Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ
ଆଜିର ଖବର

ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ

May 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ
ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେଢ଼ାଖୋଲ ଥାନା ପୋଲିସ ଚଢ଼ାଉ କରି ଜଣେ ଆନ୍ତଃଜିଲ୍ଲା ଗଞ୍ଜେଇ ଚୋରା ଚାଲାଣକାରୀକୁ ଗିରଫ କରିବା ସହ ତା’ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।

ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଅମରପାଲି ଗ୍ରାମର ଭାଗବତ ପ୍ରଧାନ (୨୭ ବର୍ଷ)। ସେ କଣ୍ଟାମାଳ ଅଞ୍ଚଳରୁ ବେଆଇନ ଭାବେ ଗଞ୍ଜେଇ ସଂଗ୍ରହ କରି ସମ୍ବଲପୁର ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ।

ରେଢ଼ାଖୋଲ-ବୌଦ୍ଧ ରାସ୍ତା ଜାତୀୟ ରାଜପଥ-୧୫୩(ବି) ର କଟକ-ସମ୍ବଲପୁର ରେଳ ଓଭରବ୍ରିଜ୍ ନିକଟସ୍ଥ ପୁରୁଣାଗଡ଼ ଛକଠାରେ ରେଢ଼ାଖୋଲ ଥାନା ଆଇଆଇସି ଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚଢ଼ାଉ କରିଥିଲେ। ସେଠାରେ ଏକ ନୀଳ ରଙ୍ଗର ହୋଣ୍ଡା ସାଇନ୍ ଏସ୍‌ପି ମୋଟରସାଇକେଲ୍ ରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅଭିଯୁକ୍ତ ଭାଗବତଙ୍କୁ କାବୁ କରାଯାଇଥିଲା।

ନିର୍ବାହୀ ମାଜିଷ୍ଟ୍ରେଟ୍ (EM) ଏବଂ ସ୍ୱାଧୀନ ସାକ୍ଷୀମାନଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ନିକଟରୁ ଏକ କଳା ରଙ୍ଗର ଏୟାର ବ୍ୟାଗ୍‌ ଜବତ କରାଯାଇଥିଲା। ସେହି ବ୍ୟାଗ୍ ଭିତରୁ ମୋଟ୫ କିଲୋଗ୍ରାମ ୬୨୦ ଗ୍ରାମଗଞ୍ଜେଇ ଜବତ କରାଯାଇଛି। ଏହା ସହିତ ଚୋରା ଚାଲାଣରେ ବ୍ୟବହୃତ ବାଇକ୍ ଏବଂ ପଲିଥିନ ବ୍ୟାଗ୍ ମଧ୍ୟ ପୋଲିସ ଜବତ କରିଛି।
ଏହି ମାମଲାରେ ରେଢ଼ାଖୋଲ ଥାନାରେ କେସ୍ ନଂ ୯୯/୨୦୨୬, NDPS ଆକ୍ଟର ଧାରା ୨୦ (b)(ii)(B) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ରେଢ଼ାଖୋଲ ପୋଲିସ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

May 28, 2026

ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା

May 28, 2026

ଏଆଇ ପାଠ୍ୟକ୍ରମର ପୁନର୍ଗଠନ ଉପରେ ଶିଳ୍ପଜଗତ ସହ ଉଚ୍ଚସ୍ତରୀୟ ବୈଠକ କଲେ କେନ୍ଦ୍ରମନ୍ତ୍ରୀ

May 28, 2026

ସଚିନ ତେନ୍ଦୁଲକରଙ୍କ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟ ହେଲେ ବୈଭବ ସୂର୍ଯ୍ୟବଂଶୀ: କହିଲେ…

May 28, 2026
Latest News

ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ

May 28, 2026

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

May 28, 2026

ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା

May 28, 2026

ଏଆଇ ପାଠ୍ୟକ୍ରମର ପୁନର୍ଗଠନ ଉପରେ ଶିଳ୍ପଜଗତ ସହ ଉଚ୍ଚସ୍ତରୀୟ ବୈଠକ କଲେ କେନ୍ଦ୍ରମନ୍ତ୍ରୀ

May 28, 2026

ସିବିଏସଇ ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ: ତୀବ୍ର ହେଲା ରାହୁଲ ଗାନ୍ଧୀ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାକ୍ ଯୁଦ୍ଧ 

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.