
ବାଲୁଗାଁ: ଶନିବାର ପୂର୍ବାହ୍ନରେ ୧୬ ନଂ ଜାତୀୟ ରାଜପଥ ବାଲୁଗାଁ ଥାନା ଅନ୍ତର୍ଗତ ଖଡ଼ିକାପଲ୍ଲୀ ଓଭର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଏକ କାର ରାସ୍ତା ତଳକୁ ଖସି ଯାଇଥିଲା। ଫଳରେ ୫ ଜଣ ଆହତ ହୋଇଛନ୍ତି।
ଖବର ମୁତାବକ କାରଟି (ଗାଡି ନଂ ଓଡ଼ି ୦୨ ଏଏନ ୩୧୨୪) ପୁରୀରୁ ବ୍ରହ୍ମପୁର ଫେରୁଥିବା ବେଳେ ଖଡ଼ିକାପଲ୍ଲୀ ଓଭର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଥିଲା। ଉକ୍ତ କାରରେ ତିନି ଜଣ ମହିଳା ସମେତ ୫ ଜଣ ଆହତ ହୋଇଛନ୍ତି।
ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।