ବିବାହ ପରେ ସନାତନ ଧର୍ମ ଗ୍ରହଣ କଲେ କି ହିନା ଖାନ?: ଅଭିନନ୍ଦନ ଜଣାଇଲେ ଏହି ଅଭିନେତା

Published: Jun 9, 2025, 9:47 am IST

ନୂଆଦିଲ୍ଲୀ: ୟେ ରିସ୍ତ କ୍ୟା କହଲାତା ହେ ଫେମ୍ ଅଭିନେତ୍ରୀ ହିନା ଖାନ ଆଜିକାଲି ଖବରରେ ଅଛନ୍ତି। ସେ ଦୀର୍ଘ ସମୟର ପ୍ରେମିକ ରକି ଜୟସ୍ଵାଲଙ୍କୁ ବିବାହ କରିଛନ୍ତି। ହିନା ଖାନ ପଞ୍ଜିକୃତ ବିବାହ କରିଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କର ବିବାହ ଫଟୋ ସେୟାର କରିଥିଲେ। ହିନା ଖାନ ମନୀଷ ମାଲହୋତ୍ରା ଶାଢ଼ି ପିନ୍ଧିଥିଲେ। ଏହା ସହିତ ସେ ଏକ ବହୁତ ସୁନ୍ଦର ମେହେନ୍ଦି ଲଗାଇଥିଲେ।

ହିନା ଖାନଙ୍କ ବ୍ରାଇଡାଲ୍ ଲୁକ୍ ଭାଇରାଲ ହୋଇଥିଲା। ହିନାଙ୍କ ବିବାହକୁ ନେଇ ସବୁଠି ଆଲୋଚନା ହେଉଛି। ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଚଳଚ୍ଚିତ୍ର ସମୀକ୍ଷକ କେଆରକେ ହିନା ଖାନଙ୍କୁ ତାଙ୍କ ବିବାହ ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ ହିନା ଏବଂ ରକିଙ୍କ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ହିନା ଏବଂ ରକିଙ୍କ କପାଳରେ ତିଳକ ଲାଗିଛି। ଫଟୋ ସେୟାର କରିବା ସମୟରେ କେଆରକେ ଲେଖିଛନ୍ତି ଯେ, ସନାତନ ଧର୍ମ ଗ୍ରହଣ କରିବା ପାଇଁ ହିନା ଖାନଙ୍କୁ ଅଭିନନ୍ଦନ।

ପ୍ରକାଶ ଯେ, ହିନା ଖାନ ସ୍ତନ କର୍କଟ ରୋଗରେ ପୀଡିତ। ସେ ସୋସିଆଲ ମିଡିଆରେ କର୍କଟ ରୋଗ ବିଷୟରେ ସୂଚନା ଦେଇଥିଲେ। ସେବେଠାରୁ ସେ ଲଗାତାର ତାଙ୍କର କର୍କଟ ରୋଗ ସହିତ ଲଢ଼ିବାର ଯାତ୍ରା ସେୟାର କରିଆସୁଛନ୍ତି। ହିନା ଆଦୌ ସାହସ ହରାଇ ନାହାଁନ୍ତି। ଏହି କଷ୍ଟକର ସମୟରେ ତାଙ୍କ ସ୍ୱାମୀ ରକି ଜୟସ୍ଵାଲ ହିନାଙ୍କୁ ସମର୍ଥନ କରିଥିଲେ। ରକି ସବୁବେଳେ ତାଙ୍କ ସହିତ ଥିଲେ। ଯେତେବେଳେ ହିନା ତାଙ୍କ କେଶ କାଟିଥିଲେ, ରକି ମଧ୍ୟ ତାଙ୍କ କେଶ କାଟି ଦେଇଥିଲେ।

ହିନା ଏବଂ ରକି ଶୋ’ ୟେ ରିସ୍ତ କ୍ୟା କେହଲାତା ହେ’ର ସେଟରେ ଦେଖା ହୋଇଥିଲେ। ସେବେଠାରୁ ଉଭୟ ଏକାଠି ଅଛନ୍ତି। ପ୍ରଶଂସକମାନେ ସେମାନଙ୍କ ଯୋଡ଼ିକୁ ପସନ୍ଦ କରନ୍ତି। ହିନା ଖାନ ପ୍ରାୟତଃ ରକିଙ୍କ ସହିତ ବୁଲିବାକୁ ଯାଉଥିଲେ। ସେମାନଙ୍କ ଛୁଟିର ଫଟୋ ଭାଇରାଲ ହେଉଥିଲା।

Related posts