Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରେଢ଼ାଖୋଲରେ ଚୋରି ମାମଲାର ପର୍ଦ୍ଦାଫାଶ: ୨ ଗିରଫ, ବିପୁଳ ସାମଗ୍ରୀ ଜବତ
ଅପରାଧ

ରେଢ଼ାଖୋଲରେ ଚୋରି ମାମଲାର ପର୍ଦ୍ଦାଫାଶ: ୨ ଗିରଫ, ବିପୁଳ ସାମଗ୍ରୀ ଜବତ

June 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରେଢ଼ାଖୋଲରେ ଚୋରି ମାମଲାର ପର୍ଦ୍ଦାଫାଶ: ୨ ଗିରଫ, ବିପୁଳ ସାମଗ୍ରୀ ଜବତ
ରେଢ଼ାଖୋଲରେ ଚୋରି ମାମଲାର ପର୍ଦ୍ଦାଫାଶ: ୨ ଗିରଫ, ବିପୁଳ ସାମଗ୍ରୀ ଜବତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ପକ୍କା ଘରୁ ତାଲା ଭାଙ୍ଗି ଚୋରି କରିବା ଅଭିଯୋଗରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରି ସାମଗ୍ରୀ ଓ ବାଇକ୍ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ରାତି ଅଧରେ ଘରୁ ତାଲା ଭାଙ୍ଗି ବ୍ୟାଟେରୀ, ଇନଭର୍ଟର ଓ ସିଲିଂ ଫ୍ୟାନ୍ ଆଦି ଚୋରି ହୋଇଥିବା ନେଇ ରେଢ଼ାଖୋଲ ଥାନାରେ ଏକ ମାମଲା (କେସ୍‌ନଂ ୧୧୩ ତାରିଖ ୧୬. ୬.୨୦୨୬ ) ରୁଜୁ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ପ୍ରଥମେ ଚିଣ୍ଟୁ ନାଏକ (୨୧) ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ସମୟରେ ଚିଣ୍ଟୁ ନିଜର ଦୋଷ ସ୍ୱୀକାର କରିବା ସହ ତା’ର ସହଯୋଗୀ ନବୀନ ପରିଡ଼ା (୨୭) ସହ ମିଶି ଏହି ଚୋରି କରିଥିବା ସ୍ଵୀକାର କରିଥିଲା। ଏହା ସହ ଛେଣ୍ଡିପଦା ଅଞ୍ଚଳରୁ ସେ ଏକ ହୋଣ୍ଡା ସାଇନ୍ ବାଇକ୍ ମଧ୍ୟ ଚୋରି କରି ନିଜ ଘରେ ବ୍ୟକ୍ତିଗତ ବ୍ୟବହାର ପାଇଁ ରଖିଥିବା କଥା ପ୍ରକାଶ କରିଥିଲା।

ପୋଲିସ ଚଢ଼ାଉ କରି ସମସ୍ତ ସାମଗ୍ରୀ ସହ ଚୋରିରେ ବ୍ୟବହୃତ ଗାଡ଼ିକୁ ଜବତ କରିଛି। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ରେଢ଼ାଖୋଲ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ସୂଚନା ଦେଇଛନ୍ତି।

ଚୋରି ମାମଲାର ପର୍ଦ୍ଦାଫାଶ ରେଢାଖୋଲ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.