Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମାତ୍ର ୧୬ ବର୍ଷ ବୟସରେ ସେ ସ୍ଥାପନ କରିଛନ୍ତି ୧୦୦୦୦୦୦୦୦୦ ଟଙ୍କାର ଏକ ଟେକ୍ କଂପାନୀ, ସେ କିଏ ?
ଜାତୀୟ ଖବର

ମାତ୍ର ୧୬ ବର୍ଷ ବୟସରେ ସେ ସ୍ଥାପନ କରିଛନ୍ତି ୧୦୦୦୦୦୦୦୦୦ ଟଙ୍କାର ଏକ ଟେକ୍ କଂପାନୀ, ସେ କିଏ ?

June 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pranjali Awasth
ମାତ୍ର ୧୬ ବର୍ଷ ବୟସରେ ସେ ସ୍ଥାପନ କରିଛନ୍ତି ୧୦୦୦୦୦୦୦୦୦ ଟଙ୍କାର ଏକ ଟେକ୍ କଂପାନୀ, ସେ କିଏ ?

The Samikhsya Desk: କଥାରେ ଅଛି ପ୍ରତିଭା ପାଖରେ ବୟସ ହାର ମାନେ। ଅର୍ଥାତ ଯାହାର ପ୍ରତିଭା ଅଛି ତାହା କେତେବେଳେ ବା ଯେ କୌଣସି ବୟସରେ ଫୁଟି ବାହାରିଯାଏ। ଉଦାହରଣ ସ୍ବରୂପ ଜଣେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଭବର ବାଳିକାକୁ  ନିଆଯାଇପାରେ। ସେ କୋଟି କୋଟି ଟଙ୍କାର ଏକ ଟେକନୋଲୋଜି କଂପାନୀ ଖୋଲି ସାରା ବିଶ୍ବରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ନାମ ହେଉଛି ପ୍ରାଞ୍ଜଳୀ ଅବସ୍ଥି ବା Pranjali Awasth.

ପ୍ରାଞ୍ଜଳୀ ଅବସ୍ଥି ମାତ୍ର ୧୬ ବର୍ଷ  ବୟସରେ ଏକ ଟେକ୍ କଂପାନୀ ପ୍ରତିଷ୍ଠା କରି ଖବରର ଶିରୋନାମା ପାଲଟିଛନ୍ତି। ତାଙ୍କୁ ଯେତେବେଳେ ବାର ବର୍ଷ ସେତେବେଳେ ସେ କୋଡିଂ ଶିକ୍ଷା କରିଥିଲେ। ଏହାପରେ ଏହି କୋଡିଂ କାର୍ଯ୍ୟରେ ସେ ଏତେ ମଜିଗଲେ ଯେ, ତାହାକୁ ଏହି କଂପାନୀ କରିବା ପାଇଁ ମନସ୍ଥ କଲେ। ଆଉ ସେ କରି ଦେଖାଇଦେଲେ ମଧ୍ୟ। କିଶୋରୀ ପ୍ରାଞ୍ଜଳୀ ଅବସ୍ଥିଙ୍କ ଏହି କୋଡିଂ ଟେକ୍ କଂପାନୀ ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଯେତେବେଳେ ଅନ୍ୟ କିଶୋରୀମାନେ ସେମାନଙ୍କର ପ୍ରିୟ ପାଠ ବିଷୟ ବାଛିବାରେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି, ପ୍ରାଞ୍ଜଳୀ ଷ୍ଟାର୍ଟଅପ୍ ଜଗତରେ ପ୍ରବେଶ କରିଛନ୍ତି ଏବଂ ଏକ ମାଇଲଖୁଣ୍ଟ ସୃଷ୍ଟି ମଧ୍ୟ କରିଛନ୍ତି। ୭ ବର୍ଷ ବୟସରୁ ପ୍ରାଞ୍ଜଳୀ ଜଣେ ମେଧାବୀ ଛାତ୍ରୀ ଥିଲେ। ସେତେବେଳେ ସେ କୋଡିଂକୁ କାହିକି କେଜାଣି ଭଲ ପାଇ ବସିଲେ। ସେ ୭ ବର୍ଷ ବୟସରେ ତାଙ୍କ ପିତାଙ୍କଠାରୁ କମ୍ପ୍ୟୁଟର ପ୍ରୋଗ୍ରାମିଂ ଶିଖିବା ଆରମ୍ଭ କରିଥିଲେ, ଯିଏ ଜଣେ କମ୍ପ୍ୟୁଟର ଇଞ୍ଜିନିୟର। ତାଙ୍କ ବୟସ ସହିତ ପ୍ରଯୁକ୍ତିବିଦ୍ୟା ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା।

ପ୍ରାଞ୍ଜଳୀ ଯେତେବେଳେ ମାତ୍ର ୧୧ ବର୍ଷ ବୟସ ସେତେବେଳେ ତାଙ୍କ ପରିବାର ଭାରତରୁ ଆମେରିକା ଚାଲିଆସି ଥିଲେ। ସେଠାରେ ସେ ଉନ୍ନତ ଶିକ୍ଷାଗତ ସୁଯୋଗ ପାଇଥିଲେ। ଫ୍ଲୋରିଡାରେ, ସେ କମ୍ପ୍ୟୁଟର ବିଜ୍ଞାନ ଏବଂ ପ୍ରତିଯୋଗିତାମୂଳକ ଗଣିତ ପାଠ୍ୟକ୍ରମ ଅଧ୍ୟୟନ କରିଥିଲେ। ୨୦୨୨ ମସିହାରେ ଆରମ୍ଭ କଲେ AI ଷ୍ଟାର୍ଟଅପ୍, Delv.AI .

ପ୍ରାଞ୍ଜଳୀ ୧୩ ବର୍ଷ ବୟସରେ ଫ୍ଲୋରିଡା ଇଣ୍ଟରନ୍ୟାସନାଲ୍ ୟୁନିଭରସିଟିର ଏକ ମେସିନ୍ ଲର୍ନିଂ ଲ୍ୟାବରେ ତାଙ୍କର ପ୍ରଥମ ଇଣ୍ଟର୍ନସିପ୍ ଆରମ୍ଭ କରିଥିଲେ। ସେ ବାସ୍ତବ-ବିଶ୍ୱ ପ୍ରକଳ୍ପଗୁଡ଼ିକରେ କାମ କରିଥିଲେ ଏବଂ ସୂଚନା ସଂଗ୍ରହ କରିବାରେ ସହାୟତା କରିଥିଲେ। AI ବ୍ୟବହାରିକ ପ୍ରୟୋଗ ଏବଂ ମେସିନ୍ ଲର୍ନିଂ ପ୍ରତି ଏହି ଏକ୍ସପୋଜର ତାଙ୍କୁ ବହୁତ ପ୍ରଭାବିତ କରିଥିଲା।ଫଳରେ ସେ ନିଜେ କିଛି କରିବାର ସାହାସ ଜୁଟାଇ ପାରିଥିଲେ।

ଫଳରେ ପ୍ରାଞ୍ଜଳୀ ବର୍ତ୍ତମାନ ୧୦୦୦୦୦୦୦୦୦ ଟଙ୍କାର କଂପାନୀ କରି ଆମେରିକାରେ ବେଶ ଚର୍ଚ୍ଚାରେ ଅଛନ୍ତି।

Pranjali Awasth Tech Company ଟେକ କଂପାନୀ ପ୍ରାଞ୍ଜଳୀ ଅବସ୍ଥି
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.