ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡରେ ଅସୁରକ୍ଷିତ ଭାବରେ ଦିନ ୧୧ ଟା ପରେ ପାଣି ଟାଙ୍କିରେ କାମ କରୁଛନ୍ତି ଶ୍ରମିକ। ରେଢ଼ାଖୋଲ ଉପଖଣ୍ଡରୁ ପ୍ରାୟ ୫ କିମି ଦୂରତାରେ ୫୫ ନଂ ଜାତୀୟ ରାଜପଥ ପାର୍ଶ୍ୱରେ RWSS ର ମେଗା ପ୍ରୋଜେକ୍ଟ କାର୍ଯ୍ୟ ଚାଲିଛି। ଏହି ମେଗା ପ୍ରୋଜେକ୍ଟ କାର୍ଯ୍ୟରେ ନିର୍ମିତ ହେଉଥିବା ଆନୁମାନିକ ୫୦ ଫୁଟରୁ ଉର୍ଦ୍ଧ୍ଵ ପାଣିଟାଙ୍କି ଉପରେ ଅସୁରକ୍ଷିତ ଭାବରେ କାର୍ଯ୍ୟ କରୁଛନ୍ତି ଶ୍ରମିକ। ଶ୍ରମିକଙ୍କ ପାଖରେ ସେଫଟି ବେଲ୍ଟ, ଗ୍ଳୋବ୍ସ, ମୁଣ୍ଡରେ ଟୋପି, ଗୋଡ଼ରେ ଜୋତା ନାହିଁ।
ଏହାଛଡ଼ା ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଗାମୀ ଜୁନ ୧୫ ପର୍ଯ୍ୟନ୍ତ ଶ୍ରମିକମାନେ ଦିନ ୧୧ ଟାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ନାହିଁ ବୋଲି ସରକାରୀ ନିୟମ ରହିଛି। କିନ୍ତୁ ସେସବୁ ନିୟମକୁ ଠିକାଦାର ଅଣଦେଖା କରୁଥିବା ଅଭିଯୋଗ ହେଉଛି।


