ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଭୀମଭୋଇ ଛକ ନିକଟରୁ ରେଢ଼ାଖୋଲ ପୋଲିସ ପକ୍ଷରୁ ଚଢ଼ାଉ କରି ଏକ କାର ସହ ୧୮୬ କେଜି ବେଆଇନ ଚୋରା ଚାଲାଣ ଗଞ୍ଜେଇ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ ଯେ, ଏକ କଳା ରଙ୍ଗର କାର ଯୋଗେ ଗଞ୍ଜେଇ ମାଫିଆ ମାନେ ବୌଦ୍ଧ ଫୁଲବାଣୀ ଜିଲ୍ଲା ଅଞ୍ଚଳରୁ ସମ୍ବଲପୁର ଜିଲ୍ଲାକୁ ଗଞ୍ଜେଇ ଚାଲାଣ ନେଇ ଖବର ପାଇ ରେଢ଼ାଖୋଲ ପୋଲିସ ପକ୍ଷରୁ ଚଢ଼ାଉ କରିଥିଲେ। ଚଢ଼ାଉ କରି କାରରୁ ୧୮୬ କେଜି ଗଞ୍ଜେଇ ଜବତ କରିଥିବା ବେଳେ ମାଫିଆ ଜଣଙ୍କ ଗାଡି ଛାଡି ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ରେଢ଼ାଖୋଲ ପୋଲିସ କାର ଜବତ କରି ତଦନ୍ତ ଆରମ୍ଭ କରିଛି।


