Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»New Hospital in Bhubaneswar: କିଡନୀ ଓ ୟୁରୋଲୋଜି ଚିକିତ୍ସା ପାଇଁ ଖୋଲିଲା AINU ହସପିଟାଲ
ବିଶେଷ ଖବର

New Hospital in Bhubaneswar: କିଡନୀ ଓ ୟୁରୋଲୋଜି ଚିକିତ୍ସା ପାଇଁ ଖୋଲିଲା AINU ହସପିଟାଲ

November 5, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
New Hospital in Bhubaneswar
New Hospital in Bhubaneswar: କିଡନୀ ଓ ୟୁରୋଲୋଜି ଚିକିତ୍ସା ପାଇଁ ଖୋଲିଲା AINU ର ନୂଆ ହସପିଟାଲ

New Hospital in Bhubaneswar: ଭାରତର ଅଗ୍ରଣୀ ସୁପର ସ୍ପେଶାଲିଟି ହସ୍ପିଟାଲ୍ ନେଟୱର୍କ ମଧ୍ୟରୁ ଅନ୍ୟତମ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଆଣ୍ଡ ୟୁରୋଲୋଜି ବା Asian Institute of Nephrology and Urology (AINU) ଭୁବନେଶ୍ୱରରେ ଏହାର ଅତ୍ୟାଧୁନିକ ହସ୍ପିଟାଲ୍ ଆରମ୍ଭ କରି ସାରା ଭାରତରେ ନିଜର ସେବାକୁ ଆହୁରି ସମ୍ପ୍ରସାରିତ କରିଛି।

ଦେଶରେ ଏହା ଏଆଇଏନ୍‌ୟୁର ଅଷ୍ଟମ ହସ୍ପିଟାଲ୍। ଏହା ମାଧ୍ୟମରେ ଉନ୍ନତ ଓ ରୋଗୀକୈନ୍ଦ୍ରିକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନୁଷ୍ଠାନର ୧୩ ବର୍ଷର ଯାତ୍ରାରେ ଆଉ ଏକ ମାଇଲଖୁଂଟ ଯୋଡ଼ି ହୋଇଛି । ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ହସ୍ପିଟାଲ୍‌ର ଶୁଭାରମ୍ଭ କରିଥିଲେ।

ଓଡ଼ିଶାରେ କିଡନୀ ରୋଗ ବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ ପାଉଥିବା ସମୟରେ ଏହି ହସ୍ପିଟାଲ୍ ଆରମ୍ଭ ହୋଇଛି। ଅକ୍ଟୋବର ୨୦୨୬ରେ ପ୍ରକାଶିତ ଆଇସିଏମ୍‌ଆର–ଏନ୍‌ଆଇଏଚ୍‌ଆରର ଏକ ଅଧ୍ୟୟନ ଅନୁଯାୟୀ, ଓଡ଼ିଶାର ଆଦିବାସୀ ବହୁଳ ୧୪ଟି ଜିଲ୍ଲାର ୫୩ଟି ଆଦିବାସୀ ସମ୍ପ୍ରଦାୟର ୧୯,୭୦୩ ଜଣ ବୟସ୍କଙ୍କ ମଧ୍ୟରୁ ୨୪.୮ ପ୍ରତିଶତଙ୍କଠାରେ କିଡନୀ କାର୍ଯ୍ୟକ୍ଷମତା ହ୍ରାସ ପାଇଥିବା ଜଣାପଡ଼ିଛି।

ଏଆଇଏନ୍‌ୟୁର ଏହି ନୂତନ ହସ୍ପିଟାଲ୍‌ରେ ନେଫ୍ରୋଲୋଜି, ୟୁରୋଲୋଜି, ୟୁରୋ-ଅଙ୍କୋଲୋଜି, ରୋବୋଟିକ୍ ସର୍ଜରୀ, କିଡନୀ ପ୍ରତିରୋପଣ, ଡାଏଲିସିସ୍‌, ଶିଶୁ ୟୁରୋଲୋଜି, ଆଣ୍ଡ୍ରୋଲୋଜି ଏବଂ ପୁନଃନିର୍ମାଣ ୟୁରୋଲୋଜି ଭଳି ବିଭିନ୍ନ ବିଶେଷଜ୍ଞ ଚିକିତ୍ସା ସେବା ଉପଲବ୍ଧ ହେବ।

