ଭୁବନେଶ୍ବର: ବାଲେଶ୍ବରରେ ବନ୍ୟା ପରିସ୍ଥିତି। ସେଠାରେ ଜିଲ୍ଲାର ୪ ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ପ୍ରଭାବିତ ହୋଇଛି। ପାଣିଘେରରେ ରହିଛନ୍ତି ଶତାଧିକ ଗାଁ। ଫଳରେ ସେଠାରେ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ବାଲେଶ୍ୱର ଜିଲ୍ଲାପାଳଙ୍କୁ ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି ତଳିଆ ଅଂଚଳର ଲୋକମାନଙ୍କୁ ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତର ଓ ରିଲିଫ କାର୍ୟ୍ୟ ପରିଚାଳନା କରିବା ସହିତ ବନ୍ୟା ପରିଚାଳନା ପାଇଁ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନେବାକୁ ସତର୍କ କରାଯାଇଛି ଏବଂ ପରାମର୍ଶ ଦିଆଯାଇଛି ।
ତେବେ ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ବିଭିନ୍ନ ନଦୀର ଜଳ ପତନ ନେଇ ଏକ ସୂଚନା ପ୍ରଦାନ କରାଯାଇଛି। ତାହା ହେଲା..
୧- ଆଜି ସଂଧ୍ୟା ୬.୦୦ ଟା ସୁଦ୍ଧା ବୈତରଣୀ ନଦୀର ଆନନ୍ଦପୁର ଠାରେ ଜଳ ସ୍ତର ୩୬.୨୪ ମିଟର ରହିଛି ଏବଂ ଏହା ହ୍ରାସ ପାଉଥିବା ଜଣାଯାଇଛି । ଏଠାରେ ବିପଦ ସଂକେତ ସ୍ତର ୩୮.୩୬ ମିଟର। ସେହିପରି ଆଖୁଆପଦା ଠାରେ ଜଳସ୍ତର ୧୭.୬୬ ମିଟର ରହିଛି ଓ ଏହା ହ୍ରାସ ପାଉଛି । ଏଠାରେ ବିପଦ ସଂକେତ ସ୍ତର ୧୮. ୩୩ ମିଟର।
୨- ଜଳକା ନଦୀରେ ମଥାନୀ ଠାରେ ଜଳସ୍ତର ୬.୫୨ ମିଟର ରହିଛି ଓ ଏଠାରେ ଜଳପ୍ରବାହ କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଏଠାରେ ବିପଦ ସଂକେତ ସ୍ତର ୬.୫୦ ମିଟର।
୩-ସୁବର୍ଣ୍ଣରେଖା ନଦୀର ଜାମଶୋଳା ଘାଟ ଠାରେ ଜଳସ୍ତର ୪୮.୮୬ ମିଟର ରହିଛି ଓ ଏଠାରେ ମଧ୍ୟ ଜଳପ୍ରବାହ ହ୍ରାସ ପାଉଥିବା ଜଣାଯାଉଛି। ଏଠାରେ ବିପଦ ସଂକେତ ସ୍ତର ୪୯.୧୬ ମିଟର । ରାଜଘାଟ ଠାରେ ଜଳ ସ୍ତର ୧୧.୧୭ ମିଟର ଥିବା ବେଳେ ଓ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏହାର,ବିପଦ ସଂକେତ ସ୍ତର ୧୦.୩୬ ମିଟର। ଆଜି ୨୭.୦୭.୨୦୨୫ ରାତି ୯ ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ସର୍ବୋଚ୍ଚ ଜଳସ୍ତର ୧୧. ୪୦ ମିଟର ପର୍ୟ୍ୟନ୍ତ ବୃଦ୍ଧି ପାଇପାର ଆକଳନ କରାଯାଇଛି।
୪- ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ଚବିଶ ଘଣ୍ଟିଆ( ୨୪*୭ ) କାର୍ୟ୍ୟରତ ଅଛି ଓ ସ୍ଥିତି ଉପରେ ନିକଟରୁ ନିରୀକ୍ଷଣ କରାଯାଉଛି ।
୫- ବାଲେଶ୍ୱର ଜିଲ୍ଲାପାଳଙ୍କୁ ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି ତଳିଆ ଅଂଚଳର ଲୋକମାନଙ୍କୁ ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତର ଓ ରିଲିଫ କାର୍ୟ୍ୟ ପରିଚାଳନା କରିବା ସହିତ ବନ୍ୟା ପରିଚାଳନା ପାଇଁ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନେବାକୁ ସତର୍କ କରାଯାଇଛି ଏବଂପରାମର୍ଶ ଦିଆଯାଇଛି ।
୬-ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ ( ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର)-ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ବେସିନ୍), କ୍ଷେତ୍ରସ୍ତରରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ତଦାରଖ କରୁଛନ୍ତି ।
୭-ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ବାଲେଶ୍ୱରରେ ଏକ ଶିବିର(କ୍ୟାମ୍ପ)ରେ ଉପସ୍ଥିତ ରହି ବନ୍ୟା ପରିଚାଳନାକୁ ତଦାରଖ କରୁଛନ୍ତି ।
୮- ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ,ତଦାରଖ(ମନିଟରିଂ), ବାଲିଆପାଳ ବ୍ଲକର ପୁରୁଲିଆ ସେତୁଠାରେ ସୁବର୍ଣ୍ଣରେଖା ନଦୀରେ ବନ୍ୟାସ୍ଥିତି ନିରୀକ୍ଷଣ କରିଛନ୍ତି। ସେହିପରି ସେ ମଧ୍ୟ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଜଳକା ନଦୀ ଓ ଜମ୍ଭିରା ନଦୀର ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି।
୯-ଜଳ ସଂପଦ ବିଭାଗର ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟା ପରିଚାଳନା କାର୍ୟ୍ୟ ଜାରି ରଖିଛନ୍ତି।