The Samikhsya Desk: ଏକ ଚକୋଲେଟ ବା କାଣ୍ଡି ଯାହାର ଦାମ ତାହାର ମାତ୍ର ୧ ଟଙ୍କା। ହେଲେ ଏହି କଂପାନୀ ଗତ ବର୍ଷ ଯାହା ବେପାର କରିଛି ତାହା ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ। ଆପଣ ଆଶ୍ଚର୍ୟ୍ୟ ହେବେ ଚଳିତ ୨୦୨୪ ଓ ୨୦୨୫ ବର୍ଷରେ ଏହି ଚକୋଲେଟ ୭୫୦୦୦୦୦୦୦୦ ଟଙ୍କାର ବେପାର କରିଛି। ଏହି କଥାଟି କାହାରି ବିଶ୍ବାସ ଯୋଗ୍ୟ ନ ହେଲେ ମଧ୍ୟ ତାହା ସତ କଥା।
ଏହାର ନାମ ହେଉଛି ପଲ୍ସ କ୍ୟାଣ୍ଡି, ଯାହା ଛୋଟ ପାନ ଦୋକାନଠାରୁ ଆରମ୍ଭ କରି ବଡ ମଲରେ ମଧ୍ୟ ଉପଲବ୍ଧ ହେଉଛି। ପ୍ରାୟ ସମସ୍ତେ ଏହାକୁ ଖାଇବା ପାଇଁ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି। ହେଲେ ଗତ ଆର୍ଥିକ ବର୍ଷରେ ଏହା ରୋଜଗାର ଦେଇଛି 750 କୋଟି ଟଙ୍କା।
ଏହାର ନିର୍ମାତା ହେଉଛନ୍ତି ଡିଏସ ଗ୍ରୁପ ବା ଧର୍ମପାଲ ସତ୍ୟପାଳ ଗ୍ରୁପ। ଏହି କଂପାନୀ କେବେ ବି ଭାବି ନ ଥିଲା ଯେ, ଏହି କ୍ୟାଣ୍ଡି ଏତେ ରୋଜଗାର ଦେବ ବୋଲି। ମୁଖ୍ୟତଃ ଏହି କଂପାନୀ ସ୍ଥାନୀୟ ବଜାରର ଫ୍ଲେବରକୁ ଆଖି ଆଗରେ ରଖି ପ୍ରସ୍ତୁତ କରିଥାଏ। ଫଳରେ ଗ୍ରାହକମାନେ ତାହା କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
ବର୍ତ୍ତମାନ କଂପାନୀ ବଜାରରେ ଏହାର ଗୁରୁତ୍ବ ଦେଖିବା ପରେଭଲ ମାର୍କେଟିଂ କରି ଏହା ବିକ୍ରି କରିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ କଂପାନୀ ପ୍ରାୟ ୧୦୦୦ କୋଟି ଟଙ୍କାର ବେପାର କରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛି। ବର୍ତ୍ତମାନ ଦେଶରେ ଏହି ପଦାର୍ଥର ପ୍ରାୟ ୪୦୦୦ କୋଟି ଟଙ୍କାର ବଜାର ରହିଛି। ତାହାର ସିଂହ ଭାଗ ଡିଏସ ଗ୍ରୁପ ଅକ୍ତିୟାର କରିବ ବୋଲି ଲକ୍ଷ୍ୟ ରଖିଛି।