ଏଥିରେ ୧୨ଟି ଡାଏଲିସିସ୍ ଷ୍ଟେସନ୍‌, ତିନୋଟି ଅପରେସନ୍ ଥିଏଟର, ଅତ୍ୟାଧୁନିକ ଲେଜର୍ ପ୍ରଯୁକ୍ତି, ୩ଡି ଲାପାରୋସ୍କୋପି, ଆରଆଇଆରଏସ୍‌, ପିସିଏନ୍‌ଏଲ୍‌, ୩୨-ସ୍ଲାଇସ୍ ସିଟି ସ୍କାନର୍ ଏବଂ ଭିଡିଓ ୟୁରୋଡାଇନାମିକ୍ସ ଭଳି ଅତ୍ୟାଧୁନିକ ସୁବିଧା ରହିଛି। ଖୁବ୍‌ଶୀଘ୍ର ଏଠାରେ ରୋବୋଟିକ୍ ସହାୟତାରେ ୟୁରୋଲୋଜିକାଲ୍ ଅସ୍ତ୍ରୋପଚାର ସୁବିଧା ମଧ୍ୟ ଆରମ୍ଭ କରାଯିବ।

ଏଆଇଏନ୍‌ୟୁର ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ ପରାମର୍ଶଦାତା ୟୁରୋଲୋଜିଷ୍ଟ ତଥା ରୋବୋଟିକ୍ ସର୍ଜନ, ଡକ୍ଟର ମଲ୍ଲିକାର୍ଜୁନ ସି କହିଛନ୍ତି, “୧୩ ବର୍ଷର ଅଭିଜ୍ଞତା ଏବଂ ୬ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା ଅଭିଜ୍ଞତା ସହ ଏଆଇଏନ୍‌ୟୁ ଉନ୍ନତ ଚିକିତ୍ସା ପ୍ରଯୁକ୍ତି ଓ ଉତ୍କୃଷ୍ଟ ଚିକିତ୍ସା ସେବା ମାଧ୍ୟମରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ପ୍ରତିବଦ୍ଧ। ଭୁବନେଶ୍ୱରରେ ଆମର ଏହି ସମ୍ପ୍ରସାରଣ ଓଡ଼ିଶାବାସୀଙ୍କ ପାଇଁ ଗୁଣାତ୍ମକ କିଡନୀ ଓ ୟୁରୋଲୋଜି ଚିକିତ୍ସା ସେବାକୁ ଆହୁରି ସହଜ ଓ ସୁଲଭ କରିବ।”

ଏଆଇଏନ୍‌ୟୁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ପରାମର୍ଶଦାତା ୟୁରୋଲୋଜିଷ୍ଟ ଓ ୟୁରୋ-ଅଙ୍କୋଲୋଜିଷ୍ଟ ଡକ୍ଟର ପୂର୍ଣ୍ଣଚନ୍ଦ୍ର ରେଡ୍ଡୀ କହିଛନ୍ତି, “ଓଡ଼ିଶାରେ ଆମର ସମ୍ପ୍ରସାରଣ ବିଶେଷଜ୍ଞ ୟୁରୋ-ନେଫ୍ରୋଲୋଜି ସେବାକୁ ଅଧିକ ଲୋକଙ୍କ ନିକଟରେ ପହଂଚାଇବା ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଅତ୍ୟାଧୁନିକ ପ୍ରଯୁକ୍ତି, ଅଭିଜ୍ଞ ଡାକ୍ତର ଏବଂ ସମ୍ପୂର୍ଣ୍ଣ ଚିକିତ୍ସା ସେବାକୁ ରୋଗୀ ଓ ସେମାନଙ୍କ ପରିବାରର ନିକଟତର କରିବା ଆମର ଲକ୍ଷ୍ୟ ।” ଏଆଇଏନ୍‌ୟୁର ବରିଷ୍ଠ ପରାମର୍ଶଦାତା ଡକ୍ଟର ପ୍ରଶାନ୍ତ ନାୟକ କହିଛନ୍ତି ଯେ, “ଓଡ଼ିଶାବାସୀଙ୍କୁ ସେବା ଯୋଗାଇବା ପାଇଁ ପ୍ରମାଣଭିତିିକ ଚିକିତ୍ସା, ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ସେବା ଏବଂ ଅତ୍ୟାଧୁନିକ ମେଡିକାଲ୍ ପ୍ରଯୁକ୍ତି ଉପରେ ଆମର ଗୁରୁତ୍ୱ ରହିବ ।”

