Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାକଟିଦେଉଳ ମାଟିର ଝିଅଙ୍କୁ ମିଳିଲା ଡିଜିପି ଡିସ୍କ ଓ କ୍ରାଇମବ୍ରାଞ୍ଚ ସମ୍ବର୍ଦ୍ଧନା
ଆଜିର ଖବର

ନାକଟିଦେଉଳ ମାଟିର ଝିଅଙ୍କୁ ମିଳିଲା ଡିଜିପି ଡିସ୍କ ଓ କ୍ରାଇମବ୍ରାଞ୍ଚ ସମ୍ବର୍ଦ୍ଧନା

August 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନାକଟିଦେଉଳ ମାଟିର ଝିଅଙ୍କୁ ମିଳିଲା ଡିଜିପି ଡିସ୍କ ଓ କ୍ରାଇମବ୍ରାଞ୍ଚ ସମ୍ବର୍ଦ୍ଧନା
ନାକଟିଦେଉଳ ମାଟିର ଝିଅଙ୍କୁ ମିଳିଲା ଡିଜିପି ଡିସ୍କ ଓ କ୍ରାଇମବ୍ରାଞ୍ଚ ସମ୍ବର୍ଦ୍ଧନା

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଜାମୁଯୋରି ଗ୍ରାମର ଜଣେ ଯୁବତୀ ଡିଜିପି ଡିସ୍କ ସମ୍ମାନ ଲାଭ କରିଛନ୍ତି। ଉକ୍ତ ଗ୍ରାମର ବରୁଣ ମାଝୀ ଓ ଲଛମା ମାଝୀଙ୍କ ଝିଅ କୁମୁଦିନୀ ମାଝୀ (ଦିପା) କଟକ ସିଆଇଡି କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ବିଭାଗରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଅଛନ୍ତି। ତେବେ
କର୍ତ୍ତବ୍ୟନିଷ୍ଠା, ଉଲ୍ଲେଖନୀୟ ସେବା ଓ କାର୍ଯ୍ୟଦକ୍ଷତା ପାଇଁ ଚଳିତ ବର୍ଷ ୫୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କରେ ସମ୍ମାନୀତ କରାଯାଇଛି। ବୁଧବାର ପୁଲିସ ଭବନରେ ଆୟୋଜିତ ସ୍ଵତନ୍ତ୍ର ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ପଦକ ଓ ମାନପତ୍ର ପ୍ରଦାନ କରିଛନ୍ତି। ଏଥିରେ ୧୨ ଜଣ ଆଇପିଏସ ଅଧିକାରୀ,୩ ଜଣ ଅତିରିକ୍ତ ଏସପି, ୨ ଡେପୁଟି କମାଣ୍ଡାଣ୍ଟ,୩ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ,୮ ଜଣ ଇନ୍ସପେକ୍ଟର ,୪ ଜଣ ସବ ଇନ୍ସପେକ୍ଟର ,୪ ଜଣ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର,୫ ଜଣ ହାବିଲଦାର, ଜଣେ ଡ୍ରାଇଭର ସମେତ ୧୩ ଜଣ କନଷ୍ଟେବଳ/ଓଏପିଏଫ/ସିପାହୀଙ୍କୁ ସମ୍ମାନୀତ କରାଯାଇଛି।

ସୂଚନଯୋଗ୍ୟ, ୯୧ ତମ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ କୁମୁଦିନୀ ମାଝୀ ମଧ୍ୟ ଡିଜିପି ଡିସ୍କ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଅତିରିକ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଦକ ପ୍ରଦାନ ସମାରୋହ ହୋଇଥିଲା।

ସ୍ଵାଧୀନତା ଦିବସ ଉପଲକ୍ଷେ କଟକ ପୋଲିସ ମୁଖ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଆଇଡି କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ତପନ କୁମାର ନାୟକ ପୁଷ୍ପମାଲ୍ୟ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି କୁମୁଦିନୀ ମାଝୀଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି। ନାକଟିଦେଉଳ ବ୍ଲକ ଯାମୁଯୋରୀ ଗ୍ରାମ ର ଜଣେ ଗରିବ ପରିବାରରେ ଜନ୍ମିତ କୁମୁଦିନୀ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

କ୍ରାଇମବ୍ରାଞ୍ଚ ଜାମୁଯୋରି ଗ୍ରାମ ଡିଜିପି ଡିସ୍କ ନାକଟିଦେଉଳ ବ୍ଲକ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: IOCL ସହ MoU ସ୍ୱାକ୍ଷରିତ

September 8, 2026

ପ୍ରମୁଖ ଯୋଜନା କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୁରେଶ ପୂଜାରୀ

September 8, 2026

ରାଶିଫଳ: ସେପ୍ଟେମ୍ବର ୮ ରେ ପାଞ୍ଚୋଟି ରାଶି ଉପରେ ଖରାପ ଦଶା

September 8, 2026

୫ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ହେବ ପ୍ରୟାସ

September 8, 2026
Latest News

ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: IOCL ସହ MoU ସ୍ୱାକ୍ଷରିତ

September 8, 2026

ପ୍ରମୁଖ ଯୋଜନା କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୁରେଶ ପୂଜାରୀ

September 8, 2026

ରାଶିଫଳ: ସେପ୍ଟେମ୍ବର ୮ ରେ ପାଞ୍ଚୋଟି ରାଶି ଉପରେ ଖରାପ ଦଶା

September 8, 2026

୫ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ହେବ ପ୍ରୟାସ

September 8, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: ଭୂଦାନ ଜମି ଜାଲିଆତିର ହେବ ତଦନ୍ତ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.