ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

Published: Aug 11, 2022, 9:56 am IST

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଗୋଗୁଆ ଗ୍ରାମ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି।  ବୁଧୁବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଛି।  ବାଇକ ଚାଳକ ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି।

ସୂଚନା ଯୋଗ୍ୟ ଯେ, ବାଇକ ଯୋଗେ ଦୁଇଜଣ ବ୍ୟକ୍ତି କିସିଣ୍ଡାରୁ ରେଢ଼ାଖୋଲ ଆସୁଥିବା ବେଳେ ରାସ୍ତାରେ ଗଛର କିଛି ଅଂଶ ସେମାନଙ୍କ ଉପରକୁ ପଡ଼ିଯାଇଥିଲା। ରେଢ଼ାଖୋଲ କଳିନ୍ଦର ପାଖରେ ଏହି ଦର୍ଘଟଣା ଘଟିଥିଲା। ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଥିଲେ। ଡାକ୍ତର ସରଧାପୁର ଗ୍ରାମର ଭାସ୍କର ଚନ୍ଦ୍ର ସାହୁଙ୍କୁ ମୃତ ଘୋଷଣା କରିଥିଲେ। ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲା ବାଲୁଗଞ୍ଜ ଗ୍ରାମର ଅରୁଣ ସାହୁ (୩୫) ଗୁରୁତର ଆହତ ହୋଇଛନ୍ତି।

Related posts