Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ, ମୋଟ ୫୫ ଜଣ କୃତକାର୍ଯ୍ୟ

ଭୁବନେଶ୍ବର: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଜେଏସ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ୫୫ ଜଣ ପାସ କରିଛନ୍ତି । ସେଥିମଧ୍ୟରୁ ୩୯ ଜଣ ଝିଅ ଅଛନ୍ତି। ସେହିପରି ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ଝିଅ ମଧ୍ୟ ଅଛନ୍ତି। ପ୍ରଥମ ଦଶ ଜଣ ମଧ୍ୟରେ ପ୍ରଥମ ବା ଟପ୍ପର ହୋଇଛନ୍ତି ସୁଶ୍ରିତା ମିଶ୍ର।

ସେହିପରି ନିଲିଶା ପଟ୍ଟନାୟକ ଦ୍ୱିତୀୟ ହୋଇଥିବାବେଳେ ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ ରାଣୀ ରଂଜିତା ପଟ୍ଟନାୟକ, ପଂଚମ ସ୍ଥାନରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମ ସ୍ଥାନରେ ପ୍ରଜ୍ଞା ସୁମନ ମହାପାତ୍ର ଓ ଅଷ୍ଟମ ସ୍ଥାନରେ ଏସ,ଆର.ତୋଷାଳୀ ।

ଓଡିଶା ଲୋକସେବା ଆୟୋଗ ପକ୍ଷରୁ ୫୭ଟି ଓଜେଏସ ପଦ ପାଇଁ ମେ ୨୧ ତାରିଖରେ ପ୍ରିଲିମନାରୀ ପରୀକ୍ଷା ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ଓଡ଼ିଶା ଲୋକସେବା ଆୟୋଗର ବାର୍ଷିକ ବିବରଣୀ (୨୦୨୨-୨୩) ପ୍ରଦାନ

ଭୂବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଡ଼. ସତ୍ୟଜିତ ମହାନ୍ତି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୨୦୨୨-୨୩ ବର୍ଷର ବାର୍ଷିକ ବିବରଣୀ ଉପସ୍ଥାପନ କରିଛନ୍ତି।
ନିଯୁକ୍ତି କ୍ୟାଲେଣ୍ଡରରେ ବିଜ୍ଞପ୍ତି ଅନୁଯାୟୀ ଆୟୋଗ ସମସ୍ତ ନିଯୁକ୍ତି ପ୍ରତିବଦ୍ଧତା ପୂରଣ କରିଥିବା ହେତୁ ୨୦୨୨-୨୩ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ପାଇଁ ପଥପ୍ରଦର୍ଶକ ଭାବେ ବିବେଚନା କରାଯିବ। ଏହି ସମୟ ମଧ୍ୟରେ ବର୍ଗ-ଏ ଏବଂ ବର୍ଗ-ବି ସେବାରେ ନିଯୁକ୍ତି ପାଇଁ ୩୭୧୮ ଜଣ ପାର୍ଥୀଙ୍କୁ ସୁପାରିଶ କରାଯାଇଛି, ଯାହା କି କୌଣସି ନିଯୁକ୍ତି ବର୍ଷ ପାଇଁ ସର୍ବକାଳୀନ କୀର୍ତ୍ତିମାନ। ଏହା କେବଳ ଆୟୋଗଙ୍କ ଆତ୍ମବିଶ୍ୱାସ ବଢ଼ାଇନାହିଁ ବରଂ ପ୍ରାର୍ଥୀଙ୍କ ମଧ୍ୟରେ ବିଶ୍ୱାସ ଓ ଭରସା ସଂଚାର କରିପାରିଛି। ୨୦୨୩-୨୪ ବର୍ଷରେ ସରକାରଙ୍କ ବିଭିନ୍ନ ବିଭାଗରେ ୫୦୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି କ୍ୟାଲେଣ୍ଡର ପ୍ରସ୍ତୁତ ହୋଇସାରିଛି ଏବଂ ଆୟୋଗ ସମୟୋଚିତ ପଦକ୍ଷେପ ନେଉଛନ୍ତି।
ରାଜ୍ୟ ସରକାରଙ୍କ ବର୍ଗ-ଏ ଓ ବର୍ଗ-ବି ପଦବୀ ପାଇଁ ସୁପାରିଶ କରାଯାଇଥିବା ୩୭୧୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୧୦ ଜଣ ମହିଳା ଅଛନ୍ତି ଯାହାକି କୃତକାର୍ଯ୍ୟ ପ୍ରାର୍ଥୀଙ୍କର ୪୦ପ୍ରତିଶତ ଅଟେ। ଏହା ନିଯୁକ୍ତି କ୍ୟାଲେଣ୍ଡରରେ ବର୍ଗ-ଏ ଏବଂ ବର୍ଗ-ବି ପଦବୀ ପାଇଁ ସୁପାରିଶ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅନୁସୂଚିତ ଜାତି ବର୍ଗର ୩୮୯ ଜଣ ଏବଂ ଅନୁସୂଚିତ ଜନଜାତି ବର୍ଗର ୪୪୩ ଜଣ ପ୍ରାର୍ଥୀ ଥିଲେ।
୨୦୨୨-୨୩ ନିଯୁକ୍ତି ବର୍ଷର କେତେକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ:- ୧୨୦୫ ସହକାରୀ ସର୍ଜନ (ମେଡିକାଲ ଅଫିସର), ୩୫୬ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ, ସରକାରୀ ମେଡିକାଲ କଲେଜରେ ୨୫୦ ଆସିଷ୍ଟାଣ୍ଟ ପ୍ରଫେସର, ସରକାରୀ ଡ଼ିଗ୍ରୀ କଲେଜ ପାଇଁ ୩୪୭ ଆସିଷ୍ଟାଣ୍ଟ ପ୍ରଫେସର, ବିଏଡ୍ କଲେଜ ପାଇଁ ୩୨୯ ଆସିଷ୍ଟାଣ୍ଟ ପ୍ରଫେସର, ୨୪୪ ସ୍ନାତକୋତ୍ତର ଶିକ୍ଷକ, ଓଡ଼ିଶା ସିଭିଲ ସର୍ଭିସ ପାଇଁ ୩୯୨ ପ୍ରାର୍ଥୀ, ୧୧୫ ସହକାରୀ ମତ୍ସ୍ୟ ଅଧିକାରୀ ଓ ୧୦୨ ସହକାରୀ କୃଷି ଯନ୍ତ୍ରୀ।
୨୦୨୨-୨୩ରେ ୧୭ଟି ସରକାରୀ ବିଭାଗ ପାଇଁ ଆୟୋଗ ମୋଟ ୨୬୫୦ଟି ପଦୋନ୍ନତି ପାଇଁ ସହମତି ପ୍ରକାଶ କରିଥିବା ବେଳେ ୨୮୬ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସହମତି ପ୍ରଦାନ କରିଛନ୍ତି।
ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଏବଂ ଶୀଘ୍ର ଫଳ ପ୍ରକାଶକୁ ସୁନିଶ୍ଚିତ କରିବା ଆୟୋଗର ଏକ ପ୍ରମୁଖ କ୍ଷେତ୍ର ହେବ। ବ୍ୟବସ୍ଥାର ଅଖଣ୍ଡତା ବଜାୟ ରଖିବା ପାଇଁ ଆୟୋଗ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଜାରି ରଖିବେ ଏବଂ ଚୟନ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ନିରପେକ୍ଷ ମାନଦଣ୍ଡ ଗ୍ରହଣ କରିବେ। ବର୍ତ୍ତମାନର ଅନଲାଇନ୍ ପୋର୍ଟାଲ, ସମନ୍ୱିତ ନିଯୁକ୍ତି ପରିଚାଳନା ବ୍ୟବସ୍ଥାର ଉନ୍ନତିକରଣ, ଏହାକୁ ଅଧିକ ଉପଭୋକ୍ତା ଅନୁକୂଳ କରିବା, ଅଧିକ କମ୍ପୁଟର ଭିତ୍ତିକ ନିଯୁକ୍ତି ପରୀକ୍ଷା (ସିବିଆରଇ) ପରିଚାଳନା କରିବା, ଉତ୍ତର ପତ୍ର ଏବଂ ସାକ୍ଷାତକାର ମୂଲ୍ୟାୟନ ସମୟରେ ପ୍ରାର୍ଥୀଙ୍କ ପରିଚୟ ଗୁପ୍ତ ରଖିବା ଇତ୍ୟାଦି ଦିଗରେ ସର୍ବଦା ଧ୍ୟାନ କେନ୍ଦ୍ରିତ କରାଯିବ।
ଓଡ଼ିଶା ଲୋକସେବା ଆୟୋଗ ୨୦୨୩-୨୪ରେ ନିଜର ଗୌରବମୟ ଯାତ୍ରାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ।
ରାଜ୍ୟପାଳ ୨୦୨୨-୨୩ ବର୍ଷ ପାଇଁ ଆୟୋଗର ପ୍ରଦର୍ଶନକୁ ପ୍ରଶଂସା କରିବା ସହ ୨୦୨୩-୨୪ ବର୍ଷ ପାଇଁ ନିଯୁକ୍ତି ଲକ୍ଷ୍ୟ ହାସଲ କରିବାକୁ ଆୟୋଗଙ୍କୁ ପରାମର୍ଶ ଦେଇଥିଲେ।
Categories
ଆଜିର ଖବର ରାଜ୍ୟ ଖବର

