Categories
ଅପରାଧ ଆଞ୍ଚଳିକ

ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଡାକ୍ତରଖାନାରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରୀ, ପୋଲିସ ତଦନ୍ତ ଆରମ୍ଭ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରୁ ଗତକାଲି ବିଳମ୍ବିତ ରାତ୍ରିରେ ବଡ଼ ଧରଣର ଚୋରି ହୋଇଛି। ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର କବିନ୍ଦ୍ର ଭୁଜବଳ ଏତଲା ଦେଇଛନ୍ତି।

ଏତଲା ମୁତାବକ ଆଜି ସକାଳେ ସ୍ୱାସ୍ଥ୍ୟ କେନ୍ଦ୍ର ଝାଡୁଦାର ମେଡିକାଲର ମୁଖ୍ୟ ଫାଟକ ତାଲା ଭାଙ୍ଗିଥିବା ଦେଖି ଡାକ୍ତର କବିନ୍ଦ୍ରଙ୍କୁ ଖବର ଦେଇଥିଲେ। ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦେଖିଥିଲେ ଯେ, ଏହାର ପରିସରରେ ଥିବା ଦୁଇଟି ଏସି, ଦୁଇଟି କମ୍ପ୍ରେସର, ଦୁଇଟି ଷ୍ଟାବଲାଇଜର, ଦୁଇଟି ଏଲଇଡ଼ି ଟିଭି, ଇନଭରଟର, ବ୍ୟାଟେରୀ, ସିସି ଟିଭି, ଡ଼ିଭିଆର, ଦୁଇ ଗୋଟି ପ୍ରିଣ୍ଟର ଆଦି ଚୋରି ହୋଇଯାଇଛି।

ଖବର ପାଇ ବାଲୁଗାଁ ପୋଲିସ ତରଫରୁ ତଦନ୍ତ ଆରମ୍ଭ କରିଛି। ତେବେ ସେଠାରେ ଲାଗିଥିବା ସିସି ଟିଭି ଏବଂ ତାହାର ମେସିନ ଚୋରମାନେ ନେଇଯାଇଥିବାରୁ ସେମାନଙ୍କ ସଂପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ। ଏ ନେଇ ପୋଲିସ ଡାକ୍ତରଖାନା ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରୁଛନ୍ତି।

ଚୋରମାନେ ଏକ ଚାରି ଚକିଆ ଗାଡିରେ ଏସବୁ ଜିନିଷ ଲଦି ନେଇ ଥିବାର ଜଣାପଡିଛି। ତେବେ ହସପିଟାଲଟି ଗାଁର ଅତି ନିକଟରେ ଥିବା ବେଳେ ଚୋରମାନେ ଏକ ଗାଡିରେ ଏତେ  ଜିନିଷ ଲୋଡ କରି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ସେହି ଗ୍ରାମରୁ ଏକ ଡିଜେ ଗାଡିରୁ ମଧ୍ୟ ସମସ୍ତ ମେସିନ ଚୋରୀ ହୋଇଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ, କୃତି ଖେଳାଳୀ ଆଶିଷ, କ୍ରିଷ୍ଣାଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ବାଲୁଗାଁ: ଚିଲିକା -ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀ ଓ ବ୍ୟକ୍ତି ବିଶେଷଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଜଗତର ନାଥ ଶ୍ରୀଜଗନ୍ନାଥ ଓ ରୋଟାରୀ ଇଣ୍ଟର ନ୍ୟାସନାଲ ପ୍ରତିଷ୍ଠାତା ପଲହରିସ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବାପରେ ଜାତୀୟ ସଂଗୀତ ଗାନ ମାଧ୍ୟମରେ ଅଧିଷ୍ଠାନ ଉତ୍ସବ ଆରମ୍ଭ କରଯାଇଥିଲା।ପ୍ରାରମ୍ଭରେ ନୃତ୍ୟଗୁରୁ ମମତାମୟୀ ମିଶ୍ରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ।

