Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଓସିଏସ୍ ପରୀକ୍ଷା: ସତ୍ୟପାଠ ମାଗିଲେ ହାଇକୋର୍ଟ
ରାଜ୍ୟ ଖବର

ଓସିଏସ୍ ପରୀକ୍ଷା: ସତ୍ୟପାଠ ମାଗିଲେ ହାଇକୋର୍ଟ

November 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
OCS Examination: High Court seeks affidavit
OCS Examination: High Court seeks affidavit

ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ ପରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା କରାଯାଇଥିବା ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା (ମେନ୍‌)କୁ କେମିତି ପରିଚାଳନା କରାଗଲା, ତାହା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଶୁକ୍ରବାର ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଏ ସଂପର୍କରେ ଜଣାଇବାକୁ ରାଜ୍ୟ ସରକାର ଏବଂ ଓପିଏସସିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ‘ଅର୍ଣ୍ଣବ’ ଯୋଗୁ ଆକସ୍ମିକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନଗୁଡ଼ିକରେ କିପରି ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷାର ମୁଖ୍ୟ ପରୀକ୍ଷାକୁ କରାଗଲା, ସେ ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଅର୍ଣ୍ଣବର ‘ଦକ୍ଷିଣ ଓଡ଼ିଶା’ ଅଧିକ ପ୍ରଭାବିତ ହୋଇଥିଲା। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲା ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁ ବହୁ କ୍ଷୟକ୍ଷତି ଘଟିଛି। ଏମିତିକି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଭଳି ସ୍ଥିତିରେ ସେହି ସ୍ଥାନଗୁଡ଼ିକରେ ଏହି ପରୀକ୍ଷା ପରିଚାଳନା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା? ବିଶେଷକରି ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ କ’ଣ ସବୁ ପଦକ୍ଷେପ ନିଆ ଯାଇଥିଲା? ବନ୍ୟା ଅଞ୍ଚଳରେ ଗମନାଗମନ ବ୍ୟବସ୍ଥା କରାଯାଇଥିଲା କି ନାହିଁ? କେତେ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ପାରି ନାହାନ୍ତି?- ଆଦି ପ୍ରଶ୍ନକୁ ନେଇ ଆବେଦନକାରୀ କୋର୍ଟଙ୍କ ନିକଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଏହି ମାମଲାକୁ କୋର୍ଟ ଗ୍ରହଣ କରିବା ସହ ଏହାର ତଥ୍ୟ ଆଗାମୀ ଶୁଣାଣି ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ‘ଅର୍ଣ୍ଣବ’ ପରେ ଏହି ପରୀକ୍ଷାକୁ ଘୁଞ୍ଚାଇ ଦେବାକୁ ଅନେକ ଆଶାୟୀ ସୋଶାଲ ମିଡିଆ ମାଧ୍ୟମରେ ଦାବି କରିଥିଲେ। ତେବେ ସରକାରଙ୍କ ପକ୍ଷରୁ ଏହି ଦାବି ଗ୍ରହଣ କରାଯାଇନଥିଲା। ଥରେ ଏହି ପରୀକ୍ଷା ବନ୍ଦ କରିଦେଲେ ଆଉ ଥରେ କରିବାକୁ ୬ ମାସ ଲାଗିବ ବୋଲି କୁହାଯାଇଥିଲା। ଏହା ସହିତ ପ୍ରଭାବିତ ଅଞ୍ଚଳରେ ଆଶାୟୀମାନଙ୍କୁ ପରୀକ୍ଷାକେନ୍ଦ୍ର ପହଞ୍ଚାଇବା ଦାୟିତ୍ୱ ସଂପୃକ୍ତ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଥିଲା।

ଓଡିଶା ଲୋକସେବା ଆୟୋଗ ହାଇକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଭୂସ୍ଖଳନ ମୃତାହତ ରୋକିବାକୁ ଯୋଜନା, ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି

November 4, 2026

ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି: ପ୍ରଭାବିତ ପରିବାରଙ୍କ ପାଇଁ ୧୦୭ କୋଟିରୁ ଅଧିକ ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

November 4, 2026

ନଭେମ୍ବର ୭ ଯାଏଁ ଗଞ୍ଜାମର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି

November 4, 2026

୮୮ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ରସବିହାରୀ ବେହେରାଙ୍କ ପରଲୋକ

November 4, 2026
Latest News

ଭୂସ୍ଖଳନ ମୃତାହତ ରୋକିବାକୁ ଯୋଜନା, ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି

November 4, 2026

ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି: ପ୍ରଭାବିତ ପରିବାରଙ୍କ ପାଇଁ ୧୦୭ କୋଟିରୁ ଅଧିକ ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

November 4, 2026

ଓସିଏସ୍ ପରୀକ୍ଷା: ସତ୍ୟପାଠ ମାଗିଲେ ହାଇକୋର୍ଟ

November 4, 2026

ନଭେମ୍ବର ୭ ଯାଏଁ ଗଞ୍ଜାମର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି

November 4, 2026

୮୮ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ରସବିହାରୀ ବେହେରାଙ୍କ ପରଲୋକ

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.