ଓପିଏସ୍‌ସି କୁ ମିଳିଲା ନୂଆ ସଦସ୍ୟ, ଜିଏ ବିଭାଗରୁ ବିଜ୍ଞପ୍ତି

ଭୁବନେଶ୍ବର: ବରିଷ୍ଠ ଓଏଏସ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଓ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ନୂଆ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ।

ଶନିବାର ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶ୍ୟାମ୍‌ଭକ୍ତ ବାବୁଙ୍କ ଅବସର ନେବାକୁ ଆହୁରି ୫ମାସ ବାକି ରହିଥିବା ବେଳେ ସେ ଏହି ନୂଆ ନିଯୁକ୍ତି ପାଇଛନ୍ତି ।

ଶ୍ରୀ ମିଶ୍ର ଏହି ନୂଆ ଦାୟିତ୍ୱ ଗ୍ରହଣ କରିବା ଠାରୁ ୬ବର୍ଷ ପର୍ଯ୍ୟନ୍ତ କିମ୍ବା ୬୨ବର୍ଷ ବୟସ ହେବା ପର୍ଯ୍ୟନ୍ତ ଯାହା ଆଗ ପଡ଼ିବ ସେ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଆଉଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ପାଇବେ ଓସିଏସ୍‌ ଆଶାୟୀ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯାହା ଓସିଏସ୍‌ ଆଶାୟୀଙ୍କ ପାଇଁ ଖୁସିର ଖବର ରହିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କୁ ପରୀକ୍ଷା ପାଇଁ ଆଉଥରେ ସୁଯୋଗ ମିଳିବ। ୨୦୧୯, ୨୦୨୦ ଏବଂ ୨୦୨୧ରେ ପରୀକ୍ଷା ଦେଇଥିବା ଓଡ଼ିଶା ସିଭିଲ ସର୍ଭିସ ଆଶାୟୀମାନେ ଏବେ ପୁଣିଥରେ ପରୀକ୍ଷା ଦେଇପାରିବେ। ସେଥିପାଇଁ ବୟସ ସୀମାକୁ କୋହଳ କରାଯାଇଛି। ବୟସ ଅତିକ୍ରମ କରିଥିଲେ ମଧ୍ୟ ପୂର୍ବ ତିନି ବର୍ଷରେ ପରୀକ୍ଷା ଦେଇଥିବା ଆଶାୟୀମାନେ ଆଉଥରେ ସୁଯୋଗ ପାଇବେ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଡି.ଏସ.ପି ପଦୋନ୍ନତି ମାମଲା: ଓଡିଶା ଲୋକସେବା ଆୟୋଗର ଅବଧି ହ୍ରାସ ଉପରେ ହାଇକୋର୍ଟର ରହିତାଦେଶ