ଏହାପରେ ରୋଟାରୀଆନ ପଞ୍ଚାନନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କlର୍ଯ୍ୟକ୍ରମରେ, 2021-22 ସଭାପତି ନମିତା ଝା ଓ ସମ୍ପାଦକ ଗଜେନ୍ଦ୍ର ସେଠି ଚଳିତ ବର୍ଷର ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋର ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସହ ସ୍ୱାଗତ ଜଣାଇ ଥିଲେ ଓ ପୂର୍ବ ବର୍ଷର ସମ୍ପାଦିତ ପ୍ରକଳ୍ପ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ ନୂତନ ସଭାପତି ଡକ୍ଟର ଚନ୍ଦ୍ର ମହାରଣା ଚଳିତ ରୋଟାରୀ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଏହି ଅବସରରେ ତେହେ୍ରlନରେ 14th ଏସିଆନ ଅଣ୍ଡର -18 ପୁରୁଷ ଭଲିବଲ ଚାମ୍ପିୟାନସିପ 22 ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ଚାଷଙ୍ଗରାର ଆଶିଷ ସ୍ୱାଇଁ ଓ ଅନ୍ତର୍ଜାତୀୟ କରାଟେ ଚାମ୍ପିୟାନସିପ ରେ ବିଚକ୍ଷଣ ଖେଳ ଖେଳି ସ୍ଵର୍ଣ ପଦକ ହାସଲ କରିଥିବାରୁ କ୍ରିଷ୍ଣା ଶିକାରୀଙ୍କୁ ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯଇଥିଲା। ଏଥିସହ ନୃତ୍ୟଶିଳ୍ପୀ ମମତାମୟୀ ମିଶ୍ର, ରୋଟାରାକ୍ଟ ସଭାପତି ବବୁଲ ସ୍ୱାଇଁ, ସମ୍ପାଦକ ବିକ୍ରମ ବିଶୋଇ, ସମାଜସେବୀ ମାନବେନ୍ଦ୍ର ମହାରଥl,ଅନନ୍ତ ଚରଣ ଖଟେଇ, ବ୍ଲକର ମାଟ୍ରିକ ଟପର, ଯୁକ୍ତ ଦୁଇ ଟପର ଙ୍କ ସମେତ ପ୍ରାକ୍ତନ ସଭାପତି ଓ ସମ୍ପାଦକଙ୍କୁ ମୁଖ୍ୟ ଅତିଥି ଡିଜିଏନ ଯାଜ୍ଞଶିଷ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ।

ନିଜ ଅଭିଭାଷଣରେ ସେ ସବୁ କ୍ଷେତ୍ରରେ ସମାଜପ୍ରତି ଅଙ୍ଗୀକାର ବଦ୍ଧ ହୋଇ କାର୍ଯ୍ୟ କଲେ ପୃଥିବୀକୁ ସ୍ୱର୍ଗ ଓହ୍ଲାଇ ଆସିବ ବୋଲି କହିଥିଲେ। ଶେଷରେ ରୋଟାରୀଆନ ପଞ୍ଚାନନ ପ୍ରଧାନ ଧନ୍ୟବାଦ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରୋଟାରୀଆନ ଜାନକୀ ବଲ୍ଲଭ ପଟ୍ଟନାୟକ ଅକ୍ଷୟ ମହାପାତ୍ର, ନିରଜ ଝା, ହେମନ୍ତ ସାହୁ, ନଉଷଦ ଅଲି, ଭାଗିରଥି ସ୍ୱାଇଁ, ଡକ୍ଟର ଅକ୍ଷୟ ମିଶ୍ର, ଶ୍ରୀକାନ୍ତ ପାଇକରାୟ, ରାଜ କିଶୋର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଲିଟିଲ ୱାର୍ଲଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବୃନ୍ଦ।

