ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆୟୋଜିତ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ମୁଖ୍ୟ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପରୀକ୍ଷାର୍ଥୀଙ୍କୁ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପରୀକ୍ଷା ଥରେ ସ୍ଥଗିତ ହେଲେ ପୁନର୍ବାର ଆୟୋଜନ କରିବାକୁ ପ୍ରାୟ ୬ ମାସ ସମୟ ଲାଗିପାରେ। ତେଣୁ ପରୀକ୍ଷାକୁ ନ ଘୁଞ୍ଜାଇ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀମାନେ ଯେପରି ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ, ସେଥିପାଇଁ ସମ୍ପୃକ୍ତ ବିଡିଓମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।