ଭୁବନେଶ୍ବର: ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ ଆବେଦନର ଶୁଣାଣି କରି ଓଡିଶା ଲୋକସେବା ଆୟୋଗ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁଣନିଧି ମଲ୍ଲିକଙ୍କ ରିଟ ପିଟିସନ ୩୦୮୮୪/୨୦୨୨ ର ଶୁଣାଣି କରି ନୀତିଗତ ନିଷ୍ପତ୍ତିରୁ ଦୁରେଇ ମନମୁତାବକ କୌଣସି ବିଷୟକୁ ଗ୍ରହଣ ନ କରିବା ପାଇଁ ଗୃହ ବିଭାଗ ଏବଂ ଓ. ପି. ଏସ. ସିକୁ ଆଦେଶ ଦେଇଛନ୍ତି।  ତତସହିତ ଡି.ଏସ.ପିରୁ ଅତିରିକ୍ତ ଏସ.ପିକୁ ପଦୋନ୍ନତି ପାଇଁ ତିନି ବର୍ଷ ଅବଧିରୁ ଛଅ ମାସ କମାଇବା ଵିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ଓଡିଶା ଲୋକସେବା ଆୟୋଗର ବିଜ୍ଞପ୍ତି ସଂଖ୍ୟା ୪୯୬୨/ପିଏସସି, ତା ୨୬.୦୬.୨୦୧୮ ରିଖ ଅନୁଯାୟୀ ପଦୋନ୍ନତି ସକାଶେ ଆବଶ୍ୟକ ଅବଧିକୁ କେବଳ ପଚାଶ ପ୍ରତିଶତ କୋହଳ କରାଯାଇପାରିବ। କିନ୍ତୁ ଏ କ୍ଷେତ୍ରରେ ଓଡିଶା ଲୋକସେବା ଆୟୋଗ କିଛି ନିର୍ଦିଷ୍ଟ ଗୋଷ୍ଠୀକୁ ଫାଇଦା ଦେବାକୁ ଯାଇ ସବୁ ନିୟମକୁ ଫୁ କରିଦେଇଛି ଓ ସିଧାସଳଖ ତିନିବର୍ଷରୁ ଛଅ ମାସ କରିଦେଇଛି, ଯାହା ନିୟମ ବହିର୍ଭୁକ୍ତ। ଏ ପ୍ରକାର ପକ୍ଷପାତି ମନୋଭାବ ଯୋଗୁଁ ଅନେକ ଯୋଗ୍ୟ ବ୍ୟକ୍ତି ପଦୋନ୍ନତିରୁ ବଞ୍ଚିତ ହେଉଛନ୍ତି।

ଅନ୍ୟପକ୍ଷେ ଗୃହ ବିଭାଗର ଅଧିକାରୀଙ୍କ କାର୍ଯ୍ୟ ମଧ୍ୟ ସନ୍ଦେହ ଘେରରେ ରହିଛି। ୨୦୧୬ ରେ ଡି. ଏସ. ପି ଭାବରେ ଯୋଗଦେଇଥିବା ସିଧା ସଳଖ ନିଯୁକ୍ତ ଅଧିକାରୀ ପଦୋନ୍ନତି ପାଇଁ ଯୋଗ୍ୟ ଥିଲେ ମଧ୍ୟ ତାଙ୍କୁ ବିଚାରକୁ ନ ନେଇ ଗୃହ ବିଭାଗ କେହି ଯୋଗ୍ୟ ନାହାନ୍ତି ବୋଲି ଓଡିଶା ଲୋକସେବା ଆୟୋଗକୁ ଜଣାଇଛି, ଯାହା ସମ୍ପୂର୍ଣ ତ୍ରୁଟି ଓ ପ୍ରମାଦପୂର୍ଣ୍ଣ ତଥ୍ୟ।

ଅନ୍ୟତଃ ସବୁ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ସାଧାରଣ ପ୍ରଶାସନ ବିଭାଗ ମାଧ୍ୟମ ଦେଇ ଓଡିଶା ଲୋକସେବା ଆୟୋଗକୁ ପ୍ରେରିତ ହେବା କଥା କିନ୍ତୁ ଅତି ତରବରିଆ ଭାବରେ ପାଞ୍ଚବର୍ଷପରେ ନିଯୁକ୍ତ ଡି.ଏସ.ପିଙ୍କୁ ଉପରେ ରଖି ପଦୋନ୍ନତି ଦେବା ଚକ୍ରାନ୍ତ କରି ଗୃହ ବିଭାଗ ଓଡିଶା ଲୋକସେବା ଆୟୋଗକୁ ସିଧା ଏ ପ୍ରସ୍ତାବ ପ୍ରେରିତ କରିଛି, ଯାହା ଆଇନ ଦୃଷ୍ଟିରୁ ଅବୈଧ।

ଆଜିର ଏ ରାୟ ପ୍ରକାଶ ପରେ ଓଡିଶା ଲୋକସେବା ଆୟୋଗକୁ ନିଜର ତ୍ରୁଟି ସଂଶୋଧନ କରି ଆତ୍ମଚିନ୍ତନ କରିବା ଆବଶ୍ୟକ ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର କହିଛନ୍ତି। ଏମିତି ଅନୈତିକ ଓ ଆଇନ ବିରୁଦ୍ଧରେ ସେ ଲଢେଇ ଜାରିରଖିବେ ବୋଲି ମତ ଦେଇଛନ୍ତି। କୋର୍ଟର ଆଜିର ଆଦେଶ ସତ୍ୟ, ନ୍ୟାୟ ଓ ନୀତିର ବିଜୟ ବୋଲି ସେ କହିଛନ୍ତି।

