ଗୁଣ୍ଡିଚା ମନ୍ଦିର ଆଗରେ ଦଳଚକଟା, ୩ ଜଣ ଭକ୍ତ ମୃତ୍ୟୁ, ଏକାଧିକ ଆହତ

Published: Jun 29, 2025, 11:49 am IST
ଗୁଣ୍ଡିଚା ମନ୍ଦିର

ପୁରୀ: ପୁଣି ପୁରୀ ରଥଯାତ୍ରାକୁ ନେଇ ଆସିଲା ବଡ ବିଭ୍ରାଟ। ଭକ୍ତଙ୍କୁ ପ୍ରଶାସନ ଠିକରେ ସୁରକ୍ଷା ଦେଇ ନ ପାରିବାରୁ ଦଳାଚକଟା ହୋଇଛି। ଫଳରେ ଶରଧାବାଲିରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି। ଏଥିସହିତ ବହୁ ଭକ୍ତ ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶାସନର ବେପାରୁଆ ନୀତିକୁ ନେଇ ସମାଲଚନା କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଆଜି ଭୋରରୁ ପହଡ ଖୋଲିବା ପରେ ଦର୍ଶନ କରିବା ପାଇଁ ଭିଡ ଲାଗିରହିଥିଲା। ଏହି ସମୟରେ ଚାରମାଳ ଧରି ଏକ ଟ୍ରକ ସେହି ଭିତରକୁ ପଶିଥିଲା। ଚାରମାଳ ରଖି ଟ୍ରକ ଫେରିଥିଲା। ହେଲା ସେହି ଭିଡ ଭିତରେ ଏହି କାମ କରିବା ଦ୍ବାରା ଭକ୍ତମାନେ ଆହୁରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଫଳରେ ପରିସ୍ଥିତି ଅଣଆୟତ ହୋଇପଡିବା ଯୋଗୁ ଦଳାଚକଟା ହୋଇଯାଇଥିଲା।

Related posts