Categories
ଆଞ୍ଚଳିକ

ବାଲୁଗାଁର ଯୁବ ଖେଳାଳୀ ଆଶିଷ ସ୍ବାଇଁଙ୍କ ଇରାନରେ ଦମଦାର ପ୍ରଦର୍ଶନ, ଭାରତ ସେମିକୁ ଉନ୍ନିତ

ଭୁବନେଶ୍ବର: ଭାରତୀୟ ଦଳରେ ସମାଲି ହୋଇଥିବା ଓଡିଶାର ଏକମାତ୍ର ଭଲିବଲ ଖେଳିଳୀ ଆଶିଷ ସ୍ବାଇଁଙ୍କ ଦମଦାର ପ୍ରଦର୍ଶନ। ଇରାନର ତେହରାନଠାରେ ଚାଲିଥିବା 14 ତମ ଏସୀୟ ଯୁବ ଭଲିବଲ ପ୍ରତିଯୋଗୀତାରେ ଆଶିଷଙ୍କ ତୀବ୍ର ଆକ୍ରମଣ ପାଇଁ ଭାରତ ସେମିରେ ପହଁଚି ପାରିଛି। ସେହିପରି ଭାରତର ଅନ୍ୟତମ ଖେଳାଳୀ ଉତ୍ତର ପ୍ରଦେଶର ଆର୍ଯ୍ୟାୟନ ମଧ୍ୟ ଭାରତୀୟ ଦଳକୁ ଆଗେଇ ନେବାରେ ସାହାଯ୍ୟ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ତେହରାନଠାରେ ଚାଲିଥିବା 14 ତମ ଏସୀୟ ଅଠର ବର୍ଷ କମ ବର୍ଗ ପୁରୁଷ ଭଲିବଲ ଚମ୍ପିୟାନସିପ ଚାଲିଛି। ସେଠାରେ ଭାରତର ଏହା ହେଉଛି ତୃତୀୟ ବିଜୟ। ପୂର୍ବରୁ ଭାରତର ଦୁଇଥର ବିଜୟ କରି କ୍ବାଟର ଫାଇନାଲକୁ ଉନ୍ନତ ହୋଇଛି। ଗତକାଲି ଖେଳରେ ଭାରତ ଚାଇନାକୁ 3-1 ସେଟରେ ପରାସ୍ତ କରି ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ହୋଇପାରିଛି।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଆଶିଷ ସ୍ବାଇଁଙ୍କ ପିଲାଟି ଦିନରୁ ଭଲିବଲ ପ୍ରତି ରହିଛି ବେଶ ଆଗ୍ରହ। ମୁଖ୍ୟତଃ ତାଙ୍କର ଉଚ୍ଚତା ଆଉ ପରିଶ୍ରମ ପାଇଁ ସେ ଅଠର ବର୍ଷ କମ ବର୍ଗର ଖେଳାଳୀ ଭାବେ ଭାରତୀୟ ଦଳରେ ସାମିଲ ହୋଇ ପାରିଛନ୍ତି। ଜଣେ ଯୁବ ପ୍ରତିଭା ଭାବେ ଆଶିଷ ବର୍ତ୍ତମାନ ଇରାନର ତେହେରାନଠାରେ ଆନ୍ତର୍ଜାତୀୟ ମ୍ୟାଚ ଖେଳୁଥିବାରୁ ସେହି ଗ୍ରାମ ଏବଂ ସ୍କୁଲରେ ଖୁସିର ଲହରି ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ଚାଷଙ୍ଗରା ଗ୍ରାମର କୁନି ବାଳକ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମର କୁନି ବାଳକ (୫ ବର୍ଷ) ଆଶିଷ କୁମାର ରଣସିଂହଙ୍କୁ ଏକ ବଡ ସଫଳତା ମିଳିଛି। ନିଜ ଦକ୍ଷତା ବଳରେ ଆଶିଷ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି।

ପ୍ରସନ୍ନ କୁମାର ରଣସିଂହ ଓ ଗୀତାଞ୍ଜଳିଙ୍କ ପୁଅ ଆଶିଷ ୧୧ ସେକେଣ୍ଡରେ ୩୦ ଜିଲ୍ଲା, ୨୮ ରାଜ୍ୟ ଓ ରାଜଧାନୀର ନାମ ନିର୍ଭୁଲ୍ ଭାବେ କହିପାରୁଛନ୍ତି। ଏଥିସହିତ ବାରମାସର ନାମ, ୬ ଋତୁ, ସାତ ବାର, ୨୫ଟି ଜାତୀୟ ସଙ୍କେତ, ୫ ମହାଦେଶ, ୭ ମହାସାଗର, ୮ ଉପଗ୍ରହର ନାମ କହିବା ସହ ୭୦ ଟି ସାଧାରଣଜ୍ଞାନର ଉତ୍ତର ଅତି ନିର୍ଭୁଲ ଭାବରେ ଆଶିଷ ଦେଇପାରୁଛନ୍ତି। ପ୍ରସନ୍ନ ଜଣେ ଜିଆରଏସ୍ ଭାବେ କାର୍ଯ୍ୟରତ ଏବଂ ପତ୍ନୀ ଗୃହିଣୀ ଅଟନ୍ତି।

