୁ ଦୁର୍ଗା ମଣ୍ଡପର ଉନ୍ନତି କରଣ ପାଇଁ ୧ ଲକ୍ଷ ଟଙ୍କାର ଅନୁଦାନ ମିଳିଥିବା ସଂଘ ପକ୍ଷରୁ କୁହାଯାଇଛି।

ଉକ୍ତ ଅନୁଦାନ ଅର୍ଥରେ ଗୃହ ନିର୍ମାଣ କରି ଘରକୁ ସଂପୂର୍ଣ୍ଣ କରିଥିଲେ ମାତ୍ର ଇତି ମଧ୍ୟରେ ସଂଘର ସଦସ୍ୟମାନେ ବିଭିନ୍ନ ପାଣ୍ଠିରୁ ଅର୍ଥ ଆଣି ସଂପୂର୍ଣ୍ଣ କରିଥିବା ବେଳେ ବ୍ଳକ ପ୍ରଶାସନ ପକ୍ଷରୁ ସେହି ଦୂର୍ଗା ମଣ୍ଡପରେ ଆମ ଗାଁ ଆମ ବିକାଶ ଯୋଜନାରେ ୨ ଲକ୍ଷ ଟଙ୍କା ଅନୁଦାନର କେବଳ ସୂଚନା ଫଳକ ଲଗାଇ କୈାଣସି କାମ ନକରି ଉକ୍ତ ମହିଳା ସଂଘଙ୍କୁ ନାମକୁ ହସ୍ତାନ୍ତର କରାଯାଇଛି।

ଫଳରେ ଉଭୟ ଯୁବକ ସଂଘ ଏବଂ ମହିଳା ସଂଘ ମଧ୍ୟରେ ଟଣାଓଟରା ରହିଛି। ଏହି ପରିପ୍ରେକ୍ଷୀରେ ଉଭୟ ସଂଘର ସଦସ୍ୟମାନେ ପଞ୍ଚାୟତ କାର୍ଯ୍ୟାଳୟର‌ ଦ୍ବାରସ୍ଥ ହୋଇ ନିର୍ମାଣ ସଂପୂର୍ଣ୍ଣ ହୋଇଥିବା ଗୃହକୁ ନେବା ପାଇଁ ଦାବି କରୁଛନ୍ତି।

ଅପର ପକ୍ଷରେ ବ୍ଳକ ପ୍ରଶାସନ ପକ୍ଷରୁ ମିଶନ ଗୃହ ପାଇଁ କୋୖଣସି କାମ ନକରି ଏସ‌ଏଚଜି ମହିଳା ଗୋଷ୍ଠୀକୁ ଉକ୍ତ ଘରର ଚାବି ହସ୍ତାନ୍ତର କରାଯାଇଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ବର୍ଷ ହେଲା ଯୁବକ ସଂଘ ପକ୍ଷରୁ ଉକ୍ତ ଘର ଭିତରେ ପୂଜା ବିଧି ହେଉଥିବା ଦେବାଦେବୀଙ୍କ ଯଜ୍ଞ ମଣ୍ଡପ ଦେଖିବାକୁ ମିଳୁଛି। ଫଳରେ ବ୍ଳକ ପ୍ରଶାସନର ଏପରି କାମକୁ ଲୋକଙ୍କ ମଧ୍ୟରେ ସନ୍ଦେହ ଜାତ ହେଉଛି। ‌

ଏ ସଂକ୍ରାନ୍ତରେ ରେଢ଼ାଖୋଲ ବିଡ଼ିଓ ପରୀକ୍ଷିତ ସାହୁଙ୍କୁ ପଚାରିବାରୁ ଉକ୍ତ ଘରଟି ବ୍ଳକ ପ୍ରଶାସନର ମିଶନ ଶକ୍ତି ଗୃହ ହୋଇଥିବା ସ୍ପଷ୍ଟ କରିଛନ୍ତି। ଏଣୁ ଉକ୍ତ ଘରଟିକୁ ମହିଳା ଏସ‌ଏଚଜି ସଦସ୍ୟା ମାନଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ପ୍ରକାଶ କରିଛନ୍ତି।