Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ନାନଯାତ୍ରାରେ ମୁକ୍ତିଲାଭ କଲା ନୂଆ ଭଜନ ‘ତୋ ପାଖେ ଯାଉ ଜୀବନ ସରି’
ଆଜିର ଖବର

ସ୍ନାନଯାତ୍ରାରେ ମୁକ୍ତିଲାଭ କଲା ନୂଆ ଭଜନ ‘ତୋ ପାଖେ ଯାଉ ଜୀବନ ସରି’

June 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ‘ଶୋଭା ମ୍ୟୁଜିକ୍ ଓଡ଼ିଆ’ ୟୁଟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଜଗନ୍ନାଥ ଭଜନ ‘ତୋ ପାଖେ ଯାଉ ଜୀବନ ସରି’। ପୂର୍ବରୁ ସଙ୍ଗୀତପ୍ରେମୀଙ୍କୁ ଅନେକ ହିଟ୍ ଗୀତ ଭେଟି ଦେଇଥିବା ଲୋକପ୍ରିୟ ନିର୍ଦ୍ଦେଶକ ଅଭିଜିତ୍ ତ୍ରିପାଠୀ ଏହି ଭଜନଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କାହାଣୀ ସହ ମ୍ୟୁଜିକ ଭିଡିଓଟିକୁ ନିର୍ଦ୍ଦେଶନା ଦେଇଛନ୍ତି ସ୍ମୃତି ଆର୍। ଗୀତିକାର କୃପାରାଣୀ ଧଳଙ୍କ ଲିଖିତ ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ସୌରଭ ଭରଦ୍ୱାଜ। ମୁଖ୍ୟ ଚରିତ୍ରରେ ସୌଭାଗ୍ୟ ରଞ୍ଜନ ମିଶ୍ର ଅଭିନୟ କରିଥିବା ବେଳେ ସହକଳାକାର ଭାବେ ଅଭିନୟ କରିଛନ୍ତି ଶୁଭଶ୍ରୀ ଏବଂ ମାନସ।

ଏହି ଭଜନଟିରେ ଏକ ସୁନ୍ଦର କାହାଣୀ ଉପସ୍ଥାପନା କରିଛନ୍ତି ନିର୍ଦ୍ଦେଶକ ସ୍ମୃତି ଆର୍। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ବାପାର ଶେଷ ଇଚ୍ଛାକୁ ପୁଅ ପୂରଣ କରିବାକୁ ପ୍ରୟାସ କରୁଛି। ପୈତୃକ ଜମିଟିକୁ ଗ୍ରାମର ଜମିଦାର ଛଡାଇ ନେବାକୁ କୁଚକ୍ରାନ୍ତ କରୁଛି କିନ୍ତୁ ପୁଅ ବାପାକୁ ଦେଇଥିବା କଥା ପୂରଣ କରିବାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ମନ୍ଦିରଟିଏ ଗଢି ତୋଳିବାକୁ ପୁଅର ପ୍ରୟାସ ମଧ୍ୟ ଶେଷରେ ସମ୍ପୂର୍ଣ୍ଣ ହୋଇଛି। ପାଖରେ ଅର୍ଥ ଅଭାବ ଥିବା ବେଳେ ମଧ୍ୟ କାଳିଆ ଠାକୁର ସବୁବେଳେ କୃପା ବର୍ଷା କରୁଛନ୍ତି ଏହି ପରିବାର ଉପରେ। ଏପରି ଏକ ସୁନ୍ଦର କଥାବସ୍ତୁକୁ ନେଇ ନିର୍ମାଣ ହୋଇଛି ୮ ମିନିଟର ଏହି ଭକ୍ତିଭରା ଭଜନ ‘ତୋ ପାଖେ ଯାଉ ଜୀବନ ସରି’।

ପବିତ୍ର ସ୍ନାନ ପୂର୍ଣ୍ଣମୀ ଅବସରରେ ମୁକ୍ତିଲାଭ କରିଥିବା ଏହି ଭଜନଟି ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କୁ ହୃଦୟକୁ ନିଶ୍ଚେ ଛୁଇଁବ ବୋଲି ଆଶାବାଦୀ ଅଛନ୍ତି ‘ତୋ ପାଖେ ଯାଉ ଜୀବନ ସରି’ର ପ୍ରଯୋଜିକା ସ୍ୱପ୍ନାରାଣୀ। ଆଗକୁ ବାହୁଡାଯାତ୍ରା ଅବସରରେ ଗୀତଟିର ଷ୍ଟୁଡିଓ ଭର୍ସନ ମଧ୍ୟ ‘ଶୋଭା ମ୍ୟୁଜିକ୍ ଓଡ଼ିଆ’ ୟୁଟୁବ୍ ଚ୍ୟାନେଲରେ ଉପଲବ୍ଧ ହେବ। କେବଳ ସେତିକି ନୁହେଁ, ଏହା ପରେ ଆହୁରୀ ଅନେକ ଭିନ୍ନ ସ୍ୱାଦର ଗୀତ ଦର୍ଶକଙ୍କୁ ଉପହାର ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ପୂରା ଟିମ୍।

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ‘ଆଜରା -୨୦୨୫’ ଉଦ୍‌ଘାଟିତ

November 11, 2025

ସୋଆ ଆଇଏଏସ୍‌ରେ ମାଣ୍ଡିଆ ଦିବସ ପାଳିତ

November 11, 2025

ଏଭଳି ଟଙ୍କାବଣ୍ଟା ନିର୍ବାଚନ କେବେ ଦେଖି ନଥିଲି, ନୂଆପଡା ଉପନିର୍ବାଚନ ନେଇ କହିଲେ ଶ୍ରୀକାନ୍ତ ଜେନା

November 11, 2025

ନଭେମ୍ବର ୧୭ରୁ ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ

November 11, 2025
Latest News

ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ‘ଆଜରା -୨୦୨୫’ ଉଦ୍‌ଘାଟିତ

November 11, 2025

ସୋଆ ଆଇଏଏସ୍‌ରେ ମାଣ୍ଡିଆ ଦିବସ ପାଳିତ

November 11, 2025

ଏଭଳି ଟଙ୍କାବଣ୍ଟା ନିର୍ବାଚନ କେବେ ଦେଖି ନଥିଲି, ନୂଆପଡା ଉପନିର୍ବାଚନ ନେଇ କହିଲେ ଶ୍ରୀକାନ୍ତ ଜେନା

November 11, 2025

ନଭେମ୍ବର ୧୭ରୁ ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ

November 11, 2025

CBI Inquiry: ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି, ସିବିଆଇ ତଦନ୍ତ ପାଇଁ କେନ୍ଦ୍ରର ଅନୁମତି

November 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.