ଏସିଆ ହେଲ୍ଥକେୟାର ହୋଲ୍ଡିଂସ୍‌ର ଅଧ୍ୟକ୍ଷ ଶ୍ରୀ ବିଶାଳ ବାଲି କହିଛନ୍ତି ଯେ, ଓଡ଼ିଶାରେ ବୃଦ୍ଧି ପାଉଥିବା ବିଶେଷଜ୍ଞ ଚିକିତ୍ସା ସେବାର ଆବଶ୍ୟକତାକୁ ଏହି କେନ୍ଦ୍ର ଗୋଟିଏ ଛାତ ତଳେ ପୂରଣ କରିବ। ସେହିପରି ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ ଗୁଡୁରୁ କହିଛନ୍ତି ଯେ, ଏହି ହସ୍ପିଟାଲ୍ ପୂର୍ବ ଭାରତରେ ଏଆଇଏନ୍‌ୟୁର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବ।

ଭୁବନେଶ୍ୱରରେ ଏହି ନୂତନ ହସ୍ପିଟାଲ୍‌ର ଶୁଭାରମ୍ଭ ସହ ଅତ୍ୟାଧୁନିକ ଚିକିତ୍ସା ସୁବିଧା, ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ଏବଂ ରୋଗୀକୈନ୍ଦ୍ରିକ ସେବା ମାଧ୍ୟମରେ ଓଡ଼ିଶାରେ କିଡନୀ ଓ ୟୁରୋଲୋଜି ସମ୍ବନ୍ଧୀୟ ବିଶେଷଜ୍ଞ ଚିକିତ୍ସାକୁ ଆହୁରି ସୁଦୃଢ଼ କରିବାକୁ ଏଆଇଏନ୍‌ୟୁ ଲକ୍ଷ୍ୟ ରଖିଛି।

Read in English:- The Asian Institute of Nephrology and Urology (AINU), one of India’s leading super-speciality hospital networks dedicated to kidney and urological care, has expanded its pan-India presence with the launch of its state-of-the-art hospital in Bhubaneswar.

AINU AINU Bhubaneswar Asian Institute of Nephrology and Urology bhubaneswar New Hospital in Bhubaneswar ଏଆଇଏନ୍‌ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

November 25, 2026

ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ : ଝାରସୁଗୁଡ଼ା ଓ ଦେବଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରୀ

November 25, 2026

ଝଗଡ଼ା ରୋକିବାକୁ ଯାଇ ଜୀବନ ହାରିଲେ, ମଦ ବୋତଲରେ ନିର୍ମମ ଆକ୍ରମଣ

November 25, 2026

ବାଲିରେ ‘ଓଡ଼ିଶା ପରବ’ରେ ବୋଇତ ବନ୍ଦାଣ ଓ ପ୍ରବାସୀ ସମ୍ମିଳନୀ

November 25, 2026
Latest News

ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

November 25, 2026

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍ ସେମିଫାଇନାଲ କେବେ?: ଦେଖନ୍ତୁ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

November 25, 2026

IPL ନିଲାମ ପାଇଁ ପଞ୍ଜୀକୃତ ହେଲେ 1220 ଖେଳାଳି: ଆନୁଷ୍ଠାନିକ ତାଲିକା ପ୍ରକାଶ କଲା BCCI 

November 25, 2026

ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ : ଝାରସୁଗୁଡ଼ା ଓ ଦେବଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରୀ

November 25, 2026

ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ଦର

November 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.