ଅବସର ସମୟରେ ପୁଅକୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷା ପ୍ରଦାନ କରନ୍ତି। ଜାନୁଆରୀ ୧୭ ତାରିଖରେ ଅନ୍‌ଲାଇନ୍‌ ମାଧ୍ୟମରେ ଇଣ୍ଡିଆ ବୁକ୍ ରେକର୍ଡ଼କୁ ସମସ୍ତ ଭିଡିଓ ପଠାଯାଇଥିଲା। ମାତ୍ର ଜାନୁଆରୀ ୨୨ ତାରିଖରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଆଶିଷ କୁମାର ରଣସିଂହ ସ୍ଥାନ ପାଇଥିବା ସୂଚନା ମିଳିଥିଲା।

Categories
ଆଞ୍ଚଳିକ

ଚିଲିକା: ୧୯ ବର୍ଷରୁ କମ ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହେଲେ ଚାଷଙ୍ଗରା ଗ୍ରାମର ଆଶିଷ

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଆଉ ଜଣେ ଯୁବ ଖେଳାଳି ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହୋଇଛନ୍ତି। ଚିଲିକା ବ୍ଲକ ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ଆଶିଷ ସ୍ଵାଇଁ ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହୋଇଛନ୍ତି। କିଟ୍ ରେ ଆଜିଠୁ ଅଗଷ୍ଟ ୨୩ ତାରିଖ ଯାଏଁ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିବା ବେଳେ ଏଥିରୁ ଆଗାମୀ ଏଫଆଇଭିବି ୧୯ ବର୍ଷରୁ କମ ପୁରୁଷ ବିଶ୍ଵ ଭଲିବଲ ଚମ୍ପିୟାନଶିପ ପାଇଁ ଚୁଡାନ୍ତ ୧୪ ଜଣିଆ ଦଳ ମନୋନୀତ ହେବେ। ବର୍ତ୍ତମାନ ଦେଶର ମୋଟ ୨୧ ଜଣ ମନୋନୀତ ଖେଳାଳିଙ୍କୁ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଉଥିବା ସୂଚନା ରହିଛି।

ତେବେ ଅଗଷ୍ଟ ୨୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇରାନର ତେହେରାନରେ ଏଫଆଇଭିବି ୧୯ ବର୍ଷରୁ କମ ପୁରୁଷ ବିଶ୍ଵ ଭଲିବଲ ଚମ୍ପିୟାନଶିପ ଆୟୋଜିତ ହେବ। କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଡା. ଅଚ୍ୟୁତ ସାମନ୍ତ ଏବଂ ଓଡିଶା ଭଲିବଲ ଆସୋସିଏସନ ସମ୍ପାଦକ ଡା. ଗଗନେନ୍ଦୁ ଦାଶ ଆଶିଷଙ୍କୁ ଶୁଭେଚ୍ଛା ଜଣାଇବା ସହ ଚୁଡାନ୍ତ ଦଳରେ ସ୍ଥାନ ପାଇବା ନେଇ ଆଶା ବ୍ୟକ୍ତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚାଷଙ୍ଗରା ଗ୍ରାମର ପିତା ଭରତ ସ୍ଵାଇଁ ଏବଂ ଗୀତାଞ୍ଜଳି ସ୍ଵାଇଁଙ୍କ ପୁତ୍ର ଆଶିଷ ଭାଲେରୀ ଉଚ୍ଚ ବିଦ୍ୟାଳୟରରୁ ୨୦୧୯/୨୦ରେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଯୁକ୍ତ ଦୁଇର ଦ୍ଵିତୀୟ ବର୍ଷରେ ପାଠ ପଢା ଜାରି ରଖିଛନ୍ତି। ତାଙ୍କର ଏଭଳି ସଫଳତା ପାଇଁ ସ୍ଥାନୀୟ ଲୋକେ ଗର୍ବ ଅନୁଭବ କରିବା ସହ ଆଶିଷଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପତିତପାବନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।