Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଶୁଙ୍କ ସମସ୍ୟା ବୁଝିବା ଓ ସମାଧାନର ବାଟ ଖୋଜିବା: ନାକଟିଦେଉଳରେ ବ୍ୟକ୍ତିଗତ ମାର୍ଗଦର୍ଶନ ଶିବିର
ଆଜିର ଖବର

ଶିଶୁଙ୍କ ସମସ୍ୟା ବୁଝିବା ଓ ସମାଧାନର ବାଟ ଖୋଜିବା: ନାକଟିଦେଉଳରେ ବ୍ୟକ୍ତିଗତ ମାର୍ଗଦର୍ଶନ ଶିବିର

November 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶିଶୁଙ୍କ ସମସ୍ୟା ବୁଝିବା ଓ ସମାଧାନର ବାଟ ଖୋଜିବା: ନାକଟିଦେଉଳରେ ବ୍ୟକ୍ତିଗତ ମାର୍ଗଦର୍ଶନ ଶିବିର
ଶିଶୁଙ୍କ ସମସ୍ୟା ବୁଝିବା ଓ ସମାଧାନର ବାଟ ଖୋଜିବା: ନାକଟିଦେଉଳରେ ବ୍ୟକ୍ତିଗତ ମାର୍ଗଦର୍ଶନ ଶିବିର

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ବ୍ଲକ୍‌ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜଗନ୍ନାଥପ୍ରସାଦ ଠାରେ ଏକ ବ୍ୟକ୍ତିଗତ ମାର୍ଗଦର୍ଶନ ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ଶୈକ୍ଷିକ ପରାମର୍ଶଦାତା ଡଃ. ପ୍ରଶାନ୍ତ କୁମାର ଦାଶ ଯୋଗଦେଇ ଆଧୁନିକ ଜୀବନଶୈଳୀ ଓ ମୋବାଇଲ୍‌ର ଅତ୍ୟଧିକ ବ୍ୟବହାର ଯୋଗୁଁ ଶିଶୁମାନେ ପାରମ୍ପରିକ ଖେଳକୁଦ ଓ ଶାରୀରିକ କାର୍ଯ୍ୟକଳାପଠାରୁ ଦୂରେଇ ଯାଉଛନ୍ତି।

ବିଶେଷକରି ମୋବାଇଲ୍ ଗେମ୍‌ ପ୍ରତି ଆସକ୍ତି ଅଭିଭାବକମାନଙ୍କ ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି। ଶିଶୁମାନଙ୍କର ଅଧ୍ୟୟନରେ ଅନାଗ୍ରହ, ଏକାଗ୍ରତାର ଅଭାବ, ସ୍ମରଣଶକ୍ତିର ଦୁର୍ବଳତା ଓ ଆବେଗିକ ଅସ୍ଥିରତା ଭଳି ସମସ୍ୟା ମଧ୍ୟ ଦେଖାଦେଉଛି। ଏହାର ଅନ୍ୟତମ କାରଣ ହେଉଛି ଅଭିଭାବକମାନଙ୍କୁ ଉପଯୁକ୍ତ ସମୟରେ ଶିଶୁ ପାଳନ, ଶିକ୍ଷା ଓ ମାନସିକ ବିକାଶ ସମ୍ପର୍କରେ ଆବଶ୍ୟକୀୟ ମାର୍ଗଦର୍ଶନ ଓ ପରାମର୍ଶ ମିଳିବାର ଅଭାବ। ତେଣୁ ଶିଶୁମାନଙ୍କର ଶାରୀରିକ, ମାନସିକ, ଆବେଗିକ ଓ ସାମାଜିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଅଭିଭାବକମାନଙ୍କ ନିମନ୍ତେ ନିୟମିତ ମାର୍ଗଦର୍ଶନ ଓ ପରାମର୍ଶ ଶିବିରର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଉପସ୍ଥିତ ଅଭିଭାବକମାନେ ନିଜ ନିଜ ଶିଶୁଙ୍କର ବିଭିନ୍ନ ଶୈକ୍ଷିକ ସମସ୍ୟା ବିଷୟରେ ଡଃ. ଦାଶଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ। ସେ ଅଭିଭାବକମାନଙ୍କ ସମସ୍ୟାଗୁଡ଼ିକୁ ଧୈର୍ଯ୍ୟର ସହ ଶୁଣିବା ସହ ଶିଶୁମାନଙ୍କର ବୟସ, ଆଗ୍ରହ ଓ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ନୋବେଲ ଧଳ, ଉମାକାନ୍ତ ପ୍ରଧାନ, ରାଜେଶ ନାଏକ ଓ ତେଜସ୍ମିତା ସାହୁ ସହଯୋଗ କରିଥିଲେ। ଶେଷରେ ପ୍ରଗତି ଅନୁଷ୍ଠାନର ସଦସ୍ୟ ସୁଶାନ୍ତ କୁମାର ସାହୁ ଉପସ୍ଥିତ ଅତିଥି, ଅଭିଭାବକ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ନାକଟିଦେଉଳ ବ୍ଲକ୍ ମାର୍ଗଦର୍ଶନ ଶିବିର ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଆଉ ୨୯୦ ଇଭି ଚାର୍ଜିଂ ଷ୍ଟେସନ, ୧୩ ସହରକୁ ମିଳିବ ସୁବିଧା

November 3, 2026

ବଡ଼ଓଷା ପାଇଁ ୧୯ରୁ ୨୪ ପର୍ଯ୍ୟନ୍ତ ଟି-ବ୍ରିଜ୍‌ରେ ଯାନବାହନ ଚଳାଚଳ ନିଷେଧ

November 3, 2026

କାର୍ତ୍ତିକ ବ୍ରତ ପାଇଁ ୩.୩୦ କୋଟି ଅନୁମୋଦନ

November 3, 2026

ବିଶ୍ୱ ସୌର ସହଯୋଗ ପ୍ରତି ଭାରତର ପ୍ରତିବଦ୍ଧତା ଦୋହରାଇଲେ ପ୍ରହଲ୍ଲାଦ ଯୋଶୀ

November 3, 2026
Latest News

ଓଡ଼ିଶାରେ ଆଉ ୨୯୦ ଇଭି ଚାର୍ଜିଂ ଷ୍ଟେସନ, ୧୩ ସହରକୁ ମିଳିବ ସୁବିଧା

November 3, 2026

ବଡ଼ଓଷା ପାଇଁ ୧୯ରୁ ୨୪ ପର୍ଯ୍ୟନ୍ତ ଟି-ବ୍ରିଜ୍‌ରେ ଯାନବାହନ ଚଳାଚଳ ନିଷେଧ

November 3, 2026

କାର୍ତ୍ତିକ ବ୍ରତ ପାଇଁ ୩.୩୦ କୋଟି ଅନୁମୋଦନ

November 3, 2026

‘SIR ସମେତ ସବୁ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ’: ରାହୁଲଙ୍କୁ ବିତର୍କ ଚ୍ୟାଲେଞ୍ଜ ଦେଲେ ଅମିତ ଶାହା

November 3, 2026

ଶିଶୁଙ୍କ ସମସ୍ୟା ବୁଝିବା ଓ ସମାଧାନର ବାଟ ଖୋଜିବା: ନାକଟିଦେଉଳରେ ବ୍ୟକ୍ତିଗତ ମାର୍ଗଦର୍ଶନ ଶିବିର

November 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.