Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ
ଆଜିର ଖବର

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

July 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
୭୩୨ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପଗୁଡ଼ିକୁ ଦେଶବାସୀଙ୍କୁ ସମର୍ପଣ କରିବେ ରାଷ୍ଟ୍ରପତି
ଭୁବନେଶ୍ବର: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ ଏହି ବୈଠକ ବସିଥିଲା। ସୂଚନା ଅନୁସାରେ ରାଷ୍ଟ୍ରପତି ଚଳିତ ଜୁଲାଇ ୧୪ ଓ ୧୫ ତାରିଖ ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି।

ରାଷ୍ଟ୍ରପତି ୧୪ ତାରିଖରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେହିଦିନ ସେ ଭୁବନେଶ୍ବରସ୍ଥିତ ଏମ୍ସ ର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ୧୫ ତାରିଖ ପୂର୍ବାହ୍ନରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେ କଟକରେ ରେଭେନ୍ସା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ସେଥିମଧ୍ୟରେ ରହିଛି ସେ କଟକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସେହିପରି ଅପରାହ୍ଣରେ ରାଷ୍ଟ୍ରପତି ମୁର୍ମୁ କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନ ଯାଇ ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ସେ ଶାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କଳିଙ୍ଗ ରତ୍ନ ପୁରସ୍କାର-୨୦୨୪’’ ପ୍ରଦାନ କରିବେ।

ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ଚାଷୀଙ୍କ ସ୍ୱପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

August 25, 2026

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026
Latest News

ଚାଷୀଙ୍କ ସ୍ୱପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

August 25, 2026

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.