Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ
ଆଜିର ଖବର

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ
ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ନାକଟିଦେଉଳ ବ୍ଲକ ରାଜୀବ ଭବନ ଠାରେ ରମାକାନ୍ତ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରଭାତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ କୋଷାଧ୍ୟକ୍ଷ ଅମୁଲ୍ୟ ରଞ୍ଜନ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ଶରତ କୁମାର ପ୍ରଧାନ, ଉପସଭାପତି ଦୀନେଶ ମାହାଣା, ସତୀଶ ମିଶ୍ର, ଜିଲ୍ଲା ସମ୍ପାଦକ ମନୋଜ ରାଜ, ସୁଶାନ୍ତ ନାଗ, ସଂଗଠନ ସମ୍ପାଦକ ରାଜେନ୍ଦ୍ର ନାଏକ, ଜାତୀୟ କୋଷାଧ୍ୟକ୍ଷ ସଚ୍ଚିକାନ୍ତ ସାହୁ, ବ୍ଲକ ସଭାପତି କନ୍ଦର୍ପ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।

ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାର ନିରବ ଦ୍ରଷ୍ଟା ସାଜୁଥିବାରୁ ଉଦବେଗ ପ୍ରକାଶ ପାଇଥିଲା।  ସାମ୍ବାଦିକ ମାନଙ୍କୁ ପେନସନ, ସାମାଜିକ ସୁରକ୍ଷା ଆଦି ସମ୍ପର୍କରେ ସଭାରେ ଦାବୀ ହୋଇଥିଲା। ଆଗାମୀ ମଇ ୧ ତାରିଖରେ ସମ୍ବଲପୁର ଜିଲ୍ଲା ପାଳଙ୍କ ଅଫିସ ସମ୍ମୁଖରେ ଜିଲ୍ଲାର ସମସ୍ତ ସଦସ୍ୟ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବାକୁ ଆଜିର ବୈଠକରେ ନିଷ୍ପତି ନିଆଯାଇଥିଲା।

ସଂଘର ବରିଷ୍ଠ ସଦସ୍ୟ ରମାକାନ୍ତ ମହାନନ୍ଦନ ଙ୍କ ବିୟୋଗରେ ତାଙ୍କ ପତ୍ନୀଙ୍କୁ ମରୋଣତ୍ତର ସମ୍ମାନ ଦେବାସହ ସଂଘ ତରଫରୁ ଚେକ ଆକାରରେ ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା। ସଭା ଆରମ୍ଭରେ ଦିବଂଗତ ସଦସ୍ୟ ରମାକାନ୍ତ ମହାନନ୍ଦ, ଦେବଦତ୍ତ ପଣ୍ଡା, ଡାକ୍ତର ନାରାୟଣୀ ପଣ୍ଡା ଙ୍କ ବିୟୋଗରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ଜିଲ୍ଲାର ସମସ୍ତ ବ୍ଲକ ରେଙ୍ଗାଲି, ଜମନକିରା, କୁଚିଣ୍ଡା, ନାକଟିଦେଉଳ, ରେଢ଼ାଖୋଲ, ଜୁଯୋମୁରା, ବାମରା ଆଦି ବ୍ଲକର ସଭାପତି ଓ ସଂପାଦକ ବ୍ଲକର ବିବରଣୀ ପାଠ କରିଥିଲେ। ସାମ୍ବାଦିକ ମନୋରଞ୍ଜନ ସାହୁ ଙ୍କୁ ନୂତନ ସଦସ୍ୟ ଭାବରେ ସ୍ୱାଗତ କରାଯାଇଥିଲା। ବ୍ଲକ ସଂଘର ସମ୍ପାଦକ ରୋହିତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଟି-୨୦ରେ ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

September 14, 2026

ଖୁବ୍‌ଶୀଘ୍ର ବଜାରକୁ ଆସିବ ‘ଓମ୍‌ଫେଡ୍’ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

September 14, 2026

ମୁକ୍ତିଲାଭ କଲା ‘ରାମାୟଣ’ର ପ୍ରଥମ ମୋସନ୍ ପୋଷ୍ଟର: ‘ସିଆ ରାମ’ର ହୃଦୟସ୍ପର୍ଶୀ ପ୍ରଥମ ଝଲକ

September 14, 2026

ଅମିତ ଶାହାଙ୍କ ଘୋଷଣା: ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC

September 14, 2026
Latest News

ପ୍ରଥମ ଟି-୨୦ରେ ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

September 14, 2026

ଖୁବ୍‌ଶୀଘ୍ର ବଜାରକୁ ଆସିବ ‘ଓମ୍‌ଫେଡ୍’ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

September 14, 2026

ମୁକ୍ତିଲାଭ କଲା ‘ରାମାୟଣ’ର ପ୍ରଥମ ମୋସନ୍ ପୋଷ୍ଟର: ‘ସିଆ ରାମ’ର ହୃଦୟସ୍ପର୍ଶୀ ପ୍ରଥମ ଝଲକ

September 14, 2026

ଅମିତ ଶାହାଙ୍କ ଘୋଷଣା: ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC

September 14, 2026

ପୂର୍ବ ଶତ୍ରୁତାରୁ ରାଜଧାନୀରେ ଆତଙ୍କ, ଯୁବକଙ୍କୁ ମରଣାନ୍ତକ ସଂଘବଦ୍ଧ ଆକ୍ରମଣ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.