Categories
StateBoard ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ, ଜାଣନ୍ତୁ କେଉଁମାନେ ହେଲା ପ୍ରଥମ ଦଶ

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ଓଏଏସ ବା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ। ଓଡିଶା ପବ୍ଲିକ ସର୍ଭିସ କମିଶନ ଓଡିଶା ଲୋକସେବା ଆୟୋଗଙ୍କ ଦ୍ବାରା ଆୟୋଜିତ କରାଯାଇଥିଲା ଏହି ପରୀକ୍ଷା। ଏଥିରେ ମୋଟ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥିରୁ୧୪୮ ଜଣ ଛାତ୍ରୀ ଅଛନ୍ତି। ଏହି ପରୀକ୍ଷା ଫଳର ପ୍ରଥମ ୩ଟି ସ୍ଥାନରେ ଛାତ୍ରୀ ଅଛନ୍ତି।

ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଥିବା ବେଳେ ୩ ଜଣ ପୁଅ ଅଛନ୍ତି। ଏହି ପରୀକ୍ଷାରେ ତେଜସ୍ବିନୀ ବେହରା ଟପ୍ପର ହୋଇଛନ୍ତି। ଶୁଭଙ୍କରୀ ସୁଦେଷ୍ଣା ଦାଶ ୨ୟ ଓ ଅନନ୍ୟା ସୃଷ୍ଟି ଶତପଥୀ ୩ୟ ସ୍ଥାନ ହାସଲ କରିଛନ୍ତି। ଦେବବ୍ରତ କର ୪ର୍ଥ, ଦେବବ୍ରତ ମହାରଣା ୫ମ, ଅଭିସ୍ମିତା ୬ଷ୍ଠ ଏବଂ ଶୁଭଶ୍ରୀ ରଥ ୭ମ ସ୍ଥାନ ପାଇଛନ୍ତି।

ସେହିପରି ଶ୍ରୀତପା ମିଶ୍ର ୮ମ, ବିବେକାନନ୍ଦ ଷଡ଼ଙ୍ଗୀ ୯ମ ଓ ତପତି ରାଜ ୧୦ମ ସ୍ଥାନ ପାଇଛନ୍ତି। ଏହି ପରୀକ୍ଷାରେ ପଙ୍କଜ କୁମାର ମହାନ୍ତ ୧୧, ତନ୍ମିତା କର ୧୨, ଅଭିଜିତ ଷଡ଼ଙ୍ଗୀ ୧୩, କସ୍ତୁରୀ ପଣ୍ଡା ୧୪, ବିଭୂପ୍ରସାଦ ସିଂହ ୧୫, ବିଶ୍ବଜିତ ପଣ୍ଡା ୧୬, ହରପ୍ରିୟା ପୃଷ୍ଟି ୧୭, ରାମକୃଷ୍ଣ ସତ୍ୟରାଜ ଗୁରୁ ୧୮, ଅଣାକାର ନାୟକ ୧୯ ଓ ଲିତୁସ୍ମିତା ମିଶ୍ର ୨୦ତମ ସ୍ଥାନରେ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକତା ପାଠ ପଢିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦେବେ ନିଯୁକ୍ତି, ବାହାରିଲା ବିଜ୍ଞପ୍ତି

ଭୁବନେଶ୍ବର: ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଓଡିଶା ସରକାର ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ବାହାର କରିଛନ୍ତି ବିଜ୍ଞାପନ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗରେ ଖାଲି ପଡିଥିବା SDIPRO ବା ସବ୍ ଡିଭିଜନାଲ ଇନଫରମେସନ ଆଣ୍ଡ ପବ୍ଲିକ ରିଲେସନ ଅଫିସର ଭାବେ ନିଯୁକ୍ତି ଦିଆଯିବ।

