Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ଉପରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ
ଆଜିର ଖବର

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ଉପରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

July 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ବିଷୟବସ୍ତୁ ଉପରେ ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ୧୭-୧୮ ତାରିଖ ଦୁଇ ଦିନ ଧରି ଆୟୋଜନ କରାଯିବ।

କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଳିତ ଭାବେ ଏହି ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବା ସହିତ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବେ। ‘ପ୍ରଧାନମନ୍ତ୍ରୀ ଉତ୍କର୍ଷତା ପୁରସ୍କାର’ ଦ୍ୱାରା ସ୍ୱୀକୃତି ଲାଭ କରିଥିବା ବିଭିନ୍ନ ପ୍ରୟାସଗୁଡ଼ିକୁ ଉପସ୍ଥାପନ କରିବା ଏବଂ ମାନ୍ୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ବିଷୟବସ୍ତୁକୁ ନେଇ ସମ୍ମିଳନୀ ଆୟୋଜନ କରାଯାଉଛି।

ଡିଏଆରପିଜି ସଚିବ ଭି. ଶ୍ରୀନିବାସ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ।

ଏହି ଜାତୀୟ ସମ୍ମିଳନୀରେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ୫ଟି ପୂର୍ଣ୍ଣାଙ୍ଗ ଅଧିବେଶନ ଆୟୋଜିତ ହେବ। “ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରୟାସ ୨୦୨୪ – (ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ)’’ ଶୀର୍ଷକ ପ୍ରଥମ ଅଧିବେଶନ ଡିଏଆରପିଜିର ଅତିରିକ୍ତ ସଚିବ ପୁନିତ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।

ଡିଏଆରପିଜି ଯୁଗ୍ମ ସଚିବ ସରିତା ଚୌହାନ ‘‘ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରୟାସ -୨୦୨୪ (ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ’’ ବିଷୟ ଉପରେ ଆଉ ଏକ ଅଧିବେଶନରେ ଅଧ୍ୟକ୍ଷତା କରିବେ।

ଅନ୍ୟାନ୍ୟ ଅଧିବେଶନଗୁଡ଼ିକରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରୟାସ ୨୦୨୩ ଏବଂ ୨୦୨୪ (ସାମଗ୍ରିକ ବିକାଶ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବଂ ନବସୃଜନ) ଉପରେ ଆଲୋଚନା ହେବ।

ଏହି କାର୍ଯ୍ୟକ୍ରମରେ, ଜିଲ୍ଲାପାଳ, ସର୍ବୋତ୍ତମ ଅଭ୍ୟାସ ପାଇଁ ପୁରସ୍କୃତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସମେତ ୨୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ। ସେମାନେ ବିଭିନ୍ନ ପ୍ରୟାସଗୁଡ଼ିକର ସଂକ୍ଷିପ୍ତ ଚିତ୍ର ଏବଂ ଚୟନିତ ସରକାରୀ ଯୋଜନା ଅଧୀନରେ ଅଣାଯାଇଥିବା ରୂପାନ୍ତରକାରୀ ପରିବର୍ତ୍ତନର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବେ। ସାରା ଦେଶରୁ ୨୦୦ ରୁ ଅଧିକ ପ୍ରତିନିଧି ସମ୍ମିଳନୀରେ ଯୋଗଦେବେ।

ଏହି ସମ୍ମିଳନୀ ଜାତୀୟ ଏବଂ ରାଜ୍ୟସ୍ତରୀୟ ସାଧାରଣ ପ୍ରଶାସନ ସଂଗଠନଗୁଡ଼ିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବ। ସାଧାରଣ ପ୍ରଶାସନରେ ନବସୃଜନ, ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ ଭବିଷ୍ୟତର ସାର୍ବଜନୀନ ସମାଧାନକୁ ରୂପାନ୍ତରିତ କରିବା, ସୁଶାସନ, ଡିଜିଟାଲ୍ ପ୍ରଶାସନ ଆଦି ଉପରେ ଅଭିଜ୍ଞତା ବାଣ୍ଟିବା ଲାଗି ଏହା ଏକ ପ୍ରୟାସ। ରାଜ୍ୟଗୁଡ଼ିକର ପ୍ରତିନିଧି/ଜିଲ୍ଲାପାଳମାନଙ୍କୁ ରାଜ୍ୟଗୁଡ଼ିକର ସୁଶାସନ ଅଭ୍ୟାସ ଉପରେ ବ୍ୟାପକ ପ୍ରସାର ଏବଂ ସମ୍ଭାବ୍ୟ ଅନୁକରଣ ପାଇଁ ପ୍ରସ୍ତାବ ଉପସ୍ଥାପନା କରିବାକୁ ଏହି ଦୁଇ ଦିନିଆ ସମ୍ମିଳନୀ ନିମନ୍ତେ ଆମନ୍ତ୍ରିତ କରାଯାଇଛି।

ଉତ୍ତମ ପ୍ରଶାସନିକ ଅଭ୍ୟାସ ଜାତୀୟ ସମ୍ମିଳନୀ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.