Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ସମ୍ବିଧାନ ପ୍ରଣେତା ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା କୁଚିଣ୍ଡା, ବାମରା ଏବଂ ଜମନକିରା ଅଞ୍ଚଳ ପାଇଁ ଏକ ବଡ଼ ବିକାଶର ଭେଟି ଦେଇଛନ୍ତି। ଶ୍ରୀ ପ୍ରଧାନ ଏହି ଅଞ୍ଚଳ ଗସ୍ତ ସମୟରେ ପ୍ରାୟ ୩୭୫ କୋଟି ୩୬ ଲକ୍ଷ ଟଙ୍କା ମୂଲ୍ୟର ୭୮ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ସହ ଲାଭାର୍ଥୀଙ୍କୁ ସରକାରୀ ଯୋଜନା ହସ୍ତାନ୍ତର କରିଛନ୍ତି।

କୁଚିଣ୍ଡା ଓ ବାମରା ଠାରେ ଆୟୋଜିତ ପୃଥକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ୧୦୮ କୋଟି ୩୩ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ୨୬୭ କୋଟି ୩ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । କୁଚିଣ୍ଡା ଠାରେ ଏକ ନୂତନ ଉପଖଣ୍ଡ ଚିକିତ୍ସାଳୟ ଭବନର ଭୂମିପୂଜନ କରି ଶ୍ରୀ ପ୍ରଧାନ କହିଥିଲେ, ପ୍ରାୟ ୫୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଏବଂ ସ୍ୱତନ୍ତ୍ର ଟ୍ରମା କେୟାର ସେଣ୍ଟର ସ୍ଥାନୀୟ ଅଞ୍ଚଳର ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ। ଏଥିସହ ୫ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟରେ କୁଚିଣ୍ଡା ଯାତ୍ରା ପଡ଼ିଆ ଓ କୁଣ୍ଡାପୋଷି ଠାରେ ଦୁଇଟି ବହୁମୁଖୀ କଲ୍ୟାଣ ମଣ୍ଡପର ଉଦଘାଟନ ଏବଂ ୬ କୋଟି ଟଙ୍କା ବ୍ୟୟରେ କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ କାର୍ଯ୍ୟାଳୟ ପାଇଁ ଶିଳାନ୍ୟାସ କରାଯାଇଛି। ଲୋକାର୍ପିତ ନୂତନ କମ୍ୟୁନିଟି ସେଣ୍ଟର ଅଞ୍ଚଳର ଗରିବ ସାଧାରଣ ଲୋକମାନଙ୍କର ବିଭିନ୍ନ ସାମାଜିକ କାର୍ଯ୍ୟ ଯଥା ବ୍ରତଘର ଓ ବିବାହ ପାଇଁ ବହୁତ ସହାୟକ ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କୁଚିଣ୍ଡା ଉପଖଣ୍ଡର ସର୍ବାଙ୍ଗୀନ ବିକାଶ, ସବୁଜାୟନ ଏବଂ ଉନ୍ନତ ନାଗରିକ ସେବା ଯୋଗାଇଦେବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ। ଆଜି ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ କୁଚିଣ୍ଡା ଉପଖଣ୍ଡର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଗ୍ରାମୀଣ ଅର୍ଥନୀତିକୁ ମଜଭୂତ୍ କରିବ। ବିଶେଷ କରି ବାମରା ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ନୂତନ ସଫେଇ ଗାଡ଼ିର ଶୁଭାରମ୍ଭ ସହରୀ ଜୀବନକୁ ଆହୁରି ସୁବିଧାଜନକ କରିବ। ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଗମନାଗମନ ସହ ଅନ୍ୟାନ୍ୟ ସାମାଜିକ ଭିତ୍ତିଭୂମିଗୁଡ଼ିକ ସ୍ଥାନୀୟ ଜନସାଧାରଣଙ୍କ ଜୀବନଶୈଳୀରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ। କୁଚିଣ୍ଡାର ପ୍ରତ୍ୟେକ ନାଗରିକଙ୍କ ସହଯୋଗରେ ଏକ ସୁନ୍ଦର ଓ ସୁସ୍ଥ କୁଚିଣ୍ଡା ଗଠନ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବ୍‌କା ସାଥ୍, ସବ୍‌କା ବିକାଶ’ ମନ୍ତ୍ର ଆଜି ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନକୁ ସାକାର କରୁଛି। କୁଚିଣ୍ଡା ଭଳି ଜନଜାତି ବହୁଳ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମିର ଉନ୍ନତି କରିବା ଆମ ଡବଲ ଇଞ୍ଜିନ ସରକାରଙ୍କ ପ୍ରାଥମିକତା ହୋଇଛି। ପ୍ରତିଟି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ସହ ‘ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ’ ମାଧ୍ୟମରେ ଚାଷ ଜମିକୁ ପାଣି ଯୋଗାଇବା ଆମର ଲକ୍ଷ୍ୟ ରହିଛି। ଆଗାମୀ ଦିନରେ ବାମରାରେ ରେଳ ଓଭରବ୍ରିଜ୍ ସହ ବଜାର ଅଞ୍ଚଳ ପାଇଁ ଏକ ଅଣ୍ଡରପାସ୍ ନିର୍ମାଣ କରାଯିବାର ପ୍ରୟାସ ଜାରି ରହିଛି। କୁଚିଣ୍ଡାର ‘ଲଙ୍କା ଚାଷ’କୁ ପୁଣିଥରେ ବ୍ୟବସାୟିକ ଭିତ୍ତିରେ ପ୍ରୋତ୍ସାହନ ଦେଇ ଚାଷୀ ଭାଇମାନଙ୍କ ରୋଜଗାର ବଢ଼ାଇବା ଦିଗରେ ସାମୂହିକ ଉଦ୍ୟମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଶ୍ରୀ ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଢ଼ିବାକୁ ହେଲେ ଆମ ମା’ମାନଙ୍କର ସହଯୋଗ ଓ ସଶକ୍ତିକରଣ ନିହାତି ଆବଶ୍ୟକ। ସେଥିପାଇଁ ଆମ ସରକାର ନାରୀଶକ୍ତିକୁ ସମ୍ମାନ ଜଣାଇ ମା’ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ର ବ୍ୟବସ୍ଥା କରିଛନ୍ତି। ଏହି ଐତିହାସିକ ଅଧିନିୟମ ବଳରେ ବିଧାନସଭା ଓ ଲୋକସଭାରେ ମା’ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି, ଯାହା ମା’ମାନଙ୍କୁ ଶାସନ ଓ ପ୍ରଶାସନର ମୁଖ୍ୟ ନିଷ୍ପତ୍ତିରେ ସାମିଲ କରିବାର ଶକ୍ତି ଦେବ। ‘ଲକ୍ଷପତି ଦିଦି’ ଯୋଜନା ଆଜି ମା’ମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରି ଏକ ନୂତନ ପରିଚୟ ଦେଉଛି ବୋଲି ସେ କହିଥିଲେ।

ଏହି ଗସ୍ତ କ୍ରମରେ ଶ୍ରୀ ପ୍ରଧାନ କୁଚିଣ୍ଡା ରାମଜୀପଡ଼ା ସ୍ଥିତ ଆମ୍ବେଦକର ଛକ ଠାରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବାମରା ଗୋବିନ୍ଦପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ଏବଂ କବରୀବାହାଲ ସ୍ଥିତ ମା’ ବନଦୁର୍ଗା ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରି ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ସେ ଗୋବିନ୍ଦପୁର ଠାରେ ଆୟୋଜିତ ନାମଯଜ୍ଞରେ ମଧ୍ୟ ସାମିଲ ହୋଇଥିଲେ। ଏହି ଗସ୍ତ ସମୟରେ ସେ ଲଙ୍କା ଚାଷୀ ଗଗନ ବାବୁ ଓ ସୁରମା ଭଉଣୀଙ୍କୁ ଭେଟି ସେମାନଙ୍କ ପରିଶ୍ରମକୁ ପ୍ରଶଂସା କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଆ ନବବର୍ଷ କୁଚିଣ୍ଡା ନିର୍ବାଚନମଣ୍ଡଳୀ ଧର୍ମେନ୍ଦ୍ର ପ୍ରଧାନ ବିକାଶମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.