ବାଙ୍ଗାଲୋରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ବେଶ୍ ଧୁମ୍ ଧାମରେ ପାଳିଲେ ହଜାର ହଜାର ଭକ୍ତ

Published: Jun 27, 2025, 11:17 pm IST

ଭୁବନେଶ୍ଵର: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଓଡିଶା ସମତେ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ସେହିଭଳି ଆଜି ବାଙ୍ଗାଲୋରର ଭିନ୍ନ ଭିନ୍ନ ଆପାର୍ଟମେଣ୍ଟରେ ଧୁମ୍ ଧାମରେ ରଥ ଯାତ୍ରା ପାଳିତ ହୋଇଛି। ବାଙ୍ଗାଲୋରର ଶୋଭା ଆପାର୍ଟମେଣ୍ଟରେ ସବୁ ବର୍ଷ ପରି ଏଇ ବର୍ଷ ମଧ୍ୟ ଅନ୍ତେବାସୀମାନେ ବେଶ୍ ଧୁମ୍ ଧାମରେ ରଥ ଯାତ୍ରା ପାଳନ କରିଛନ୍ତି।

ଉଭୟ ଓଡ଼ିଆ ଓ ଅଣ ଓଡ଼ିଆଙ୍କ ଭିତରେ ରଥଟଣାକୁ ନେଇ ବହୁତ୍ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରାୟ ୬୦୦୦ ବାରିବାରକୁ ନେଇ ଗଢ଼ି ଉଠିଥିବା ଏଇ ସୋସାଇଟିରେ ପ୍ରବାସୀ ଓଡ଼ିଆମାନେ ନଅ ଦିନ ଯାକ ଜଗନ୍ନାଥଙ୍କ ଭିନ୍ନ ଭିନ୍ନ ବେଶ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରି ଆସୁଛନ୍ତି। ରଥଯାତ୍ରା ଦିନ ବିଭିନ୍ନ ସାଂସ୍କତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଥିଲା, ଯାହାକୁ ନେଇ ଲୋକ ମାନେ ବହୁତ୍ ଉତ୍ସାହିତ ଥିଲେ।

Related posts