ଏଥିପାଇଁ ପ୍ରାର୍ଥୀଙ୍କର ବୟସ 21 ବର୍ଷରୁ 38 ବର୍ଷ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଗ୍ରାଜୁଏଟ ପାଶ କରିବା ସହିତ ବର୍ଷିକିଆ ସାମ୍ବାଦିକତା ଓ ଗଣଯୋଗାଯୋଗରେ ପିଜି ଡିପ୍ଲୋମା କରିଥିବାର ଆବଶ୍ୟକ। ଏ ସଂପର୍କରେ ପ୍ରାର୍ଥୀମାନେ opse.gov.in କୁ କ୍ଲିକ କରି ବିସ୍ତୁତ ତଥ୍ୟ ହାସଲ କରିପାରିବେ। ( ଯଦି ଏହି ବିଜ୍ଞାପନ ଦେଖିବାରେ ଅସୁବିଧା ହେଉଛି ତେବେ ସିଧା ସମୀକ୍ଷା ୱେବସାଇଟକୁ ଯାଇ କ୍ଲିକ କରନ୍ତୁ)

Categories
EngExam ବିଶେଷ ଖବର ରାଜ୍ୟ ଖବର

କୋଭିଡ୍‌ ନିୟମ ଅନୁପାଳନପୂର୍ବକ ହେବ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା, ଜାଣନ୍ତୁ କେମିତି

ଭୁବନେଶ୍ୱର: ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଏବଂ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ନିମନ୍ତେ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି । ଏହି ମର୍ମରେ ଓଡ଼ିଶା ଲୋକସେବା ଆୟୋଗର ସଚିବଙ୍କ ପ୍ରଦତ୍ତ ସୂଚନା ଜାରି କରାଯାଇଛି । ଚଳିତ ମାସ ୨୦ ତାରିଖରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେଉଛି ।

କୋଭିଡ୍‌କୁ ଦୃଷ୍ଟିରେ ରଖି ସବୁ ପରୀକ୍ଷାର୍ଥୀଙ୍କୁ ଏନ୍‌-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । କେବଳ ପରୀକ୍ଷା ପରିଚାଳନାସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ । ଗୋଟିଏ ସ୍ୱଚ୍ଛ ବୋତଲରେ ପରୀକ୍ଷାର୍ଥୀମାନେ ନିଜ ନିଜର ସାନିଟାଇଜର ନେଇପାରିବେ । ଅବଶ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ହାତରେ ସାନିଟାଇଜେସନ୍‌ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ପରୀକ୍ଷା କେନ୍ଦ୍ରରେ ଓ ପରିସର ମଧ୍ୟରେ ପରୀକ୍ଷାର୍ଥୀମାନେ କୋଭିଡ୍‌ ନିୟମ ଅନୁପାଳନପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି । ସାମାଜିକ ଦୂରତ୍ୱର ନିୟମାନୁସାରେ ପରୀକ୍ଷା କେନ୍ଦ୍ରରେ ବସିବା ବ୍ୟବସ୍ଥା କରାଯାଉଛି । ଯଦି କୌଣସି ସମୟରେ ପରୀକ୍ଷାର୍ଥୀଙ୍କର କୋଭିଡ୍‌ ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ରହିଥିବା ପରୀକ୍ଷା ପରିଚାଳକ(ଇନ୍‌ଭିଲେଜଟର)ଙ୍କୁ ଜଣାଇବେ। ଏହି ପରୀକ୍ଷାର୍ଥୀଙ୍କ ନିମନ୍ତେ ପୃଥକବାସସଂପୃକ୍ତ ପରୀକ୍ଷା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି।

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏହି ସୂଚନାରେ ଉପରୋକ୍ତ ଉଭୟ ପରୀକ୍ଷା ଦେବା ପାଇଁ ଯାଉଥିବା ପରୀକ୍ଷାର୍ଥୀମାନେ କୋଭିଡ୍‌ ନିୟବାବଳୀର କଠୋର ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି ।

Categories
ଆଞ୍ଚଳିକ

ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପାଇଁ ଯୋଗ୍ୟ ବିବେଚିତ ହେଲେ ବାଣପୁରର କୃଷ୍ଣା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୧୯ -୨୦ ବର୍ଷ ପାଇଁ ଓଡିଶା ନ୍ୟାୟିକ ସେବା(ଓଜେଏସ) ପରୀକ୍ଷାର ଫଳାଫଳ ମଙ୍ଗଳବାର ଦିନ ଅପରାହ୍ନରେ ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର କୃଷ୍ଣା ସୁବୁଦ୍ଧି (୨୮) କୃତିତ୍ଵ ଲାଭ କରିଛନ୍ତି।

