ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜା ମୁଆଁରେ ମହକିଲା ମଣ୍ଡପ

Published: Jun 11, 2025, 9:13 pm IST
debsnan

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ଦେବସ୍ନାନ ପୂର୍ଣ୍ଣିମା।  ପ୍ରାଚୀନ କାଳରୁ ସ୍ଥାପିତ ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ପିଠରେ ପ୍ରଭୃ ସୁବାସିତ ଜଳରେ ସ୍ନାନ କରିଥିଲେ। ଭକ୍ତମାନେ ଏକାଠି ହୋଇ ପ୍ରଭୃ ପତିତପାବନଙ୍କ ସ୍ନାନ ନିତିକୁ ନିର୍ଦ୍ଧାରିତ ସମୟରେ ଶେଷ କରିଥିଲେ।

ତେବେ ଚାଷଙ୍ଗରାର ପତିତପାବନ ଦେବଙ୍କ ସ୍ନାନ ଯାତ୍ରାର ପ୍ରମୁଖ ଆକର୍ଷଣ ରହିଛି ଗଜା ମୁଆଁ ପୂଜା। ଏହିଦିନ ପ୍ରଭୃଙ୍କ ସ୍ନାନ ପରେ ବିଭିନ୍ନ ପ୍ରକାରର ମୁଆଁ ପୂଜା କରାଯିବାର ପରଂପରା ରହିଛି। ସେଥିପାଇଁ ଗ୍ରାମର ସମସ୍ତ ଭକ୍ତମାନେ ବିଭିନ୍ନ ସୁଗନ୍ଧିତ ମୁଆଁ ତିଆରି କରି ଭୋଗ କରାଇଥାନ୍ତି।

ଏଥସହିତ ଦିନ ତମାମ ବିଭିନ୍ନ ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପତିତପାବନ ନାଟ୍ୟ ସଂସଦ ତରଫରୁ ରାତିରେ ପରିବେଷଣ କରାଯିବ ନାଟକ “ସ୍ବାମୀ ପାଇଁ ପଛେ ନର୍କକୁ ଯିବି”।

Related posts