Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଞ୍ଚିରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ଫେରିଲେ ମୁଖ୍ୟମନ୍ତ୍ରୀ, କହିଲେ…
ଜାତୀୟ ଖବର

ରାଞ୍ଚିରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ଫେରିଲେ ମୁଖ୍ୟମନ୍ତ୍ରୀ, କହିଲେ…

July 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଞ୍ଚିରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ଫେରିଲେ ମୁଖ୍ୟମନ୍ତ୍ରୀ, କହିଲେ...

ଭୁବନେଶ୍ବର: ଆଜି ରାଞ୍ଚିରେ ଅନୁଷ୍ଠିତ ୨୭ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଫେରି ଆସିଛନ୍ତି ।

ଭୁବନେଶ୍ୱର ଫେରିବା ପରେ ବିମାନ ବନ୍ଦର ଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ବର୍ଷ ୨୮ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ଓଡ଼ିଶାରେ ଅନୁଷ୍ଠିତ ହେବ ଏବଂ ପୁରୀରେ ହେବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆସନ୍ତା ବର୍ଷ ଏହି ବୈଠକ ଓଡ଼ିଶାରେ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଏହାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ଅନ୍ୟ ସମସ୍ତ ସଦସ୍ୟଗଣ ଗ୍ରହଣ କରିଥିଲେ। ଏହା ପୁରୀରେ ଅନୁଷ୍ଠିତ ହେବ ବୋଲି ବୈଠକରେ ଘୋଷଣା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ନେଇ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି । ଏଥିରେ ବିଶେଷ କରି ଏହି ଅଞ୍ଚଳର ସାମାଜିକ, ଆର୍ଥିକ ବିକାଶ କିପରି ତ୍ୱରାନ୍ୱିତ ହେବ, ଯୋଜନା ଗୁଡ଼ିକ କିପରି ଅପହଞ୍ଚ ଅଞ୍ଚଳରେ ପହଞ୍ଚିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ଲକ୍ଷ୍ୟ ପୂରଣରେ ଏହି ସବୁ ରାଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମାଜର ପ୍ରତ୍ୟେକ ବର୍ଗଙ୍କ ଉନ୍ନତିରେ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ସଫଳ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ଦୂର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଗୁରୁତ୍ୱ ଦେଇ ଆସିଛନ୍ତି ଏବଂ ଏହି ବୈଠକରେ ମଧ୍ୟ ନକ୍ସଲ ସମସ୍ୟାର ସମାଧାନର ବିଭିନ୍ନ ପନ୍ଥା ଉପରେ ଆଲୋଚନା କରାଯାଇଥିଲା। ଏ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ବ୍ୟାପକ ସଫଳତା ହାସଲ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଯେଉଁପରି ଭାବରେ ଏହି ସମସ୍ୟାର ସମାଧାନ ପାଇଁ ଫୋକସ୍‍ ରଖି ପଦକ୍ଷେପ ନେଉଛନ୍ତି, ସେଥିପାଇଁ ବୈଠକରେ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ଆୟୁଷ୍ମାନ ଭାରତ ଯୋଜନାର ସୁବିଧା ଯେପରି ସମସ୍ତଙ୍କ ପାଖରେ ପହଞ୍ଚିବ (Saturation Stage) ଏବଂ ସମସ୍ତ ହିତାଧିକାରୀ ଏହାର ସୁବିଧା ପାଇବେ ସେ ସମ୍ପର୍କରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ ମଧ୍ୟ ବୈଠକରେ ସେ ଆଲୋକପାତ କରିଥିଲେ ବୋଲି କହିଥିଲେ । ମହିଳାଙ୍କ ସଶକ୍ତିକରଣ, ଶ୍ରୀଅନ୍ନ ଯୋଜନାର ସଫଳତା, ଆୟୁଷ୍ମାନ ଭାରତ ଯୋଜନାର ସଫଳତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ଓଡ଼ିଶାରେ ଆହୁରି ଉନ୍ନତିର ଆବଶ୍ୟକତା ଅଛି । ଅନେକ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚିପାରିନାହିଁ । ତେଣୁ ଓଡ଼ିଶାର ଅଧିକ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ବୈଠକରେ ପ୍ରସ୍ତାବ ରଖିଛନ୍ତି ବୋଲି କହିଥିଲେ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଯୋଗ ଦେଇଥିଲେ । ରାଞ୍ଚିରୁ ଫେରିବା ପରେ ବିମାନ ବନ୍ଦରରେ ଅନେକ ବିଧାୟକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ୱର୍ଦ୍ଧନା ଦେଇଥିଲେ ।

Mohan Majhi ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025

ବଳଙ୍ଗା ପୀଡିତାଙ୍କ ପୈତୃକ ଗ୍ରାମ ବାୟାବର ଯାଇ ଶେଷ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025
Latest News

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025

ବଳଙ୍ଗା ପୀଡିତାଙ୍କ ପୈତୃକ ଗ୍ରାମ ବାୟାବର ଯାଇ ଶେଷ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.