ବାଣପୁର ଏନ.ଏ.ସି ଅନ୍ତର୍ଗତ ବଜାର ସାହିର ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅଭିମନ୍ୟୁ ସୁବୁଦ୍ଧି ଓ ସ୍ୱର୍ଗତା ଲକ୍ଷ୍ମୀ ସୁବୁଦ୍ଧିଙ୍କ ଏକମାତ୍ର ଝିଅ ହେଉଛନ୍ତି କୃଷ୍ଣା। ସେ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ପ୍ରାପ୍ତ କରିଛନ୍ତି। ଏବଂ କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର(ଏଲଏଲଏମ) ହାସିଲ କରିଛନ୍ତି। ପରେ ସେ ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଇ ନ୍ୟାୟିକ ସେବା ପାଇଁ ପ୍ରସ୍ତୁତି ଚଳାଇଥିଲେ।

ଗତ ବର୍ଷ ରାଜ୍ୟ ଲୋକସେବା ଆୟୁକ୍ତ ପକ୍ଷରୁ ୫୨ଟି ନ୍ୟାୟିକ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ସମୁଦାୟ ୪୭ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସୁଶ୍ରୀ ସୁବୁଦ୍ଧି ପ୍ରଥମ କୋଡିଏ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଓଡିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ବର୍ତ୍ତମାନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ନିଜର ସଫଳତା ପାଇଁ ବାପା ଅଭିମନ୍ୟୁଙ୍କ ସମେତ ପ୍ରଶିକ୍ଷକ ଉମାଚରଣ ମିଶ୍ର ଓ ଆଶୁତୋଷ ମିଶ୍ରଙ୍କ ସମେତ ସମସ୍ତ ଗୁରୁଜନଙ୍କୁ ଶ୍ରେୟ ପ୍ରଦାନ କରିଥିବା ବେଳେ ଯୁବ ସମାଜ ପାଇଁ ପ୍ରଚୁର ସୁଯୋଗ ରହିଥିବା କହିଛନ୍ତି କୃଷ୍ଣା। ତେବେ କୃତକାର୍ଯ୍ୟ ହେବା ପାଇଁ ପରିଶ୍ରମ ଓ ଏକାଗ୍ରତା ଏକାନ୍ତ ଲୋଡ଼ା ବୋଲି ସେ ପ୍ରକାଶ କରିଛନ୍ତି। ଏହି ଖବର ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନ କୃଷ୍ଣା ସୁବୁଦ୍ଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟଜିତ୍

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତି ଆଜିଠାରୁ ଏକ ନୂଆ ଦାୟିତ୍ଵ ନେଇଛନ୍ତି। କଟକ ଓପିଏସସି କାର୍ଯ୍ୟାଳୟରେ ସେ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି। ପୋଲିସ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବରେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି।

ସେ ୧୯୮୮-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶ୍ରୀ ମହାନ୍ତିଙ୍କୁ କଟକସ୍ଥିତ ନରାଜ ଠାରେ ଗତକାଲି ପୋଲିସ ସେବାରୁ ଅବସର ନେଇଥିଲେ। ପରେ ସେ ଭୁବନେଶ୍ୱରର ଓଡିଶା ପୋଲିସ୍ ଟ୍ରେନିଂ ଏକାଡେମୀରେ ଏକ ବିଦାୟୀ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଭାବେ ନିୟୋଜିତ ହୋଇଥିବା ଶ୍ରୀ ମହାନ୍ତି ଟ୍ୱିନ୍ ସିଟିର ପୋଲିସ୍ କମିଶନର ଭାବେ ମଧ୍ୟ ଦାୟିତ୍ଵ ନିର୍ବାହ କରିଥିଲେ।

ଦାୟିତ୍ଵ ନେବା ଅବସରରେ ସେ କହିଛନ୍ତି ଯେ, ଆଗାମୀ ଦିନରେ ନିୟମିତ ଭାବେ ଶିକ୍ଷାବିତଙ୍କ ପରାମର୍ଶରେ ଓପିଏସସି ପରୀକ୍ଷା କାର୍ଯ୍ୟପ୍ରଣାଳୀକୁ ସୁଦୃଢ କରିବା ସହ  ପରୀକ୍ଷାରେ ସ୍ଵଚ୍ଛତା ରଖାଯିବ।