ଭୁବନେଶ୍ବର: ଓଡିଶା ଲୋକସେବା ଆୟୋଗର ନୂଆ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଜି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ହିସାବରେ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଧିକାରୀ ଶ୍ରୀ ମନୋଜ କୁମାର ମହାନ୍ତିଙ୍କୁ ଏହି ନିଯୁକ୍ତି ମିଳିଛି।
ଶ୍ରୀ ମନୋଜ ପୂର୍ବରୁ ସାଧାରଣ ଅଭିଯୋଗ ଓ ପେନସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ଏହି ପଦବୀରେ ଛଅ ବର୍ଷ ପାଇଁ କିମ୍ବା ତାଙ୍କର ବୟସ 62 ବର୍ଷ ଯେଉଁଟି ଆଗ ଆସିବ ସେହି ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ।