Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ସ୍ନାୟୁ ଅସ୍ତ୍ରୋପଚାର କଲେ ସମ୍ ଡାକ୍ତର: ପୂର୍ବ ଭାରତରେ ପ୍ରଥମ
ଆଜିର ଖବର

ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ସ୍ନାୟୁ ଅସ୍ତ୍ରୋପଚାର କଲେ ସମ୍ ଡାକ୍ତର: ପୂର୍ବ ଭାରତରେ ପ୍ରଥମ

July 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲର ଡାକ୍ତରୀ ଟିମ୍ ସଫଳତାର ସହ ଏକ ଅତ୍ୟାଧୁନିକ ତଥା ଜଟିଳ ନ୍ୟୁରୋସର୍ଜରୀ ସମ୍ପାଦିତ କରିଛନ୍ତି। ରୋଗୀକୁ ସଚେତନ ଅବସ୍ଥାରେ ରଖି କର୍ଟିକାଲ୍ ଓ ସବ୍‌କର୍ଟିକାଲ୍ ବ୍ରେନ୍ ମ୍ୟାପିଂ ପଦ୍ଧତିରେ ମସ୍ତିଷ୍କର ଜଟିଳ ସ୍ଥାନରେ ଥିବା ବ୍ରେନ୍ ଟ୍ୟୁମରକୁ ଚିହ୍ନଟ କରି ଅସ୍ତ୍ରୋପଚାର କରିବାରେ ଏହି ନ୍ୟୁରୋସର୍ଜନ ସଫଳ ହୋଇଛନ୍ତି।

ମଙ୍ଗଳବାର ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେଇ ନ୍ୟୁରୋସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ସ୍ୱାଇଁ କହିଛନ୍ତି ଯେ ଜଣେ ୩୭ ବର୍ଷୀୟ ଯୁବକଙ୍କର ମସ୍ତିଷ୍କର ସ୍ପିଚ୍ ଓ ମୋଟର କଂଟ୍ରୋଲ୍ ଅଂଚଳରେ ଟ୍ୟୁମର ଚିହ୍ନଟ ହୋଇଥିବା ବେଳେ ସେ ସଚେତନ ଥିବା ଅବସ୍ଥାରେ ତାଙ୍କ ଶରୀରରେ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଛି।

ଡାକ୍ତର ସ୍ୱାଇଁଙ୍କ ନେତୃତ୍ୱରେ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ଡାକ୍ତର ଏବଂ ଅନ୍ୟ ସଦସ୍ୟମାନେ ମିଳିତ ଭାବେ ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳ କରିବାରେ ସକ୍ଷମ ହୋଇଛନ୍ତି । ଏହି ଟିମ୍‌ରେ ନ୍ୟୁରୋଲଜି ବିଭାଗର ଆସୋସିଏଟ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ଏବଂ ନ୍ୟୁରୋ ଆନେସ୍‌ଥେସିଷ୍ଟ ଡାକ୍ତର ଦେବୀ ପ୍ରସାଦ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ।

ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ପ୍ରଦାନ କରି ଡାକ୍ତର ସ୍ୱାଇଁ କହିଥିଲେ ଯେ କର୍ଟିକାଲ୍ ଏବଂ ସବକର୍ଟିକାଲ୍ ବ୍ରେନ୍ ମ୍ୟାପିଂ ଦ୍ୱାରା ମସ୍ତିଷ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଧାରା ଗୁଡ଼ିକୁ ସୁରକ୍ଷିତ ରଖାଯାଇ ଜୀବନ ପ୍ରତି ବିପଦ ଥିବା ଟ୍ୟୁମରଗୁଡ଼ିକୁ ବାହାର କରାଯାଇଥାଏ।

ଡାଇରେକ୍ଟ ବ୍ରେନ୍ ଷ୍ଟିମୁଲେସନ୍ ଦ୍ୱାରା ଅସ୍ତ୍ରୋପଚାର ସମୟରେ ଅତ୍ୟାଧୁନିକ ପ୍ରକ୍ରିୟା ମାଧ୍ୟମରେ ଡାକ୍ତରୀ ଟିମ୍ ମସ୍ତିଷ୍କର ବିଭିନ୍ନ ଅଂଶ ଯାହାକି ଶରୀରର ବିିଭିନ୍ନ ସ୍ଥାନର କାର୍ଯ୍ୟଧାରାରେ ସହାୟତା କରିଥାଏ ସେସବୁକୁ ଚିହ୍ନଟ ଏବଂ ପୃଥକ କରିବାରେ ସଫଳ ହୋଇଥାନ୍ତି ବୋଲି ସେ କହିଛନ୍ତି। ଅସ୍ତ୍ରୋପଚାର ପରେ ରୋଗୀ ଜଣକ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏହି ସଫଳ ଅସ୍ତ୍ରୋପଚାରକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହା ଓଡ଼ିଶା ପାଇଁ ଏକ ଗର୍ବର କଥା ବୋଲି କହିଥିଲେ।

କର୍ଟିକାଲ୍ ଏବଂ ସବ୍‌କର୍ଟିକାଲ୍ ବ୍ରେନ୍ ମ୍ୟାପିଂ ଏକ ଉଚ୍ଚମାନର ଅତ୍ୟାଧୁନିକ ନ୍ୟୁରୋଲଜିକାଲ୍ ପ୍ରକ୍ରିୟା ଏବଂ ଏହାର ସଫଳତା ରାଜ୍ୟର ନ୍ୟୁରୋଲଜିକାଲ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷକୁ ଦର୍ଶାଉଛି ବୋଲି ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ସୋଆର ପୂର୍ବତନ କୁଳପତି ପ୍ରଫେସର ମହାପାତ୍ର କହିଛନ୍ତି।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ପୂର୍ବ ଭାରତର ପ୍ରଥମ ଥର ପାଇଁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏଭଳି ଜଟିଳ ଅସ୍ତ୍ରୋପଚାର ପାଇଁ ରୋଗୀମାନଙ୍କୁ ଆଉ ଦେଶର ଅନ୍ୟ ବଡ଼ ସହରକୁ ଯିବାକୁ ପଡ଼ିବ ନାହିଁ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ବ୍ରେନ୍ ଟ୍ୟୁମର, ଏପିଲେପ୍ସି ଏବଂ ଅତ୍ୟାଧୁନିକ ବ୍ରେନ୍‌ମ୍ୟାପିଂ ଟେକ୍ନିକ୍ ଭଳି ଅତ୍ୟାଧୁନିକ ନ୍ୟୁରୋଲଜିକାଲ୍ ସ୍ୱାସ୍ଥ୍ୟ ସେବାର ଆଂଚଳିକ କେନ୍ଦ୍ର ଭାବେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ ଏବଂ ନ୍ୟୁରୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ NDTV 24×7 ର ନାମ ହେଲା ପରିବର୍ତ୍ତନ

August 16, 2026

ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ନେଲେ ବିନୟତୋଶ ମିଶ୍ର

August 16, 2026

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026
Latest News

ତାରିକ ରହମାନଙ୍କ ଭାରତ ଗସ୍ତ ଉପରେ ଆସିଲା ଅପଡେଟ: ବାଂଲାଦେଶ ରଖିଲା ବଡ଼ ସର୍ତ୍ତ

August 16, 2026

ଦେଶର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ NDTV 24×7 ର ନାମ ହେଲା ପରିବର୍ତ୍ତନ

August 16, 2026

ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ନେଲେ ବିନୟତୋଶ ମିଶ୍ର

August 16, 2026

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ?: ସୋନିଆ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଖଲ କଲା ବିଜେପି

August 16, 2026

“ମୁଁ ଜଣେ ମାନସିକ ନକ୍ସଲ ହୋଇଥିବାରୁ ଗର୍ବିତ”: ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ଚିଦାମ୍ବରମ୍

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.